ନିଜର ବକେୟା ଟଙ୍କା ପାଇ ନାହାନ୍ତି ଭାବିଜୀ : ଛୋଟ କଳାକାରଙ୍କ ପରେ ନାମିଦାମୀ କଳାକାରଙ୍କୁ ଘାରିଲା ଆର୍ଥିକ ସଙ୍କଟ

Published By : Prameya-News7 Bureau | June 08, 2020 IST

ମୁମ୍ବାଇ ୮/୬: ମହାରାଷ୍ଟ୍ର ସରକାର ମୁମ୍ବାଇରେ ଫିଲ୍ମ ଏବଂ ଟିଭି ଧାରାବାହିକର ସୁଟିଂ ପୁଣି ଥରେ ଆରମ୍ଭ କରିବାର ଗାଇଡ ଲାଇନ୍ ଜାରି କରିବା ପରେ ସୁଟିଂ ଏବେ ସୁଦ୍ଧା ଆରମ୍ଭ ହୋଇପାରି ନାହିଁ। ଛୋଟ କଳାକାରଙ୍କ ପରେ ଏବେ ଜଣାଶୁଣା କଳାକାରଙ୍କର ମଧ୍ୟ ଅର୍ଥ ଅଭାବ ଘାରିଲାଣି। ଲୋକପ୍ରିୟ ଧାରାବାହିକ ‘ଭାବିଜୀ ଘର ପର ହେ’ରେ ଅନୀତା ଭାବିଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ସୌମ୍ୟା ଟଣ୍ଡନ କହିଛନ୍ତି ଯେ ଶୋର ନିର୍ମାତା ତାଙ୍କ ବକାୟା ଅର୍ଥ ଏଯାଏଁ ଦେଇ ନାହାନ୍ତି।

{"id":283129,"sizeSlug":"large"}

ସୌମ୍ୟା ପରିସ୍ଥିତି ବିଷୟରେ ଅବଗତ କରାଇ କହିଥିଲେ ଯେ ତାଙ୍କର  ପେମେଣ୍ଟ ବହୁତ ବିଳମ୍ବ ହୋଇ ଯାଇଛି। ତାଙ୍କର ବହୁତ ଟଙ୍କା ବାକି ରହିଛି। କିନ୍ତୁ ତାଙ୍କୁ ଶୋର ନିର୍ମାତାଙ୍କ ଉପରେ ପୂରା ଭରସା ରହିଛି। ସେ ଜାଣିଛନ୍ତି ଯେ ସେ ତାଙ୍କ ପୂରା ଟଙ୍କା ଦେବେ ଏବଂ ତାଙ୍କୁ ଦେବା ବି ଉଚିତ୍। କିନ୍ତୁ ସେ ବିଳମ୍ବ କରୁଛନ୍ତି।

{"id":283132,"sizeSlug":"large"}

ସୌମ୍ୟା ଆଗକୁ କହିଛନ୍ତି ଯେ ଏହା ଦୁଃଖର କଥା ଯେ ଏଠାରେ ପ୍ରତ୍ୟେକ କଳାକାର ଭଡ଼ାଘରେ ରହୁଛନ୍ତି। ତାଙ୍କୁ ତାଙ୍କ ବାପାମାଆଙ୍କ ମଧ୍ୟ ଦେଖାଶୁଣା କରିବାକୁ ପଡ଼ିବ। ଏପରି ପରିସ୍ଥିତିରେ ଟଙ୍କା ମିଳିବାରେ ବିଳମ୍ବ ହେବା ଅତ୍ୟନ୍ତ ଦୁଃଖର ବିଷୟ। ଛୋଟ କଳାକାରଙ୍କ ଚିନ୍ତା କରି ସୌମ୍ୟା କହିଛନ୍ତି ଯେ ତାଙ୍କୁ ଜଣା ନାହିଁ ଯେ କଳାକାରଙ୍କ ଟଙ୍କା ଦେବାକୁ ବିଳମ୍ବ କରିବା ପଛରେ କ’ଣ ସମସ୍ୟା ରହିଛି। ଅନେକ ଲୋକ କହୁଛନ୍ତି ଯେ ତାଙ୍କୁ ଚ୍ୟାନେଲ୍ ତରଫରୁ ଟଙ୍କା ମିଳୁନାହିଁ କାରଣ ବିଜ୍ଞାପନ ଆସୁ ନାହିଁ।

{"id":283133,"sizeSlug":"large"}

ତାଙ୍କ ଟଙ୍କା ତାଙ୍କ କାମର ବକେୟା। ସେମାନଙ୍କୁ ନିଜ କାମର ଟଙ୍କା ୯୦ଦିନ ପରେ ମିଳିଥାଏ। ଏହା ଅନୁସାରେ ଏହାର ଟଙ୍କା ତ ନିର୍ମାତାଙ୍କ ପାଖକୁ ଆସିଯାଇଥିବ ତେଣୁ ଏହା ତାଙ୍କୁ କ୍ଲିୟର କରି ଦେବା ଉଚିତ୍। ସେ କିଛି ଦିନ ଭଲ ଭାବେ କଟାଇ ପାରିବେ କିନ୍ତୁ ଏପରି ପରିସ୍ଥିତି କାହାର ନ ହେଉ।

{"id":283134,"sizeSlug":"large"}

ପିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ଲୋକଙ୍କ ଦରମା କାଟକୁ ନେଇ କଥା ଚାଲିଛି। ଏଥିରେ ସୌମ୍ୟା କହିଛନ୍ତି ଯେ ଏବିଷୟରେ ଏବେ ଯାଏଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସେ ଏବେ ବି ଅପେକ୍ଷା କରିଛନ୍ତି ଯେ ପ୍ରଡକ୍ସନ ହାଉସ୍ ତାଙ୍କ ବକେୟା ଟଙ୍କା ଦେଉ। ତାଙ୍କୁ ଲାଗୁଛି ଯେ ଆସନ୍ତା ୧୦ଦିନ ମଧ୍ୟରେ ସବୁ କଥା କ୍ଲିୟର ହୋଇଯିବ।

{"id":283135,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.