Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ରାତି ଅଧରେ ପ୍ରେମିକାକୁ ଦେଖା କରିବାକୁ ଯାଇ ପ୍ରେମିକ ହନ୍ତସନ୍ତ: ଯୁବକଙ୍କୁ ନିମ୍ବ ଗଛରେ ବାନ୍ଧି ବାଡେଇଲେ ଯୁବତୀଙ୍କ ଘରଲୋକ

12/10/2020 at 4:47 PM

ପ୍ରୟାଗରାଜ ୧୨/୧୦ : ଧର୍ମ ନଗରୀ ପ୍ରୟାଗରାଜରେ ଜଣେ ଯୁବକଙ୍କୁ ତାଲିବାନରେ ଦିଆଯାଉଥିବା ଭଳି ଦଣ୍ଡ ଦିଆଯାଇଥିବା ମାମଲା ସାମ୍ନାକୁ ଆସିଛି। ଯୁବକଙ୍କୁ ଗଛରେ ବାନ୍ଧି ନିରଧୂମ ମାଡ ମରାଯାଇଛି। ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ମାମଲା କୌନ୍ଧିୟାରା ଥାନା ଅନ୍ତର୍ଗତ ଏକ ଗାଁର ବୋଲି ଜଣାପଡିଛି। ଜଣେ ଯୁବକ ନିଜ ପ୍ରେମିକାକୁ ଦେଖା କରିବାକୁ ରାତିରେ ତାଙ୍କ ଘରକୁ ଯାଇଥିଲେ। ପ୍ରେମିକା ମଧ୍ୟ ନିଜ ପ୍ରେମିକର ଆସିବା ବାଟକୁ ଚାହିଁ ରହିଥିଲେ। ପ୍ରେମିକ ଦେଖି ପ୍ରେମିକା କବାଟ ଖୋଲିଥିଲେ। ଶୂନଶାନ ରାତିରେ ଘରେ ଆବାଜ ହେବାରୁ ଯୁବତୀଙ୍କ ଘରଲୋକ ଉଠି ପଡିଲେ ଓ ଗୋଟିଏ କୋଠରୀରେ ନିଜ ଝିଅକୁ ପ୍ରେମିକ ସହ ଦେଖି ରାଗି ଯାଇଥିଲେ।

ଏହାପରେ ଯୁବତୀଙ୍କ ଘରଲୋକ ଯୁବକକୁ ଘର ସାମ୍ନାରେ ଥିବା ଏକ ନିମ୍ବ ଗଛରେ ବାନ୍ଧି ଦେଇଥିଲେ। ସକାଳ ଜଣେ ଯୁବକ ଗଛରେ ବନ୍ଧା ହୋଇଥିଲେ। ସକାଳ ହେବାପରେ ଗ୍ରାମବାସୀଙ୍କ ସାମ୍ନାରେ ଯୁବକଙ୍କୁ ଲାଠିରେ ବାଡେଇଥିଲେ। ଯୁବକ ଜଣକ ନିଜକୁ ବଞ୍ଚାଇବାକୁ ଲୋକଙ୍କୁ ଗୁହାରି କରିଥିଲେ କିନ୍ତୁ ଯୁବତୀଙ୍କ ଘର ଲୋକ ତାଙ୍କ ଗୁହାରି ଶୁଣିନଥିଲେ ଏବଂ ତାଙ୍କୁ ଲଗାତାର ବାଡେଇ ଚାଲିଥିଲେ। ପରେ ଯୁବତୀଙ୍କ ଘରଲୋକ କୌନ୍ଧିୟାରା ଥାନାରେ ସୂଚନା ଦେଇ ଯୁବକଙ୍କ ଉପରେ ଚୋରି ଆରୋପ ଲଗାଇ ତାଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ।

ଯୁବକଙ୍କ ଘର ସୋହାଗୀ ଥାନା ଅନ୍ତର୍ଗତ ଏକ ଗାଁରେ। ଯୁବତୀଙ୍କ ଘରଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଯୁବକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲା। ଘଟଣାର ଭିଡିଓ ଭାଇରାଲ ହେବାପରେ ଜିଲ୍ଲା ପ୍ରଶାସନ ଚେତିଥିଲେ। ମାମଲା ସମ୍ପର୍କରେ ଉଚ୍ଚ ଅଧିକାରୀ ଥାନା ପୋଲିସକୁ ଯୁବତୀଙ୍କ ଘରଲୋକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ପୋଲିସ ଉଭୟ ପକ୍ଷରୁ ମାମଲା ରୁଜ୍ଜୁ କରିଛି ଏବଂ ତଦନ୍ତ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି।

   Related Posts