ମହଙ୍ଗା ପଡିଲା ଫେସବୁକ ପ୍ରେମ : ଶାରୀରିକ ସମ୍ପର୍କ ରଖିବା ପରେ ଜାତିଗତ ସମସ୍ୟାର ଆଳ ଦେଖାଇ ବିବାହ ପାଇଁ ମନା କରିଦେଲା ପ୍ରେମିକ

Published By : Prameya-News7 Bureau | March 08, 2019 IST

ବାଲେଶ୍ୱର ୮/୩ : ମହଙ୍ଗା ପଡିଲା ଫେସବୁକ ପ୍ରେମ ।ପ୍ରେମ କରି ଧୋକା ଦେଲା ପ୍ରେମିକ । ବାଲେଶ୍ବର ଖନ୍ତାପଡ଼ା ଥାନା ଅନ୍ତର୍ଗତ ବିରୁଆଁ ଗାଁର ହିମାଂଚଳ ମାଟିଆଙ୍କର ଝିଅ ସୁସ୍ମିତା ମାଟିଆ । ୩ ବର୍ଷ ତଳେ ଫେସବୁକ୍ ମାଧ୍ୟମରେ ବାସୁଦେବପୁରର ଦାମୋଦର ପାଳଙ୍କ ପୁଅ ଦେବାଶିଷ ପାଳଙ୍କ ସହ ବନ୍ଧୁତା ସ୍ଥାପନ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ଦେବାଶିଷ । ଏବେ ବିବାହ ପାଇଁ ସେ ପଛଘୁଞ୍ଚା ଦେଉଥିବା ଅଭିଯୋଗ କରିଛନ୍ତି ସୁସ୍ମିତା ।

{"id":91728}

ଜାତିଗତ ସମସ୍ୟାର ଆଳ ଦେଖାଇବା ସହ ପରିବାରର ବାହାନା ନେଇ ବିବାହ କରିବାକୁ ମନା କରିଥିଲେ ଦେବାଶିଷ । ବାଧ୍ୟ ହୋଇ ଦେବାଶିଷଙ୍କ ବିରୋଧରେ ସମସ୍ତ ପ୍ରମାଣ ସହ ଭଦ୍ରକ ଟାଉନ ଥାନାରେ ମାମଲା ରୁଜ୍ଜୁ କରିଥିଲେ । ପୁଲିସ ଦେବାଶିଷ କି ତାଙ୍କ ପରିବାର ଉପରେ କିଛି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ସୁସ୍ମିତା । ପୁଲିସ ଦୋଷୀ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଲେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁସ୍ମିତା ନିବେଦନ କରିଛନ୍ତି ।

{"id":91729}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.