ପ୍ରେମିକା ଆଗରେ ପ୍ରେମିକର ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ

Published By : Prameya-News7 Bureau | July 26, 2018 IST

ଭୁବନେଶ୍ୱର ୨୬/୭ : ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳର ଘଟିଛି ଏକ ଅଭାବନୀୟ ଘଟଣା | ଚନ୍ଦ୍ରଶେଖପୁର ପୋଲିସ ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏକ ଗେଷ୍ଟ ହାଉସରେ ଜଣେ ଯୁବତୀଙ୍କ ସମ୍ମୁଖରେ ଅମିତ ଜେନା ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି | ଅମିତଙ୍କ ନିଜ ଘର କଟକ ଜିଲ୍ଲାର ବାଙ୍କୀ ବୋଲି ଜଣାପଡିଛି | ତେବେ ଯୁବତୀ ଜଣକ କିଏ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ | ଅମିତ ଓ ଯୁବତୀଙ୍କ ମଧ୍ୟରେ କଣ ସମ୍ପର୍କ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ | ତେବେ ଯୁବତୀ ଜଣକ ଢେଙ୍କାନାଳ ଅଂଚଳର ବୋଲି ଅନୁମାନ କରାଯାଉଛି | ଆଜି ଦିନ ୧୧ ଟା ବେଳେ ଏହି ଘଟଣା ଘଟିଛି | ଯୁବତୀଙ୍କ ଓଢଣୀକୁ ବେକରେ ବାନ୍ଧି ଅମିତ ଆତ୍ମହତ୍ୟା କରିଛନ୍ତି | ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି | ଖବର ପାଇ ଅମିତଙ୍କ ସମ୍ପର୍କୀୟ ଭାଇ ଆସି ପହଂଚିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.