Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବିବାହ ମଣ୍ଡପରେ ପ୍ରେମିକର ଭୟଙ୍କର ଉପହାର : ପ୍ରେମିକା ଉପରକୁ ଏସିଡ ମାଡ

18/02/2019 at 5:12 PM

ବସ୍ତି ୧୮/୨ : ଉତ୍ତର ପ୍ରଦେଶ ବସ୍ତି ଜିଲ୍ଲାରେ ରବିବାର ଦିନ ଏକ ବିବାହ ଉତ୍ସବରେ ହଇଚଇ ଖେଳି ଯାଇଥିଲା | ବସ୍ତି ଜିଲ୍ଲାର ଜୟବିଜୟ ଗାଁରେ ଜଣେ ଯୁବତୀଙ୍କ ବିବାହ ଥିଲା | ଗତକାଲି ଯୁବତୀଙ୍କ ରିସେପସନ ଚାଲିଥିଲା | ରିସେପସନରେ ସମସ୍ତ ବନ୍ଧୁ ବାନ୍ଧବ ସାମିଲ ହୋଇଥିଲେ | ଯୁବତୀଙ୍କ ଘରଲୋକ ଅତିଥିଙ୍କ ସ୍ୱାଗତ ସମ୍ବର୍ଧନାରେ ବ୍ୟସ୍ତ ଥିଲେ |


ସବୁକିଛି ଠିକ ଚାଲିଥିଲା | କିଛି ସମୟ ପରେ ଯୁବତୀଙ୍କ ପ୍ରେମିକ ସେଠାରେ ପହଞ୍ଚିଥିଲା | ଯୁବତୀ ଭାବିଲେ ତାଙ୍କ ପ୍ରେମିକ ତାଙ୍କୁ ବିବାହର ଶୁଭେଚ୍ଛା ଦେବା ପାଇଁ ଆସିଛନ୍ତି | କିନ୍ତୁ କ୍ଷଣକେ ଯୁବତୀଙ୍କ ଭାବନା ଧୂଳିସାତ ହୋଇଯାଇଥିଲା | ଯୁବତୀଙ୍କ ପ୍ରେମିକ ଏକ sisi ରେ ଏସିଡ ନେଇ ଆସିଥିଲା | ହଠାତ ଯୁବକ ପ୍ରେମିକାଙ୍କ ମୁହଁକୁ ଏସିଡ ଫୋପାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା |


ଏସିଡରେ ଯୁବତୀଙ୍କ ଆଖି, ମୁହଁ ଏବଂ ହାତ ପୋଡି ଯାଇଛି | ଯୁବତୀଙ୍କ ଶରୀରର ୫୦ ପ୍ରତିଶତରୁ ଅଧିକ ପୋଡି ଯାଇଛି | ଯୁବତୀଙ୍କ ଆଖିରେ ଏସିଡ ପଡିଥିବା ଯୋଗୁଁ ତାଙ୍କ ଆଖିର କର୍ଣ୍ଣିଆ ଖରାପ ହୋଇଯାଇଛି | ଯୁବତୀଙ୍କୁ ଜିଲ୍ଲା ହସ୍ପିଟାଲରୁ ଗୋରଖପୁର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି |


ଯୁବତୀଙ୍କ ପରିବାର ଲୋକେ ଯୁବକ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି | ପୋଲିସ ଏହି ମାମଲାରେ ଅଭିଯୁକ୍ତ ସଲାମଙ୍କୁ ଗିରଫ କରିଛି | ଗମ୍ଭୀର ଧାରା ଲଗାଇ ମୁକଦ୍ଦମା ଜାରି କରାଯାଇଛି |

   Related Posts