Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାବଧାନ! ଏହି ସବୁ ଦିନରେ ମହିଳାଙ୍କ ସହ ରଖନ୍ତୁନି ଶାରୀରିକ ସମ୍ପର୍କ , ଭୋଗିପାରନ୍ତି ଅସୁବିଧା

ବୈବାହିକ ଜୀବନରେ ଅନେକ କଟକଣା ରହିଛି । ଏଥିରେ କିଛି ଶାରୀରିକ ସମ୍ପର୍କ ରକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଚଳିତ। କେଉଁ ଆବହମାନ କାଳରୁ ପ୍ରଚଳିତ ପ୍ରଥା ଓ ପରମ୍ପରାକୁ ହୁଏତ ଅନ୍ଧ ଲୋକ ପରମ୍ପରା କୁହାଯାଇପାରେ ହେଲେ ଏହାର ବିଜ୍ଞାନ ସମ୍ମତ କାରଣ ଥିବା ଏବେ ଜଣାପଡିଲାଣି । ଏଣୁ ଅନୁମୋଦିତ ଦିନମାନଙ୍କରେ କେବଳ ଶାରୀରିକ ସମ୍ପର୍କ ରଖିବା ପାଇଁ ଶାସ୍ତ୍ରରେ ପରାମର୍ଶ ରହିଛି । ସେଥିରେ ମାସିକ ଧର୍ମର ୪ ଦିନ, ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ସଂକ୍ରାନ୍ତି ଆଦି ଦିନମାନଙ୍କରେ ମହିଳା, ପୁଋଷଙ୍କ ଶାରୀରିକ ସମ୍ପର୍କ ବାଧିତ କରାଯାଇଛି।

ଏହା ଛଡା ମହାରାତ୍ରୀ ଯେପରି ଶିବରାତ୍ରୀ, ଦୀପାବଳି ଓ ନବରାତ୍ରୀ ଆଦି ଦିନମାନଙ୍କରେ ମଧ୍ୟ ଏହି ସମ୍ପର୍କ ସମ୍ପୂର୍ଣ୍ଣ ବର୍ଜନ କରାଯାଇଛି। ଏ ସବୁର ଶାସ୍ତ୍ର ସମ୍ମତ ମତ ଯାହା ବି ହୋଇଥାଉ ନା କାହିଁକି ବିଜ୍ଞାନ ଅନୁସାରେ ଏହି ଦିନମାନଙ୍କରେସୂର୍ଯ୍ୟ ଓ ପୃଥିବୀ ଗୋଟିଏ ଶରଳ ରେଖାରେ ରହିଥାନ୍ତି। ଏଣୁ ସେମାନଙ୍କ ସମ୍ମିଳିତ ଆକର୍ଷଣ ଅନ୍ୟ ଦିନ ଅପେକ୍ଷା ଅଧି ରହିଥାଏ। ଯାହାର ପ୍ରଭାବ ଉଭୟ ପୁଋଷ ଓ ମହିଳାଙ୍କ ଶରୀର ଉପରେ ପଡିଥାଏ। ଏହା ଦ୍ବାରା ଶରୀରରେ ଜଳ ତତ୍ବ କୁହାଯାଉଥିବା ରକ୍ତ, ରସ ଓ ପ୍ରାଣ ସ୍ବଭାବିକ ନଥାନ୍ତି । ଏଣୁ ଏହି ସବୁ ଦିନମାନଙ୍କୁ ବାଦ ଦିଆଯାଇଥାଏ।

ସେହିପରି ଅଷ୍ଟମୀ ତିଥିରେ ସୂର୍ଯ୍ୟ ଓ ଚନ୍ଦ୍ର ସମକୋଣରେ ରହିଥାନ୍ତି। ଏଣୁ ଚନ୍ଦ୍ରଙ୍କର ଆକର୍ଷଣ ଶକ୍ତି ସ୍ବଭାବିକତା ଠାରୁ କମ ଥାଏ। ଏହି ଦିନରେ ଶାରୀରିକ ସମ୍ପର୍କରଖିଲେ ଯଦି ଗର୍ଭଧାରଣ ହୁଏ ତେବେ ଶିଶୁ ରୁଗ୍ଣ ଓ ଅଳ୍ପାୟୁ ହୁଏ।ଏହାର ଶରୀରରେ ପଞ୍ଚତତ୍ବ ମଧ୍ୟରୁ ଜଳତତ୍ବ ଅଧିକ ରହୁଥିବାରୁ ଏହା ମନକୁ ପ୍ରଭାବିତ କରେ। ଯାହା ଦ୍ବାରା ବୁଦ୍ଧି ଓ ଗର୍ଭ ପ୍ରଭାବିତ ହୋଇଥାଏ।

653 Views

   ସମ୍ବନ୍ଧିତ ଖବର