ସାମସଙ୍ଗର ଏକ କୋଟି ଫୋନରେ ରହିଛି ଏହି ଫେକ୍ ଆପ୍ : ତୁରନ୍ତ ଅନଇନଷ୍ଟଲ୍ କରନ୍ତୁ : ନଚେତ୍ ପଡ଼ିବେ ଅସୁବିଧାରେ

Published By : Prameya-News7 Bureau | July 07, 2019 IST

ନୂଆଦିଲ୍ଲୀ ୭/୭: ଆଣ୍ଡଏଡ ଗ୍ରାହକଙ୍କ ପାଇଁ ଗୁଗଲ୍ ପ୍ଲେ ଷ୍ଟୋରରେ ଲକ୍ଷ ଲକ୍ଷ ଆପ୍ ରହିଛି,ଏଗୁଡ଼ିକ ମଧ୍ୟରୁ କେତେକ ଆପ୍ ଆପଣଙ୍କ ମୋବାଇଲରେ ମଧ୍ୟ ଅଛି। କିନ୍ତୁ ଆପଣ ଏହା ଜାଣିନଥିବେ ଯେ ଗୁଗଲ ପ୍ଲେ ଷ୍ଟୋରରେ ଥିବା କିଛି ଆପ୍ ଫେକ୍। ଗତ କିଛି ଦିନରେ ମଧ୍ୟ ବ୍ୟାଙ୍କିଙ୍ଗ ଆପକୁ ନେଇ ବିଭିନ୍ନ ବ୍ୟାଙ୍କ ତରଫରୁ ଚେତାବନୀ ଜାରି କରାଯାଇଥିଲା। ଅନେକ ଥର ଏପରି ମାମଲା ଆସିଛି ଯେ ପ୍ଲେ ଷ୍ଟୋରରେ ଥିବା କିଛି ଫେକ୍ ବ୍ୟାଙ୍କିଙ୍ଗ୍ ଆପ୍ ଡାଉନଲୋଡ କଲେ ଖାତାଧାରୀଙ୍କ ଆକାଉଣ୍ଟରୁ ଟଙ୍କା ଚୋରି ହୋଇଯାଇଛି। ବ୍ୟାଙ୍କିଙ୍ଗ୍ ଆପ୍ ବ୍ୟତୀତ ମଧ୍ୟ ଏପରି କେତେକ ଫେକ୍ ଆପ୍ ରହିଛି ଯାହା ଆପଣଙ୍କ ସ୍ମାର୍ଟଫୋନକୁ କ୍ଷତି ପହଞ୍ଚାଇବା ସହ ଗ୍ରାହକଙ୍କ ଡାଟା ଚୋରି କରିଥାଆନ୍ତି।

 ପ୍ଲେ ଷ୍ଟୋରର ଏପରି ଏକ ଆପ୍ ସାମସଙ୍ଗର ଏକ କୋଟିରୁ ଅଧିକ ଡିଭାଇସରେ ରହିଛି। ଏହି ଫେକ୍ ଆପର ନାଁ ‘ଅପଡେଟସ୍ ଫର ସାମସଙ୍ଗ’। ଏହି ଆପକୁ ଗ୍ରାହକ ସାମସଙ୍ଗ ତରଫରୁ ପ୍ରସ୍ତୁତ କରାଯାଇଥିବା ଭାବି ଡାଉନଲୋଡ ଏବଂ ଇନଷ୍ଟଲ୍ କରୁଛନ୍ତି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ଆପ୍ ବିଜ୍ଞାପନ ଦେଖାଇବା ସହ ଗ୍ରାହକଙ୍କୁ ୩୪.୯୯ଡଲାରରେ ସାମସଙ୍ଗର ଫର୍ମଓ୍ବେୟାର ଡାଉନଲୋଡ କରିବାର ବିକଳ୍ପ ଦେଉଛି। ଆପରେ ପେମେଣ୍ଟ ପାଇଁ ଗୁଗଲ ପ୍ଲେ ସବସ୍କ୍ରିପସନ୍ ଦ୍ବାରା ବିଲିଂ ବଦଳରେ କ୍ରେଡିଟ୍ କାର୍ଡ଼ର ଡିଟେଲ୍ ମାଗିଥାଏ। ଏହା ବ୍ୟତୀତ ଏହି ଆପ୍ ଗ୍ରାହକଙ୍କୁ ୧୯.୯୯ଡଲାରରେ ଯେକୈାଣସି ସିମକୁ ଅନଲକ୍ କରିବାର ସୁବିଧା ଦେଉଛି।

ଏହି ଆପର ଡାଉନଲୋଡ ଫର୍ମଓ୍ବେୟାରରେ ଯାଇ ଆପଣ ଫର୍ମଓ୍ବେୟାର ସିଲେକ୍ଟ କରି ପାରିବେ। ଆପର ମୁଖ୍ୟ ସ୍କ୍ରିନରେ ଆସୁଥିବା ମୁଖ୍ୟ କଣ୍ଟେଣ୍ଟ update.com ନାମକ ବ୍ଲଗିଙ୍ଗ ଓ୍ବେବସାଇଟକୁ ରେଣ୍ଡର କରି ଆସିଥାଏ। ଆପଣ ମଧ୍ୟ ନିଜ ମୋବାଇଲରେ ଥରେ ଏହାକୁ ଚେକ୍ କରନ୍ତୁ। ଯଦି ଏହା ଆପଣଙ୍କ ଫୋନରେ ଅଛି ତେବେ ଏହାକୁ ତୁରନ୍ତ ଅନଇନଷ୍ଟଲ୍ କରନ୍ତୁ। ଆପକୁ ଅନଇନଷ୍ଟଲ୍ କରିବା ପରେ ଆପଣଙ୍କ ଫୋନର ଅପରେଟିଙ୍ଗ ସିଷ୍ଟମକୁ ଅପଡେଟ୍ କରି ଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.