Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମ୍ୟାଟ୍ରିମୋନିଆଲ୍ ସାଇଟ୍‌ରେ ଜୀବନସାଥୀ ଖୋଜୁଥିଲେ ସାବଧାନ: ଯୁବତୀଙ୍କୁ ମିଠା କଥାରେ ଫସାଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା, ଗୋଟିଏ ଗ୍ୟାଙ୍ଗର ପର୍ଦାଫାଶ କଲା ପୋଲିସ

16/06/2021 at 11:07 PM

ଭିଣ୍ଡ ୧୬/୦୬ : ଯଦି ଆପଣ ମ୍ୟାଟ୍ରିମୋନିଆଲ୍ ସାଇଟରେ ଜୀବନ ସାଥୀ ଖୋଜୁଛନ୍ତି, ତେବେ ସାବଧାନ ରୁହନ୍ତୁ। କାରଣ ବର୍ତ୍ତମାନ ଏହିସବୁ ସାଇଟଗୁଡିକରେ ଦୁଷ୍ଟ ଓ ଧୂର୍ତ୍ତ ଲୋକମାନେ ନକଲି ପ୍ରୋଫାଇଲ୍ ତିଆରି କରି ଲୋକଙ୍କୁ ଠକୁଛନ୍ତି। ମଧ୍ୟପ୍ରଦେଶର ଭିଣ୍ଡରେ ପୋଲିସ ଏକ ଅନ୍ତର୍ଜାତୀୟ ସାଇବର ଗ୍ୟାଙ୍ଗର ପର୍ଦାଫାଶ କରିଛି। ଏହି ଗ୍ୟାଙ୍ଗର ମୁଖ୍ୟ ଭିଣ୍ଡରେ ହିଁ ରହୁଥିବା ଜଣେ ଯୁବତୀଙ୍କ ସହ ମ୍ୟାଟ୍ରିମୋନିଆଲ୍ ସାଇଟରେବନ୍ଧୁତା କରି ତାଙ୍କ ଠାରୁ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ଠକି ନେଇଛନ୍ତି। ମାମଲା ସାମ୍ନାକୁ ଆସିବା ପରେ ପୋଲିସ ନାଇଜେରିଆର ଜଣେ ନାଗରିକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।

ଭିଣ୍ଡ ସହରର ଜଣେ ଯୁବତୀ ବହୁ ଆଶାର ସହ ମ୍ୟାଟ୍ରିମୋନିଆଲ୍ ସାଇଟରେ ନିଜ ପ୍ରୋଫାଇଲ କରିଥିଲେ। ପ୍ରୋଫାଇଲ୍ ଦେଖି ହିମାଂଶୁ ନାମକ ଜଣେ ଯୁବକ ତାଙ୍କୁ ଫୋନ କରିବା ଆରମ୍ଭ କରିଥିଲା ଏବଂ ତାଙ୍କ ସହ ବନ୍ଧୁତା କରିଥିଲା। କଥାବାର୍ତ୍ତା ବେଳେ ହିମାଂଶୁ ବିଦେଶରେ କାର୍ଯ୍ୟରତ ଡାକ୍ତର ବୋଲି କହିଥିଲା। କରୋନା ଲକଡାଉନ ସମୟରେ ଯୁବତୀଙ୍କୁ ଜଣେ ମହିଳା କଷ୍ଟମ୍ସ ଅଧିକାରୀଙ୍କଠାରୁ କଲ୍ ଆସିଥିଲା। ବିମାନବନ୍ଦରରୁ ଜଣେ ଯୁବତୀ ନିଜକୁ କଷ୍ଟମ୍ସ ଅଧିକାରୀ କହି ଫୋନ କରିଥିଲେ। ସେ କହିଥିଲେ ବିମାନବନ୍ଦରରେ ହିମାଂଶୁଙ୍କୁ ଅଟକ ରଖାଯାଇଛି। ତାଙ୍କ ପାଖରେ ଭାରତୀୟ ମୁଦ୍ରା ନାହିଁ। ତାଙ୍କୁ ଛାଡିବା ବଦଳରେ ତାଙ୍କୁ ଟଙ୍କା ଜମା କରିବାକୁ ପଡିବ। ତାପରେ କଷ୍ଟମ୍ସ ଅଫିସର ହୋଇଥିବ ମହିଳା ଯୁବତୀଙ୍କ ସହ ହିମାଂଶୁର ହୋଇଥିଲେ କଥାବାର୍ତ୍ତା କରାଇଥିଲେ। ହିମାଂଶୁ ଫୋନର କାନ୍ଦିବାର ନାଟକ କରିଥିଲା। ସେ ଯୁବତୀଙ୍କୁ ଟଙ୍କା ପଠାଇବାକୁ କହିଥିଲା ଯେପରି ସେ କଷ୍ଟମ ବିଭାଗର କବଳରୁ ମୁକ୍ତ ହୋଇପାରିବେ। ବାହାରକୁ ଆସିବା ପରେ ସେ ତାଙ୍କୁ ଟଙ୍କା ଫେରାଇ ଦେବ ବୋଲି କହିଥିଲା।

ଜୀବନ ସାଥୀ ଖୋଜୁଥିବା ଯୁବତୀ ହିମାଂଶୁ ବିଛାଇଥିବା ଜାଲରେ ପଡ଼ିଯାଇଥିଲେ ଏବଂ ପରିବାର ଲୋକଙ୍କୁ ନ ଜଣାଇ ସେ ସାଙ୍ଗମାନଙ୍କଠାରୁ ଋଣ ନେଇ ଟଙ୍କା ପଠାଇଥିଲେ। କିନ୍ତୁ ଚୋରମାନଙ୍କ ଦାବି ବଢ଼ିବାରେ ଲାଗିଲା ଏବଂ କିଛି ନା କିଛି ବାହାନା କରି ଯୁବତୀଙ୍କୁ ଟଙ୍କା ମାଗୁଥିଲା।ମାମଲା ବଢିଗଲା ପରେ ଯୁବତୀ ନିଜ ସାଙ୍ଗକୁ ପୁରା କଥା କହିଥିଲେ। ଏହା ପରେ ସେ ପୋଲିସ ପାଖରେ ପହଞ୍ଚିଥିଲେ। ପୀଡିତା କହିଥିଲେ ଯେ ଠକମାନେ ତାଙ୍କୁ ଆରବିଆଇରୁ ଏକ ନକଲି ଇମେଲ ମଧ୍ୟ ପଠାଇଥିଲେ ଯାହା ଅସଲି ଭଳି ଲାଗୁଥିଲା। ଦୁର୍ବୃତ୍ତମାନେ ଯୁବତୀଙ୍କ ଠାରୁ ଚାରି ଲକ୍ଷ ୯୫ ହଜାର ଟଙ୍କା ଠକି ନେଇଛନ୍ତି।

ଯାଞ୍ଚ ପରେ ପୋଲିସ ଅନ୍ତର୍ଜାତୀୟ ଠକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ନାଇଜେରିଆ ନାଗରିକ ଜନ୍ ଜୁଲିଓସଙ୍କୁ ଧରିଥିଲା। ଏହା ବ୍ୟତୀତ ତାଙ୍କର ଚାରିଜଣ ସହଯୋଗୀ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରୁ ଗିରଫ କରାଯାଇଛି। ଅଭିଯୁକ୍ତ ନାଇଜେରିଆ ନାଗରିକ ଗତ ଚାରି ବର୍ଷ ଧରି ଛାତ୍ର ଭିସା ଉପରେ ଭାରତରେ ରହୁଥିଲା। ଗିରଫ ଲୋକଙ୍କଠାରୁ ଆଇଫୋନ୍, ୩୩ ଟି ସିମ୍ କାର୍ଡ, ବିଭିନ୍ନ ବ୍ୟାଙ୍କର ୨୮ ଟି ଏଟିଏମ୍ କାର୍ଡ, ୧୪ ଟି ବ୍ଳାଙ୍କ ଚେକ୍, ଲାପଟପ୍, ରାଉଟର, ହାର୍ଡ ଡିସ୍କ, ୱାଇ-ଫାଇ ଡଙ୍ଗଲ, ନଗଦ ଟଙ୍କା ଏବଂ ବହୁ ସାମଗ୍ରୀ ଜବତ କରାଯାଇଛି।

ପୋଲିସର ସୂଚନାନୁସାରେ,ଉତ୍ତର ପ୍ରଦେଶରୁ ଗିରଫ ହୋଇଥିବ ଚାରିଜଣ ଅଭିଯୁକ୍ତ ନିରୀହ ଗ୍ରାମବାସୀଙ୍କଠାରୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନେଇ ଠକେଇ ଟଙ୍କା ମାଗିବା ପାଇଁ ବ୍ୟବହାର କରୁଥିଲେ। ଏହାର ପ୍ରତିବଦଳରେ ସେମାନେ ତାଙ୍କୁ ଅର୍ଥର ୧୦ ରୁ ୧୫ ପ୍ରତିଶତ ଦେଉଥିଲେ| ଗିରଫ ନାଇଜେରିଆ ଯୁବକ କହିଛନ୍ତି ଯେ ସେ କରଣ ଜଙ୍ଗ ଶାହି ନାମକ ଜଣେ ନେପାଳୀ ଯୁବକଙ୍କ ପାଇଁ କାମ କରୁଛନ୍ତି। ଘଟଣା ସମ୍ପର୍କରେ ପୋଲିସ ନାଇଜେରିଆ ଦୂତାବାସକୁ ସୂଚନା ଦେଇଛି।

   Related Posts