ସାବଧାନ ! ଅନଲାଇନ ଅଫର ଚକ୍କରରେ ପଡିବା ପୂର୍ବରୁ ଜାଣନ୍ତୁ କ'ଣ କହୁଛନ୍ତି ଗୃହ ମନ୍ତ୍ରାଳୟ, ପାଖାପାଖି ୩ କୋଟି ଲୋକଙ୍କ ଡାଟା ଲିକ୍

Published By : Prameya-News7 Bureau | May 25, 2020 IST

ନୂଆଦିଲ୍ଲୀ ୨୫/୦୫ : ଅନଲାଇନ ଅଫର ଚକ୍କରରେ ଅନେକ ଲୋକ ଠକାମୀର ଶିକାର ହେଉଛନ୍ତି | ଅନଲାଇନ ଅଫର ଚକ୍କର ସାଇବର କ୍ରାଇମ ମାମଲା ଦିନକୁ ଦିନ ବଢି ଚାଲିଛି | ସାଇବର ଲୋକଙ୍କ ଡାଟା ଚୋରି କରି ଲୋକଙ୍କ ଜମା ପୁଞ୍ଜି ଚୋରି କରୁଛନ୍ତି | ବର୍ତ୍ତମାନ ଚାକିରୀ ଖୋଜୁଥିବା ୩ କୋଟି ଲୋକଙ୍କ ବ୍ୟକ୍ତିଗତ ଡାଟା ଲିକ ହୋଇଥିବା ଜଣାପଡିଛି | ପାଖାପାଖି ୨ ହଜାର ଭାରତୀୟଙ୍କ ପରିଚୟ ପତ୍ର ମଧ୍ୟ ଲିକ ହୋଇଥିବା ଜଣାପଡିଛି | ସାଧାରଣ ଜନତାଙ୍କୁ ଏହି ସାଇବର କ୍ରାଇମରୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ଟ୍ୱିଟର ପେଜ ରହିଛି | 

{"id":275807,"width":578,"height":390,"sizeSlug":"large"}

ସାଇବର ସୁରକ୍ଷାକୁ ମଜବୁତ କରିବା ପାଇଁ ଗୃହ ମନ୍ତ୍ରାଳୟ ଟ୍ୱିଟର ପେଜ ସାଇବର ଦୋସ୍ତରେ କୁହାଯାଇଛି ଯେ, ଲୋକଙ୍କୁ ସାବଧାନ ଏବଂ ସଚେତନ ରହିବ ଆବଶ୍ୟକ | ଇଣ୍ଟରନେଟରେ କିଛି ସାମଗ୍ରୀ ଫ୍ରିରେ ମିଳିଥାଏ | ଫ୍ରି ଜିନିଷ ଦେବା ମାଧ୍ୟମରେ ସାଇବର ଠକ ଲୋକଙ୍କୁ ଫସାଇ ତାଙ୍କ ଡାଟା ଚୋରି କରୁଛନ୍ତି | ସେଥିପାଇଁ ଅନଲାଇନ ଫ୍ରି ଅଫରରୁ ଦୁରେଇ ରହିବାକୁ ଏହି ଟ୍ୱିଟର ପେଜରେ ପରାମର୍ଶ ଦିଆଯାଇଛି | କେବଳ ସେତିକି ନୁହେଁ, ଜବ ସର୍ଚ୍ଚ ପୋର୍ଟାଲ ପାଇଁ ମଧ୍ୟ ଗୃହ ମନ୍ତ୍ରାଳୟ ତରଫରୁ ପରାମର୍ଶ ଦିଆଯାଇଛି | କୌଣସି ସାଇଟରେ ରେଜିଷ୍ଟ୍ରେସନ କରିବା ପୂର୍ବରୁ ଭଲ ଭାବେ ଯାଞ୍ଚ କରିବାକୁ ମନ୍ତ୍ରାଳୟ ନିର୍ଦେଶ ଦେଇଛନ୍ତି |

{"id":275808,"width":576,"height":288,"sizeSlug":"large"}

ସାଇବାଟା ଠକ ଏହିଭଳି ସାଇଟ ଜରିଆରେ ଲୋକଙ୍କ ବ୍ୟକ୍ତିଗତ ଡାଟା ଚୋରି କରି ତାଙ୍କୁ ସ୍ପାମ ଇ-ମେଲ ଏବଂ ଏସଏମଏସ ପଠାଇ ତାଙ୍କୁ ଠକେଇର ଶିକାର କରୁଛନ୍ତି | ଏହିଭଳି ଇ-ମେଲ ଜରିଆରେ ଚାକିରୀ କିମ୍ବା ଲଟେରୀ ଦେବା କହି ଲୋକଙ୍କୁ ଲିଙ୍କ ପଠାଇଥାନ୍ତି | ଏହି ଲିଙ୍କରେ କ୍ଲିକ କରିବା ପରେ ଲୋକଙ୍କ ସମସ୍ତ ବ୍ୟକ୍ତିଗତ ଡାଟା ସାଇବର ଠକଙ୍କ ପାଖକୁ ଚାଲିଯାଇଥାଏ |

{"id":275809,"sizeSlug":"large"}

 ସାଇବର ମାମଲାର ବିଶେଷଜ୍ଞ ପବନ ଦୁଗଲ କହିଛନ୍ତି ଯେ, ଲୋକଙ୍କ ବ୍ୟକ୍ତିଗତ ଡାଟା ଚୋରି ଏକ ଗମ୍ଭୀର ସମସ୍ୟା | ଏହା ସାଇବର ସ୍ପେସ ପାଇଁ ବିପଦ ସୃଷ୍ଟି କରୁଛି | ସାଇବର ଠକ ଟଙ୍କା ପାଇଁ ମଧ୍ୟ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ବିକ୍ରି କରୁଛନ୍ତି | ସେ କହିଛନ୍ତି ଯେ, ପାଖାପାଖି ୩ କୋଟି ଲୋକଙ୍କ ସ୍କୁଲ, ଚାକିରୀ ସଂସ୍ଥା ସହ ଜଡିତ ଅନେକ ଡାଟା ଚୋରି ହେଉଛି ଏବଂ ଏହା ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି କରିପାରେ | ଦେଶ ଯଦି ବର୍ତ୍ତମାନ ସାଇବର ସୁରକ୍ଷା ଏବଂ ତା ସହ ଜଡିତ ଆଇନ ପ୍ରତି ଗମ୍ଭୀର ଭାବେ ଚିନ୍ତା ନ କରେ ତାହେଲେ ଭବିଷ୍ୟତରେ ଭୟଙ୍କର ପରିସ୍ଥିତି ସାମ୍ନା କରିବାକୁ ପଡିପାରେ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.