Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ରାସ୍ତାକଡ଼ରେ ଅଳିଆ ଗଦାଉଥିଲେ ସାବଧାନ ! ଉପହାରରେ ସେହି ଅଳିଆ ଫେରିପାରେ ଘରକୁ

7/11/2020 at 4:43 PM

କାକିନାଡ଼ା ୭।୧୧: ଘର ଅଳିଆ ରାସ୍ତା କଡ଼ରେ ଜମା କରିବା କାକିନାଡ଼ା ମ୍ୟୁନସିପାଲ କର୍ପୋରେସନ (କେଏମସି)ରେ ବସବାସ କରୁଥିବା ଲୋକଙ୍କ ଲାଗି ଏବେ ମହଙ୍ଗା ସାବ୍ୟସ୍ତ ହେଉଛି। ସ୍ମାର୍ଟ ସିଟି ଭାବେ ସହର ସ୍ୱଚ୍ଛତା ଉପରେ ପ୍ରାଧାନ୍ୟ ଦେଉଥିବା କେଏମସି ଏପରି ଲୋକଙ୍କୁ ଚିହ୍ନଟ କରି ତାଙ୍କ ଘର ଅଳିଆ ଏବେ ଉପହାରରେ ତାଙ୍କ ଅଗଣାକୁ ପୁଣି ପହଞ୍ଚାଇ ଦେଉଛନ୍ତି। ଏହି କ୍ରମରେ ମ୍ୟୁନସିପାଲ କମିଶନର ଶାନ୍ତିନଗର ଅଞ୍ଚଳରେ ପରିଦର୍ଶନ କରୁଥିବା ବେଳେ ଜନୈକା ମହିଳା ଘର ଅଳିଆ ରାସ୍ତାକଡରେ ପକାଇବାକୁ ଯାଇ କମିଶନରଙ୍କ ଦୃଷ୍ଟିରେ ପଡିଛନ୍ତି। 

ନଗରନିଗମ କମିଶନର ସ୍ୱପ୍ନିଳ ଦିନକର ପୁଣ୍ଡକର ରାସ୍ତାକଡ଼ରେ ଅଳିଆ ଗଦାଉଥିବା ମହିଳାଙ୍କ କାଉନସେଲିଂ କରିବା ସହ ତାଙ୍କ ଆବର୍ଜନା ତାଙ୍କ ଘରକୁ ଫେରାଇ ଦେଇଛନ୍ତି। ଏହା ସହ ଏପରି କରୁଥିବା ଲୋକଙ୍କ ମଧ୍ୟ ସତର୍କ କରାଇଛନ୍ତି। ଯଦି କିଏ ଘର ଅଳି ରାସ୍ତା ଶେଷ ମୁଣ୍ଡରେ ଗଦେଇ ଦେଇ ଆସେ ସଫେଇ କର୍ମୀମାନେ ସେହିସବୁ ଅଳିଆକୁ ସେମାନଙ୍କ ଘର ଅଗଣାରେ ଗଦେଇଦେଇ ଆସିବେ ବୋଲି କହିଛନ୍ତି।

କେଏମସିରେ ଗତ ୩ ଦିନ ହେଲା ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି। ଯଦି ଏଥିରେ ଲୋକେ ସହଯୋଗ ନ କରନ୍ତି ଓ ରାସ୍ତାଘାଟରେ ଅଳିଆ ଫିଙ୍ଗନ୍ତି ତେବେ ଏଥିଲାଗି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ମ୍ୟୁନସିପାଲ କମିଶନର କହିଛନ୍ତି। ସହର ପରିମଳ ଲାଗି କେଏମସି ୫ଟି ବଡ କମ୍ପାକ୍ଟର ସାଙ୍ଗକୁ ୧୦ଟି ଛୋଟ କମ୍ପାକ୍ଟର, ୧୪ଟି ଟ୍ରାକ୍ଟର, ୩ଟି ଟିପର, ୨ଟି ଜେସିବି ଓ ୧ହଜାର ୧୦୦ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରିଛି। ଯେଉଁମାନେ ୨୯୩ଟି ମାଇକ୍ରୋ ପକେଟର ଘର ଅଳିଆ ସଂଗ୍ରହ କରୁଛନ୍ତି।

ଗୋଟିଏ ଗୋଟିଏ ପକେଟ୍‌ରେ ୨୫୦ରୁ ୩୦୦ ଘର ରହୁଛନ୍ତି। ଏହି ସବୁ ଅଳିଆ କର୍ମଚାରୀମାନେ ଦୁଆରଦୁଆର ବଲି ସଂଗ୍ରହ କରୁଛନ୍ତି। ସେହିପରି ପ୍ରତ୍ୟେକ ସଡକର ଶେଷ ମୁଣ୍ଡରେ ଗାର୍ବେଜ୍ ଡମ୍ପର ବିନ୍‌ ମଧ୍ୟ ସ୍ଥାପନା କରାଯାଇଛି। ଏହା ସତ୍ତ୍ୱେ ଯେଉଁମାନେ ଅଳିଆକୁ ପସନ୍ଦ କରୁଛନ୍ତି ସେମାନଙ୍କ ଅଳିଆ ପକେଟ ସେମାନଙ୍କ ଘରେ କେଏମସି ପହଞ୍ଚାଇ ଦେବ ବୋଲି କହିଛନ୍ତି ମ୍ୟୁନସିପାଲ କମିଶନର।

   Related Posts