Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆସନ୍ତା କାଲି ଏବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣ : ଜାଣନ୍ତୁ,ଗର୍ଭବତୀ ମହିଳାମାନେ ରହିବେ କେଉଁସବୁ ଜିନିଷ ପ୍ରତି ସତର୍କ

4/06/2020 at 10:12 AM

୨୦୨୦ମସିହା ଜୁନ୍ ୫ତାରିଖରେ ଦ୍ବିତୀୟ ଚନ୍ଦ୍ର ଗ୍ରହଣ ଲାଗିବ। ଏହା ପୂର୍ବରୁ ଜାନୁୟାରୀ ୧୦ତାରିଖରେ ଚନ୍ଦ୍ର ଗ୍ରହଣ ଲାଗିଥିଲା। ଗ୍ରହଣ କାଳ ସମୟରେ ଚନ୍ଦ୍ର ପୂର୍ଣ୍ଣ ଭାବରେ ଗ୍ରହଣର କଳା ଛାୟାରେ ଢ଼ାଙ୍କି ହୋଇଯିବ। ଗ୍ରହଣର କଳା ଛାଇକୁ ଶୁଭ କୁହାଯାଇ ନଥାଏ କିନ୍ତୁ ଏପରି କିଛି କାମ ରହିଛି ଯାହା କରିବା ଦ୍ବାରା ଗ୍ରହଣର କଳା ଛାଇରୁ ସୁରକ୍ଷିତ ରହି ହେବ।

ସୂତକ ଏବଂ ଗ୍ରହଣ କାଳରେ ମୂତ୍ର ସ୍ପର୍ଶ,ଅନାବଶ୍ୟକ ଖାଦ୍ୟପେୟ,ମୈଥୁନ,ନିଦ୍ରା,ତେଲ ଲଗାଇବା ବର୍ଜନୀୟ। ବୃଦ୍ଧ,ରୋଗୀ,ବାଳକ,ଗର୍ଭବତୀ ସ୍ତ୍ରୀ ଯଥାନୁକୂଳ ଭୋଜନ ଗ୍ରହଣ ସ୍ପର୍ଶ ପୂର୍ବରୁ କରି ଦିଅନ୍ତୁ।

ଗର୍ଭବତୀ ସ୍ତ୍ରୀଙ୍କୁ ଗ୍ରହଣ କାଳରେ ପରିବା କାଟିବା,ପାମ୍ପଡ଼ ସେକିବା ଇତ୍ୟାଦି କାର୍ଯ୍ୟ କରିବା ଅନୁଚିତ୍। କୌଣସି ଗଣ୍ଠିଦାର ବସ୍ତ୍ର ପିନ୍ଧିବା ମଧ୍ୟ ଅନୁଚିତ୍। ସେମାନଙ୍କୁ ଗ୍ରହଣ କାଳରେ ଚନ୍ଦ୍ର କିରଣଠୁ ଦୂରରେ ରହି ଧର୍ମ,ଧ୍ୟାନ,ଜପ ତଥା ଧର୍ମ ଗ୍ରନ୍ଥର ଅଧ୍ୟୟନ କରିବା ଉଚିତ୍।

ଗର୍ଭବତୀ ମହିଳା ଗର୍ଭର ସୁରକ୍ଷା ପାଇଁ ହଂ ହନୁମତେ ରୁଦ୍ରାତ୍ମକାୟ ହୁଂ ଫଟ।। ମନ୍ତ୍ର ଜପ କରି ଗୋଟିଏ ସୂତାରେ ୯ଟି ଗାଣ୍ଠ ବାନ୍ଧି ହନୁମାନଙ୍କୁ ଅର୍ପିତ କରିବା ପରେ ନିଜ ଅଣ୍ଟାରେ ବାନ୍ଧି ଦିଅନ୍ତୁ।

ଗ୍ରହଣର ସୂତକ ପୂର୍ବରୁ କ୍ଷୀର,ଦହି,ଆଚାର,ଚଟଣୀ ଇତ୍ୟାଦି ଖାଦ୍ୟପଦାର୍ଥରେ ଆତ୍ମତୃପ୍ତି ରଖିବା ଶ୍ରେୟସ୍କର।

ରୋଗୀଙ୍କୁ ଗ୍ରହଣ କାଳରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଉଚିତ୍।

ଧନପ୍ରାପ୍ତି ପାଇଁ ଇଚ୍ଛା କରୁଥିବା ବ୍ୟକ୍ତି ଶ୍ରୀ ସୁକ୍ତମର ୧୬ରୁଚାର ପାଠ କରନ୍ତୁ। ଯାହାର ଧନ ଅଟକି ଥିବ ଏବଂ କରଜ ଥିବ ସେମାନେ ଓଂ ଗଣେଶ ତୃଣଂ ଛିନ୍ଦି ବରେଣ୍ୟମ୍ ହୁ ନମଃ ଫଟ ସ୍ବାହା ଜପ କରନ୍ତୁ। ଗାୟତ୍ରୀ ମନ୍ତ୍ର ଜପର ବିଶେଷ ମହତ୍ତ୍ବ ରହିଛି।

   Related Posts