ରାଗି କିମ୍ବା ଜିଦଖୋର ପିଲାଙ୍କୁ ଯଦି ବିନମ୍ର କରିବାକୁ ଚାହୁଁଛନ୍ତି କରନ୍ତୁ ଏହି କାମ , ନିଜେ ବି ବଦଳାନ୍ତୁ ନିଜର ସ୍ଵଭାବ

Published By : Prameya-News7 Bureau | March 30, 2019 IST

ପିଲାଙ୍କ ଭବିଷ୍ୟତ ଗଢ଼ିବା ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ  । ପିଲାଙ୍କୁ ମାଟି ଛାଂଚ ପରି ଯେମିତି ଗଢ଼ିପାରିବ ସେମିତି ହେବ । ଯଦି ଆପଣ ପିଲାଙ୍କୁ ବେଶି ଶ୍ରଦ୍ଧାଦେଇ ମୁହଁବଢ଼ା କରିଦେଲେ କଥା ସରିଲା । ଆପଣ ଆଉ ଭବିଷ୍ୟତରେ ସମ୍ଭାଳିପାରିବେ ନାହିଁ । ତେଣୁ ଛୋଟବେଳୁ ସେତିକି କରନ୍ତୁ ଯାହା ଆପଣଙ୍କ କଥାମାନି ଭବିଷ୍ୟତରେ ଚଳିବ । ପିଲାଙ୍କୁ ବଦଳେଇବା ସହିତ ନିଜେ ବି ନିଜର ନୀତି ଆଦର୍ଶକୁ ବଦଳାନ୍ତୁ । ତାହେଲେ ନିଜର ପ୍ରଭାବ ପିଲାଙ୍କ ଉପରେ ପଡ଼ିବ । ଯଦି ଆପଣ ଖାଲି ଉପଦେଶ ଦେବାକୁ ରହିବେ କିଛି ଲାଭ ହେବନାହିଁ ।

{"id":98628}

୧- ପିଲାଙ୍କୁ ଗଢ଼ିବାକୁ ହେଲେ ନିଜର ଆଦର୍ଶ ବିଚାର ଶିଖାନ୍ତୁ । ମାନବିକତା,ଦୟା ,ସମ୍ବେଦନତା ପ୍ରତି ଗୁରୁତ୍ଵ ଦିଅନ୍ତୁ , ଯେମିତି ସେ ବଡ଼ ହୋଇ ଆଧୁନିକତା ନାଁରେ ମେକାନିକାଲ ହେଇ ନଯାଉ ।

{"id":98629}

୨- ଆପଣଙ୍କ ଆଚାର ବିଚାର ଯଦି ଠିକ ନାହିଁ ତାହେଲେ ଆପଣଙ୍କ ଉପଦେଶର କିଛି ମାନେନାହିଁ । ଆପଣ ଯଦି ଦୟାବାନ,କରୁଣାବାନ ତାହେଲେ ଆପଣଙ୍କ ପିଲାର ସ୍ଵଭାବ ମଧ୍ୟ ସେଇଆ ହେବ । ପିଲାଙ୍କୁ ଭଲ ବିଚାର ଶିଖାଇବାକୁ ମହାପୁରୁଷଙ୍କ କାହାଣୀ ପଢ଼ିବାକୁ ଦିଅନ୍ତୁ କିମ୍ବା ଭଲ ବହି ବି ପଢ଼ିବାକୁ ଦିଅନ୍ତୁ ।

{"id":98630}

୩-ଆପଣ ପିଲାଙ୍କ ବ୍ୟବହାରକୁ ନେଇ ଟିପ୍ପଣୀ ଦିଅନ୍ତୁ.. ଭଲ ଲାଗୁଥିବା ବ୍ୟବହାରକୁ ପ୍ରଶଂସା କରନ୍ତୁ ..ରାଗିବା,କ୍ରୁରତା ପ୍ରକାଶ କରିବାକୁ ଭଲ ଭାବରେ ବୁଝାନ୍ତୁ ..ଏଇଟା ଭଲ ନୁହେଁ । ଭଲମନ୍ଦର ଫରକ ଜାଣିଗଲେ ନିଜର ସ୍ଵଭାବ ପରିବର୍ତ୍ତନ କରିବାକୁ ପିଲା ବାଧ୍ୟହେବେ ।

{"id":98631}

୩-ନୂଆ ନୂଆ ଲୋକଙ୍କ ସହ ମିଶିବାର ଅଭ୍ୟାସ ତିଆରି କରନ୍ତୁ । ଯଦି କେହି ନୀତିବାନ ଲୋକ ଆପଣଙ୍କ ସହ ମିଶୁଛି.. ଆପଣଙ୍କ ପିଲାଙ୍କୁ ବି ମିଳାମିଶା କରନ୍ତୁ . ଫଳରେ ଭଲଲୋକଙ୍କ ମିଶିବା ଦ୍ଵାରା ନିଜ ସ୍ଵଭାବ ପରିବର୍ତ୍ତନ କରିବାକୁ ସୁବିଧା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.