ଶିବରାତ୍ରି ଠାରୁ ଏହି ୭ ରାଶିର ଚମକିବ ଭାଗ୍ୟ ; ଜାଣନ୍ତୁ କେଉଁ କେଉଁ ରାଶି

Published By : Prameya-News7 Bureau | March 03, 2019 IST

ଭୁବନେଶ୍ୱର ୩/୩ : ଆସନ୍ତାକାଲି, ମାର୍ଚ୍ଚ ୪ ତାରିଖ ମହାଶିବରାତ୍ରି | ଶିବରାତ୍ରି ଦିନ କିଛି ରାଶିଙ୍କ ଭାଗ୍ୟରେ ବହୁତ ଦିନ ଭଲ ଯୋଗ ରହିଛି | ୭ଟି ରାଶିର ଭାଗ୍ୟ ଚମକିବ | ଶିବରାତ୍ରି ଠାରୁ ଏହି ୭ଟି ରାଶିର ବ୍ୟକ୍ତି ବିଶେଷଙ୍କର ସଫଳତାର ଦିନ ଆରମ୍ଭ ହେବ | ଏହି ରାଶି ଉପରେ ଭଗବାନ ଶିବଙ୍କ ବିଶେଷ କୃପା ରହିବ | ଏମାନଙ୍କ ସମସ୍ତ ମନୋସ୍କାମନା ପୁର୍ଣ ହେବ | ଏହାଛଡା ଜମିବାଡ଼ି ବିବାଦ ମଧ୍ୟ ଖୁବ ଶୀଘ୍ର ସମାଧାନ ହୋଇଯାଇପାରେ | ନୂଆ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି | ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳତା ପାଇବେ | ଆପଣଙ୍କ ସମସ୍ତ ଇଛା ପୂରଣ ହେବ | ଦୀର୍ଘ ୫୧ ବର୍ଷ ପରେ ଏଭଳି ମହା ସଂଯୋଗ ଦେଖାଦେଇଛି |

{"id":90273}


ଶିବରାତ୍ରି ଠାରୁ ଆପଣଙ୍କ ଅନେକ କ୍ଷେତ୍ରରେ ଲାଭ ମିଳିବ | ଆପଣ ଯେଉଁ କ୍ଷେତ୍ରରେ ବିନିଯୋଗ କରିବେ ସେଠାରୁ ମଧ୍ୟ ଲାଭ ମିଳିବ | ବ୍ୟବସାୟୀଙ୍କୁ ବଡ ଧରଣର ସଫଳତା ମିଳିବ | ବ୍ୟବସାୟରୁ ଅନେକ ଲାଭ ମିଳିବ | ଯେଉଁମାନେ ବହୁତ ଦିନରୁ ଚାକିରୀ ଖୋଜୁଛନ୍ତି ସେମାନଙ୍କୁ ଚାକିରୀ ମଧ୍ୟ ମିଳିବ | ଆସନ୍ତୁ ଜାଣିବା ସେ ସବୁ କେଉଁ କେଉଁ ରାଶି :


ଯେଉଁ ରାଶିର ବ୍ୟକ୍ତି ବିଶେଷଙ୍କୁ ମହାଶିବରାତ୍ରି ଠାରୁ ଭଲ ଦିନ ଆରମ୍ଭ ହେବ ସେହିସବୁ ରାଶି ହେଲେ ମେଷ, ବୃଷ, କର୍କଟ, ସିଂହ, ବିଛା, କନ୍ୟା ଏବଂ ମକର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.