ବୁଲବୁଲ ପ୍ରଭାବରେ ପାନ ଚାଷ ବ୍ୟାପକ କ୍ଷତିଗ୍ରସ୍ତ : କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଦାବି

Published By : Prameya-News7 Bureau | November 11, 2019 IST

କେନ୍ଦ୍ରାପଡା ୧୧/୧୧: ବୁଲବୁଲ ପ୍ରଭାବରେ ପାନ ବରଜ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ତଟବର୍ତ୍ତି ଅଞ୍ଚଳରେ ବୁଲବୁଲ ପ୍ରଭାବରେ ପାନ ଚାଷ ଉଜୁଡି ଯାଇଛି । ଜମ୍ବୁ ଗାଁରେ ଶତାଧିକ ପାନବରଜ ଭାଙ୍ଗିଯାଇଛି । କିଛି ବରଜ ମାଟିରେ ମିଶିଯାଇଛି ତ ଆଉ କିଛି ପଚି ଗଲାଣି ।  ଏଠାକାର ଲୋକେ ପାନ ବରଜ କରି ପରିବାର ପୋଷନ୍ତି ।

{"id":182451,"width":591,"height":332}

ପାନବରଜ ମାଟିରେ ମିଶିଯାଇଥିବା ବେଳେ କିପରି ପରିବାର ପୋଷଣ କରିବେ ସେ ନେଇ ଚାଷୀଙ୍କ ଆଖିରୁ ନିଦ ହଜିଯାଇଛି । ଫୋନି ବାତ୍ୟା ପରେ ଖୁବ କଷ୍ଟରେ ପୁଣି ଥରେ ଅଣ୍ଟା ସଳଖି ଛିଡା ହୋଇଥିଲେ ପାନ ଚାଷୀ । ହେଲେ ବୁଲବୁଲ ପୁଣି ସବୁ କିଛି ଛାରଖାର କରିଦେଇଛି ।

{"id":182452,"width":591,"height":332}

ବାତ୍ୟାରୁ ଯାହା ବର୍ତ୍ତି ଯାଇଛି ସେଥିରେ ପୋକ ଲାଗି ଗଲାଣି । ଔଷଧ ସିଞ୍ଚନ କଲେ ବି ତାହା କାମ ଦେଉନଥିବା ଚାଷୀ କହିଛନ୍ତି । ଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ ।

{"id":182454}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.