Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ରାଜ୍ୟର ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ ‘ବେଟି ପଢାଅ ବେଟି ବଚାଓ’ ଅଭିଯାନ, ଜାଣନ୍ତୁ କ’ଣ କହିଲେ ବିରୋଧୀ

28/12/2019 at 8:45 PM

ଭୁବନେଶ୍ୱର ୨୮।୧୨ : ରାଜ୍ୟର ସବୁ ଜିଲ୍ଲାରେ ଆରମ୍ଭ ହେବ କେନ୍ଦ୍ରସରକାରଙ୍କ ‘ବେଟି ପଢାଅ ବେଟି ବଚାଓ’ କାର୍ଯ୍ୟକ୍ରମ । ଦେଶର ସବୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ଲାଗୁ କରିବାକୁ କେନ୍ଦ୍ର ଘୋଷଣା କରିବା ପରେ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟର କେବଳ ନୟାଗଡ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଲାଗୁ ଥିଲା । ଜିଲ୍ଲାସ୍ତରରେ ଏଥିପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ସହ ଟାକ୍ସ ଫୋର୍ସ ଗଠନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇ ଚିଠି ଲେଖିଛି ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ । ସେପଟେ ବିରୋଧୀ କହିଛନ୍ତି କେବଳ ଚିଠି ଲେଖିଲେ ହେବନି ସରକାର ଯୋଜନାକୁ ସଠିକ କାର୍ଯ୍ୟକାରୀ କରିବା ଆବଶ୍ୟକତା ରହିଛି ।

ଆଗକୁ ବଢିବ ବେଟି ପଢାଅ ବେଟି ବଚାଓ କାର୍ଯ୍ୟକ୍ରମ । ରାଜ୍ୟର ୩୦ ଟି ଯାକ ଜିଲ୍ଲାରେ ଲାଗୁ ହେବ ଏହି କେନ୍ଦ୍ରୀୟ ଯୋଜନା । ଏନେଇ ରାଜ୍ୟ ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ  ଚିଠି ଲେଖିଛନ୍ତି ।  ଆଉ ଏହେଉଛି ସେଇ ଚିଠି ଯେଉଁଥିରେ ମହିଳାଙ୍କ  ପାଇଁ ଲିଙ୍ଗଗତ ଭେଦଭାବ କମ୍‌ କରିବା ଲାଗି  ଆରମ୍ଭ ହୋଇଥିବା କେନ୍ଦ୍ରୀୟ ଯୋଜନା ଆସନ୍ତା ନୂଆ ବର୍ଷରୁ ସବୁ ଜିଲ୍ଲାରେ ଲାଗୁ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ବେଟି ବଢାଓ ବେଟି ବଚାଓ ଯୋଜନା ଲାଗି ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା, ଯୋଜନା କାର୍ଯ୍ୟକାରୀ କରିବା, ଏହାର ମନିଟରିଙ୍ଗ କରିବା ସହ ଏଥିପାଇଁ ଏକ ଟାକ୍ସ ଫୋର୍ସ ଗଠନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଦେଶରେ ବାଳିକାମାନଙ୍କର ସଂଖ୍ୟା ହ୍ରାସ ସମସ୍ୟାକୁ ରୋକିବା, ବାଳିକା ଓ ମହିଳାମାନଙ୍କୁ ସଶକ୍ତିକରଣ କରିବା ଲାଗି ୨୦୧୫ ଜାନୁଆରୀ ୨୨ରେ କେନ୍ଦ୍ର ସରକାର ଫ୍ଲାଗସିପ ପୋଗ୍ରାମ ବେଟି ପଢାଓ ବେଟି ବଚାଓ ଆରମ୍ଭ କରିଥିଲେ । ଓଡିଶାର ନୟାଗଡ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଏବେ ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ  କଂଗ୍ରେସ କହିଛି ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତି , ଯୋଜନା ସଫଳ ହେବ କେମିତି ? ସେପଟେ ବିଜେପି କହିଛି କେବଳ ଘୋଷଣା କଲେ ହେବନି କେନ୍ଦ୍ରୀୟ ଅନୁଦାନ ସଠିକ ବିନିଯୋଗ କରି ଯୋଜନାକୁ ସଠିକ୍ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ।

ନିକଟରେ ୱାର୍ଲଡ୍‌ ଇକୋନୋମିକ ଫୋରମ ଦ୍ୱାରା ପ୍ରକାଶିତ  ଲିଙ୍ଗଗତ ପାର୍ଥକ୍ୟ ତାଲିକାରେ ଭାରତ ତଳକୁ ଖସିଛି । ୨୦୧୮ରେ ଏହି ସୂଚି ୧୦୮ ରେ ଥିବାବେଳେ ଚଳିତ ବର୍ଷ ୧୧୨ ତମ ସ୍ଥାନକୁ ଖସିଛି । ଆଉ ଏଭଳି ସ୍ଥିତିରେ ଦେଶର ସବୁ ଜିଲ୍ଲାରେ ବେଟି ପଢାଓ ବେଟି ବଚାଓ କାର୍ଯ୍ୟକ୍ରମ କରିବା ଅନେକ ଗୁରୁତ୍ୱ ବହନ କରୁଛି ।

   Related Posts