ବିଶ୍ବକପ୍‌ ଜିତିବା ପରେ ନଗ୍ନ ଫଟୋ ପୋଷ୍ଟ କରି ଇଂଲଣ୍ଡ ଟିମକୁ ଅଭିନନ୍ଦନ ଜଣାଇଲେ ଏହି ମଡେଲ, ନେଟିଜେନ୍ସ କହିଲେ- ବ୍ରିଟେନର ପୁନମ ପାଣ୍ଡେ

Published By : Prameya-News7 Bureau | July 18, 2019 IST

ଲଣ୍ଡନ୧୮|୭: କ୍ରିକେଟ୍‌ ଇତିହାସର ସବୁଠୁ ରୋମାଞ୍ଚକ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ୱାଲର୍ଡ କପ୍ ଜିତିଥିବା ଟିମ୍‌ ଇଂଲଣ୍ଡକୁ ବହୁତ ଭଲ ଉପହାର ମିଳିଛି। ଏହି ଉପହାର ଟିମ୍‌କୁ ଜଣେ ଫ୍ୟାନ୍‌ ତରଫରୁ ମିଳିଛି। ବ୍ରିଟେନର ଜଣେ ମଡେଲ ନିଜର ନ୍ୟୁଡ୍‌ ଫଟୋ ଟୁଇଟରରେ ପୋଷ୍ଟ କରି ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ବେଥନୀ ଲିଲି ଏପ୍ରିଲ୍‌ ( Bethany Lily April) ବ୍ରିଟେନ୍‌ର ଜଣେ ଫେମସ ମଡେଲ।

{"id":134940}

ଇଣ୍ଟରନେଟ୍‌ରେ ନ୍ୟୁଡ୍‌ ଫଟୋ ଓ ଭିଡିଓ ସେୟାର କରି ଲିଲି ଜଣେ ଦାମି ମଡେଲ ହେବାରେ ସଫଳ ହୋଇଛନ୍ତି।  ଇଂଲଣ୍ଡ ଟିମ୍‌ ଏହି ଖାସ ଉପହାର ବିଷୟରେ ଏଯାଏଁ ଜାଣିନି, ହେଲେ ନେଟିଜେନ୍ସ ତାଙ୍କର ଏହି ଉପହାର ଦେଖି ବେଶ ମଜା ନେଉଛନ୍ତି। ଭାରତୀୟ ନେଟିଜେନ୍ସଙ୍କୁ ମଧ୍ୟ ଏହି ଉପହାର ବହୁତ ପସନ୍ଦ ଆସିଛି। ଭାରତର ନେଟିଜେନ୍ସ ଏପ୍ରିଲଙ୍କୁ ବ୍ରିଟେନର ପୁନମ ପାଣ୍ଡେ ବୋଲି କହିଛନ୍ତି।

{"id":134941,"width":591,"height":388}

୨୦୧୧ ମସିହାରେ ପୁନମ ପାଣ୍ଡେ ଘୋଷଣା କରିଥିଲେ ଯେ, ଯଦି ଟିମ୍‌ ଇଂଡିଆ ୱାଲର୍ଡ କପ୍‌ ଜିତେ ତାହେଲେ ସେ ନିଜ ନ୍ୟୁଡ ଫଟୋ ପୋଷ୍ଟ କରିବେ। ଏହି କାରଣ ଯୋଗୁଁ ପୁନମ ବେଶ ଚର୍ଚ୍ଚାରେ ଥିଲେ। ତାଙ୍କର ଏହି ବିବାଦୀୟ ବୟାନ ଅନେକଙ୍କୁ ସ୍ତବ୍ଧ କରିଦେଇଥିଲା। ପୁନମ ଭାରତରେ ଜଣେ ଫେମସ ୱେବକ୍ୟାମ୍‌ ମଡେଲ। ଅଧିକାଂଶ ସମୟରେ ପୁନମ ନିଜର ହଟ୍‌ ଓ ନ୍ୟୁଡ୍‌ ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି। ସେ ସସ୍ତା ଲୋକପ୍ରିୟତା ପାଇଁ ସେ ବହୁ କଥା କରନ୍ତି। ପୁନମ ପାଣ୍ଡେଙ୍କର ଫେସବୁକ୍‌, ଟୁଇଟର ଓ ଇନ୍‌ଷ୍ଟାଗ୍ରାମରେ କୋଟି କୋଟି ଫଲୋଅର୍ସ ଅଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.