Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ଶ୍ୱଶୁର ଘର ଆଗରେ ବୋହୂର ଶବ, ନିର୍ଯାତନା ଓ ଅବହେଳାରୁ ଆଖି ବୁଜିଲା ବୋହୂ

29/12/2018 at 9:35 PM

ମୟୂରଭଞ୍ଜ ୨୯/୧୨: ଗତ ୨୦୧୭ ନଭେମ୍ବର ମାସ ବେତନଟୀ ଥାନା ଅନ୍ତର୍ଗତ ସଠିଲୋ ଗାଁର ଅବସରପ୍ରାପ୍ତ ଶିକ୍ଷକ ମଦନମୋହନ ପ୍ରଧାନଙ୍କର ସାନ ପୁଅ ସମର୍ପିତ ପ୍ରଧାନ ବୈଶିଙ୍ଗା ଥାନା ବଡଗୁମା ଗାଁର ସର୍ବେଶ୍ୱର ବିଶ୍ୱାଳଙ୍କ ଝିଅ ସବିତାଙ୍କୁ ବିବାହ କରିଥିଲେ । ବିବାହର କିଛି ମାସ ପରେ ସ୍ୱାମୀ ସମର୍ପିତଙ୍କ ସହିତ ବାଲିଆପାଳରେ ରହୁଥିଲେ । ସବିତା ଗର୍ଭବତୀ ଥିଲେ । ଗତ ୧୮ରେ ବାଲିଆପାଳ ଇଡକୋ ହସ୍ପିଟାଲରେ ସବିତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ସନ୍ତାନ ଜନ୍ମ ହେବାପରେ ସବିତା ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ ଭୁବନେଶ୍ୱରସ୍ଥିତ ଆପଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆପୋଲ ହସ୍ପିଟାଲରେ ଗୁରୁତର ଆବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଗତକାଲି ଆଖି ବୁଜି ଦେଇଥିଲେ ସବିତା । ଜୀବନ ସହ ସଂଘର୍ଷ କରୁଥିବାବେଳେ ସବିତାଙ୍କ ନିକଟକୁ ଆସିନଥିଲେ ତାଙ୍କ ସ୍ୱାମୀ ଓ ଶାଶୁ ଶ୍ୱଶୁର । ମୃତ୍ୟୁ ପରେବି ସବିତାଙ୍କ ଶବ ନେବାକୁ ଆସିନଥିଲେ ଶ୍ୱଶୁର ଘର ଲୋକେ । ଶବ ନେବାକୁ ନଆସିବାରୁ ସ୍ଥାନିୟ ଆଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଇଥିଲା ।

ଆଜି ସବିତାର ମୃତଦେହ ବ୍ୟବଚ୍ଛେଦ ପରେ ଶବ ନେଇ ତାଙ୍କ ବାପଘର ଲୋକେ ପହଞ୍ଚିଥିଲେ ସବିତାଙ୍କ ଶ୍ୱଶୁର ଘର ସଠିଲୋ ଗାଁରେ । ଶ୍ୱଶୁର ଘର ଆଗରେ ଶବ ରଖି ଧାରଣାରେ ବସିଥିଲେ ସବିତାଙ୍କ ବାପଘର । ଶବ ଗ୍ରହଣ ନକରି ତାଲା ବନ୍ଦ କରି ଘର ଭିତରେ ରହିଥିଲେ ଶାଶୁଶ୍ୱଶୁର । ସ୍ୱାମୀଙ୍କର ଦେଖାନଥିଲା । ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରିଥିଲେ । ମୃତ ସବିତାକୁ ଅତ୍ୟାଚାର କରି ମାରିଦେଇଥିବାର ଅଭିଯୋଗ କରି ବେତନଟୀ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଘଟଣାସ୍ଥଳରେ ବେତନଟୀ ପୋଲିସ ପହଞ୍ଚିବା ପରେ ଉତ୍ତେଜନା କମିଥିଲା । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

   Related Posts