Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବ୍ୟାନ୍‌ ହେଲା ବ୍ରିଟେନରେ ସବୁଠୁ ଅଧିକ ବିକ୍ରି ହେଉଥିବା ବିସ୍କୁଟ୍‌, ଆପଣ ଖାଉଥିବା କୁକିଜ୍‌ ସୁରକ୍ଷିତ ତ ?

17/10/2021 at 7:50 PM

ଲଣ୍ଡନ ୧୭/୧୦: ବ୍ରିଟେନରେ ସବୁଠୁ ଅଧିକ ବିକ୍ରି ହେଉଥିବା ବିସ୍କୁଟ ବ୍ୟାନ ହୋଇଛି । ଏବେ ଲୋକଙ୍କୁ ନିଜର ସବୁଠୁ ପସନ୍ଦର ବିସ୍କୁଟ ଆଉ ଖାଇବାକୁ ମିଳିବନି। ମିଳିଥିବା ସୂଚନା ଅନୁସାରେ, ଲିଡସ୍‌ରେ ଥିବା ‘ଗେଟ୍‌ ବେକ୍‌ଡ୍‌’ ନିଜର ଏହି ଲୋକପ୍ରିୟ ବିସ୍କୁଟ ଉତ୍ପାଦନ ବନ୍ଦ କରିଛି। ଏଥିରେ ଅବୈଧ ପଦାର୍ଥ ମିଶ୍ରଣ ନେଇ ଅଧିକାରୀମାନଙ୍କୁ ସନ୍ଦେହ ଥିଲା। ଏହା ପରେ ପରେ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।

ବେକରୀ ନିଜର ରାସ୍ପବେରୀ ଗ୍ଲେଜଡ୍‌ ଡୋନଟ୍‌ କୁକିଜ୍‌ ତିଆରି କରିବା ବନ୍ଦ କରିଦେଇଛି। ବିସ୍କୁଟ୍‌ରେ ପ୍ରତିବନ୍ଧିତ ଖାଦ୍ୟ ରଙ୍ଗ ମିଶ୍ରଣ ହେଉଥିବା ଅଭିଯୋଗ ହୋଇଛି। ଅଧିକାରୀଙ୍କ ଏଭଳି ନିଷ୍ପତ୍ତିକୁ ହାସ୍ୟାସ୍ପଦ ଏବଂ ଭିତ୍ତିହୀନ ବୋଲି କମ୍ପାନୀର ମାଲିକ ରିଚ ମାୟର୍ସ କହିଛନ୍ତି।  ବିବିସିକୁ ପ୍ରତିକ୍ରିୟା ଦେଇ ମାୟର୍ସ କହିଛନ୍ତି, ଆପଣମାନଙ୍କୁ ଏହା ଏକ ଛୋଟ କଥା ଲାଗୁଥାଇପାରେ କିନ୍ତୁ ମୋ ବ୍ୟବସାୟ ପାଇଁ ଏହା ବହୁତ ବଡ଼ କଥା। ଆମର ଅଧିକ ବିକ୍ରି ହେଉଥିବା କୁକି ଆମେ ଆଉ ବିକ୍ରି କରିପାରିବୁ ନାହିଁ। ଛୋଟ ବ୍ୟବସାୟର ଛୋଟ ମେନ୍ୟୁ ଥାଏ ତେଣୁ ଏହା ଏକ ବଡ଼ ସମସ୍ୟା।

ଓ୍ବେଷ୍ଟ ୟର୍କଶାୟରର ଟ୍ରେଡିଂ ଷ୍ଟାଣ୍ଡାର୍ଡସ୍‌ ଅନୁସାରେ, ବିସ୍କୁଟର ସୁନ୍ଦରୀକରଣ କରିବା ନିୟମର ଉଲ୍ଲଂଘନ। ଏଥିରେ ବ୍ୟବହୃତ ହେଉଥବା ଫୁଡ୍‌ କଲର E127କୁ କେବଳ ୟୁରୋପରେ କକ୍‌ଟେଲ୍‌ ଚେରି ଏବଂ କ୍ୟାଣ୍ଡିଡ୍‌ ଚେରିରେ ବ୍ୟବହାର କରାଯାଏ। ଏହାକୁ ଛୋଟ ପିଲା ଖାଉଥିବା ବିସ୍କୁଟରେ ବ୍ୟବହାର କରିବା ଦ୍ବାରା ପିଲାଙ୍କ ଠାରେ ବ୍ୟବହାରିକ ଗୁଣରେ ପରିବର୍ତ୍ତନ ଦେଖାଦେଉଛି । ଏହା ବ୍ୟତୀତ ଏହି କେମିକାଲ ଯୋଗୁ ଥାଇରାଏଡ୍‌ ଟ୍ୟୁମର ଭଳି ସମସ୍ୟା ମଧ୍ୟ ଦେଖାଦେଉଛି ବୋଲି ମୂଷାମାନଙ୍କ ଦେହରେ ଅଧ୍ୟୟନ ପରେ ଜଣାପଡ଼ିଛି ।  

   Related Posts