Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ଏମିତି ଅନ୍ଦାଜରେ କରନ୍ତୁ ପ୍ରପୋଜ ଖୁସି ହୋଇଯିବେ ପାର୍ଟନର

8/02/2019 at 11:27 AM

ପେବୃଆରୀ ମାସ ପ୍ରେମର ପ୍ରତୀକ ହୋଇଥିବାରୁ ୭ତାରିଖରୁ ୧୪ ତାରିଖ ପ୍ରେମ ପର୍ବ ପାଳନ କରାଯାଏ। କେବେ ଗୋଲାପ ଦେଇ ତ କେବେ ଟେଡି ଦେଇ ପ୍ରେମିକ ବା ପ୍ରେମିକା ନିଜ ପ୍ରେମର ଭାବନାକୁ ପ୍ରକାଶ କରନ୍ତି। ଆଜି ଭାଲେଣ୍ଟାଇନ ସପ୍ତାହର ଦ୍ୱିତୀୟ ଦିନ। ରୋଜ ଡେ ପରେ ଆସେ ପ୍ରପୋଜ ଡେ । ରୋଜ ଡେରେ ଗୋଲାପ ଫୁଲ ଦେଇ ପ୍ରେମୀଯୁଗଳ ପ୍ରେମ ନିବେଦନ କରିଥିବା ବେଳେ ଆଜିର ଦିନରେ ପ୍ରପୋଜ କରନ୍ତି । ଏହି ଦିନରେ ପ୍ରେମିକ ବା ପ୍ରେମିକା ନିଜ ପାର୍ଟନରକୁ ଜୀବନ ସାରା ସାଥି ହୋଇ ରହିବାକୁ ପ୍ରସ୍ତାବ ଦେଇଥାନ୍ତି । ପ୍ରପୋଜ କରିବାର ଶୈଳୀ ନିଆରା ହୋଇଥିଲେ ପାର୍ଟନର ଅଧିକ ଖୁସି ହୋଇଥାନ୍ତି । ଭାଲେଣ୍ଟାଇନ ସପ୍ତାହର ଏହି ପ୍ରପୋଜ ଡେ ଖୁବ୍‌ ସ୍ପେଶାଲ ହୋଇଥାଏ । ପ୍ରପୋଜ ଡେ ରେ ପାର୍ଟନର ସାମ୍ନାରେ ନିଜ ପ୍ରେମର ଭାବନାକୁ ପ୍ରକାଶ କରାଯାଏ ।
ଜାଣନ୍ତୁ ଏହି ଦିନକୁ ନିଆରା କରିବାର ଉପାୟ :
ପ୍ରପୋଜ ଡେ ରେ ନିଜ ଭାବନାକୁ ପ୍ରେମିକ ବା ପ୍ରେମିକା ସାମ୍ନାରେ ପ୍ରକାଶ କରି ତାଙ୍କ ମହତ୍ୱ ନିଜ ଜୀବନରେ କେତେ ଆବଶ୍ୟକ ତାହା ଜଣାଇବା ଉଚିତ୍‌ । ନିଜ ପାର୍ଟନରକୁ ଖୁସି କରିବାର କୌଣସି ମୌକା ହାତଛଡା କରିବା ଉଚିତ୍‌ ନୁହେଁ ।ଅଧିକାଂଶ ସମୟରେ କିଛି ଜଣ ନିଜ ଭଲ ପାଇବାର ଭାବନା ଠିକ୍‌ ଭାବେ ପ୍ରକାଶ କରିପାରନ୍ତି ନାହିଁ। ଅନ୍ୟମାନଙ୍କ ଆଗରେ ନିଜ ପ୍ରେମ ବିଷୟରେ କହିବା ଯେତିକି ସହଜ ହୋଇଥାଏ, ପାର୍ଟନର ଆଗରେ ନିଜ ଭାବନା ପ୍ରକାଶ କରିବା ସେତିକି କଷ୍ଟକର ହୋଇଥାଏ । “ୟେ ଇସ୍କ ନେହିଁ ଆଶାନ” ଏହା କେବଳ ଗୋଟେ ସାୟରୀ ନୁହେଁ, ସତରେ ମନ ଦେଇ କାହାକୁ ଭଲ ପାଇବା ପୁଣି ତାଙ୍କୁ ପ୍ରେମ ଅନୁଭବ କରାଇବା ଭାରି କଷ୍ଟକର ହୋଇଥାଏ। ତେଣୁ ଯେଉଁମାନେ ନିଜ ପ୍ରେମର ଭାବନାକୁ ବ୍ୟକ୍ତ କରିବା ପାଇଁ ସଂକୋଚ କରନ୍ତି, ତାଙ୍କ ପାଇଁ ନିଜ ଭାବନା ପ୍ରକାଶ କରିବା ପାଇଁ ପ୍ରପୋଜ ଡେ ଏକ ଭଲ ଅବସର ହୋଇଥାଏ।

ଏହି ଦିନରେ ହୃଦୟର ଭାବନାକୁ ପ୍ରକାଶ କରିଲେ ପ୍ରେମିକ ବା ପ୍ରେମିକା ଖୁସି ଅନୁଭବ କରନ୍ତି। ପ୍ରପୋଜ କରିବା ପାଇଁ ଭଲ ଜାଗାଟିକୁ ଗଲେ ପାର୍ଟନରକୁ ସ୍ପେଶାଲ ଉପାୟରେ ପ୍ରପୋଜ କରିବାରେ ସୁବିଧା ହୋଇଥାଏ। ଏମିତି ଏକ ଜାଗା ଯେଉଁଠାରେ ପରସ୍ପରଙ୍କର କିଛି ସ୍ମରଣୀୟ ମୁହୂର୍ତ୍ତ ଜୀବନ ସାରା ପାଇଁ ସାଇତି ହୋଇ ରହିବ। ଆଜିକାଲିର ଫ୍ୟାସନରେ କ୍ୟାଣ୍ଡେଲ ଲାଇଟ୍‌ ଡିନରରେ ଯାଇ ପ୍ରପୋଜ କରିବା ମଧ୍ୟ ଅନେକ ଜଣଙ୍କୁ ଖୁବ ପସନ୍ଦ ହୋଇଥାଏ। ପ୍ରେମିକ ବା ପ୍ରେମିକାକୁ ସିନେମା ଦେଖିବାର ରୁଚି ଥିଲେ ଆଡଭାନ୍ସ ପ୍ଲାନ କରି ସିନେମା ଦେଖିବାକୁ ଯାଇ ମଧ୍ୟ ପ୍ରପୋଜ କରାଯାଏ।

କେବଳ ସେତିକି ନୁହେଁ ଯଦି ନିଜ ପାର୍ଟନରକୁ ରକ୍‌ କ୍ଲାଇଁବିଂ, ସ୍କାଏ ଡାଇଭିଂ କିମ୍ୱା ୱାଟର ଡାଇଭିଂ ପସନ୍ଦ ଥାଏ ତେବେ ଏହି ସବୁ ସ୍ଥାନରେ ପ୍ରପୋଜ କରିବାର ପ୍ଲାନିଂ କରିବା ଉଚିତ୍‌। ଲଂଗ ଡ୍ରାଇଭିଂରେ ଯାଇ ପ୍ରପୋଜ କରିବା ମଧ୍ୟ ଅନେକ ଜଣ ପସନ୍ଦ କରନ୍ତି । ଆକାଶ ଉଚ୍ଚତାରେ ଯାଇ ହଟ୍‌ ଏୟାର ବେଲୁନ୍‌ରେ ନିଜ ପ୍ରେମିକ ବା ପ୍ରେମିକାକୁ ପ୍ରେମର ଭାବନା ପ୍ରକାଶ କରିବା ଖୁବ୍‌ ଅଲଗା ଓ ନିଆରା ଅନୁଭବ ହୋଇଥାଏ। ଏହି ଭଳି ପ୍ରପୋଜ କରିଲେ ନିଜ ପାର୍ଟନରକୁ ନିଶ୍ଚିତ ଭାବେ ପ୍ରେମର ଅନୁଭବ।

   Related Posts