ଗୁଗୁଲରେ ‘ବେଷ୍ଟ ଟଏଲେଟ୍ ପେପର ଇନ୍ ଦ ଓ୍ବାର୍ଲ୍ଡ’ ସର୍ଚ୍ଚ କଲେ ରେଜଲ୍ଟ ଆସୁଛି ପାକିସ୍ତାନୀ ଫ୍ଲାଗ୍
17/02/2019 at 3:41 PM

ନୂଆଦିଲ୍ଲୀ ୧୭|୨: ସୋସିଆଲ ମିଡିଆରେ କିଛି ୟୁଜର ଦାବି କରୁଛନ୍ତି ଯେ ଗୁଗୁଲରେ ‘ବେଷ୍ଟ ଟଏଲେଟ୍ ପେପର ଇନ୍ ଦ ଓ୍ବାର୍ଲ୍ଡ’ ସର୍ଚ୍ଚ କରିବା ପରେ ପାକିସ୍ତାନର ଜାତୀୟ ପତାକା ଫଟୋ ଆସୁଛି । ଏହାକୁ ଦେଖିଲା ପରେ ଏବେ ଭାରତୀୟମାନେ ସୋସିଆଲ ମିଡିଆରେ ଏହାକୁ ହାସ୍ ଟ୍ୟାଗ୍ ‘ବେଷ୍ଟ ଟଏଲେଟ୍ ପେପର ଇନ୍ ଦ ଓ୍ବାର୍ଲ୍ଡ’ ସହ ସେୟାର କରୁଛନ୍ତି ନିଜ ନିଜ ଆକାଉଣ୍ଟରେ । ଲୋକମାନେ ସର୍ଚ୍ଚ କରିବା ପରେ ସ୍କ୍ରିନସଟ୍ ମଧ୍ୟ ସେୟାର କରୁଛନ୍ତି ।

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏପରି ଦେଖୁବାକୁ ମିଳୁଛି । ଗତ ୧୪ତାରିଖରେ ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଜବାନ ସହିଦ ହୋଇଥିଲେ । ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଏହି ଆକ୍ରମଣ ଘଟଣା ପାଇଁ ନିଜକୁ ଦାୟୀ କରିଛି । ଆକ୍ରମଣ ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଏହାର ଦୃଢ ଯବାନ ଦିଆଯିବ, ସେନା ଯବାନଙ୍କ ଏହି ବଳିଦାନ ବ୍ୟର୍ଥ ଯିବନାହିଁ । ପାକିସ୍ତାନକୁ ସାବଧାନ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁରକ୍ଷାବାହିନୀକୁ ସ୍ବତନ୍ତ୍ର ସ୍ବାଧୀନତା ଦିଆଯାଇଥିବା ମଧ୍ୟ କହିଥିଲେ ମୋଦି । ପୁଲଓ୍ବାମା ହମଲାର ମୁହଁତୋଡ ଜବାବ ଦିଆଯିବ । ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନି । ପାକିସ୍ତାନର ଚକ୍ରାନ୍ତ ସଫଳ ହେବନି ।
ସେ ଭାରତୀୟମାନଙ୍କୁ ଧର୍ଯ୍ୟ ଧରିବା ପାଇଁ କହିଥିଲେ । ସୁରକ୍ଷାବାହିନୀ ଉପରେ ବିଶ୍ବାସ ରଖିବାକୁ ସେ କହିଥିଲେ । ଯବାନମାନଙ୍କ ବଳିଦାନ ବ୍ୟର୍ଥ ଯିବନି । ମୋଦି କହିଥିଲେ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ପାଲଟି ଥିବା ପଡୋଶୀ ଦେଶକୁ କ୍ଷମା କରାଯିବନାହିଁ ।