ଖୁବ୍ ଶୀଘ୍ର ବଜାରକୁ ଆସିଯିବ ସ୍ମାର୍ଟ ହେଲମେଟ୍ : ମିଳିବ ନାଭିଗେସନର ସୁବିଧା

Published By : Prameya-News7 Bureau | August 17, 2019 IST

ନୂଆଦିଲ୍ଲୀ ୧୭/୮: ଆମେ ଯଦି କେଉଁଠି ବାଇକ୍ ରାଇଡିଂ ପାଇଁ ଯାଉଛୁ ତେବେ ନାଭିଗେସନ ପାଇଁ ଆମକୁ ଫୋନର ସାହାଯ୍ୟ ନେବାକୁ ପଡ଼ିଥାଏ। ଆମକୁ ରାସ୍ତା ଦେଖିବା ପାଇଁ ରହିବାକୁ ପଡ଼ିଥାଏ ନଚେତ୍ ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ। ଏହା ସହିତ ଯଦି ସେହି ସମୟରେ କାହାର ଫୋନ ଆସି ଗଲା ତେବେ ଫୋନ୍ ରିସିଭ୍ କରିବାରେ ଅସୁବିଧା ହୋଇଥାଏ। କିନ୍ତୁ ଏବେ ଏପରି ଏକ ହେଲମେଟ୍ ଆସିଯାଇଛି ଯାହା ଦ୍ବାରା ଆପଣ ସମସ୍ତ ସମସ୍ୟାରୁ ମୁକ୍ତି ପାଇ ପାରିବେ।  ଆସନ୍ତୁ ଜାଣିବା ଏହି ହେଲମେଟ ବିଷୟରେ

ବିଦେଶୀ କମ୍ପାନୀ ‘ସେନା’ ଏକ ଏପରି ସ୍ମାର୍ଟ ହେଲମେଟ୍ ବାହାର କରିଛି ଯେଉଁଥିରେ ଏକ କ୍ୟାମେରା ରହିବ। ଏଥିରେ ଇଣ୍ଟେଲିଜେଣ୍ଟ ନଏସ୍ କଣ୍ଟୋଲ୍ ବ୍ୟତୀତ ବ୍ଲୁଟୁଥ୍ ଅଡିଓ,ଗ୍ରୃପ୍ ଇଣ୍ଟରକମ୍,ଭଏସ୍ କମାଣ୍ଡସ୍ ଏବଂ ମ୍ୟୁଜିକ୍ ସେଆରିଙ୍ଗ ମଧ୍ୟ ମିଳିବ।

‘କୁଇନ୍ ଡିଜାଇନ୍’ ହେଲମେଟର ଲୁକକୁ ସାଧାରଣ କରିଛି। ଏହି ହେଲମେଟ୍ କ୍ରୈଶ୍ ଡିଟେକ୍ସନରୁ ଚାଳକକୁ ସୁରକ୍ଷିତ ରଖିବ। ଏଥିରେ ସିଷ୍ଟମକୁ ଏତେ ଭଲ ଭାବେ ଲଗାଯାଇଛି ଯେ ଏହା ସାଧାରଣ ହେଲମେଟ ଭଳି ଦେଖାଯାଇଥାଏ।

‘ଏରଗନ୍ ଟ୍ରାନ୍ସଫର୍ମ’ରେ ହେଡସ୍ ଅପ୍ ଡିସପ୍ଲେ ସିଷ୍ଟମ୍ ରହିଛି ଯାହା ଗାଡ଼ି ଚାଳକକୁ ଜରୁରୀ ରାଇଡିଙ୍ଗ୍ ଇନଫରମେସନ୍ ଦେଇଥାଏ ଯାହାଦ୍ବାରା ଚାଳକକୁ ସ୍ମାର୍ଟଫୋନର ନାଭିଗେସନକୁ ଦେଖିବାର ଆବଶ୍ୟକତା ପଡ଼ିନଥାଏ ଏବଂ ପୂରାପୂରି ଧ୍ୟାନ ରାସ୍ତା ଉପରେ ରହିଥାଏ। ଖାସ୍ କଥା ହେଉଛି ଏହା ଯେ ଏହାକୁ ଯେକୌଣସି ହେଲମେଟରେ ଲଗାଯାଇପାରିବ। ଏହି କମ୍ପାନୀ ଡୁଆଲ କ୍ୟାମେରା ସ୍ମାର୍ଟ ହେଲମେଟ୍ ଆଟାଚମେଣ୍ଟ ମଧ୍ୟ ପ୍ରଦାନ କରିଛି ଯାହା ଏକ ଅଭିନବ ଉପାୟ। ହ୍ୟାଣ୍ଡଲବାରରେ ରିମୋର୍ଟ କଣ୍ଟୋଲ ରହିଛି ଏବଂ ଡ୍ୟାଶ କ୍ୟାମ୍ ସହ ରିୟର ଭିଉ କ୍ୟାମେରାକୁ କଣ୍ଟୋଲ୍ କରୁଛି।

କ୍ରସ୍ ହେଲମେଟରେ ହେଡସ ଅପ୍ ଡିସପ୍ଲେ , ରିୟର ଭିଉ କ୍ୟାମେରା,ଭଏସ୍ କଣ୍ଟୋଲ ଭଳି ଫିଚର ମିଳିବ। ଏହା ସେଫ୍ଟି ଲାଇଟ୍ ସହ ଆସିଥାଏ।

‘ରିଭୁ ଏମଏସଏକ୍ସ୧’ ରେ ଏକ ମିରର ସିଷ୍ଟମ୍ ଲାଗିଛି ଯାହା ଚାଳକକୁ ପଛ ପଟର ଆଭାସ ଦେଇଥାଏ। ଏଥିରେ ବ୍ୟାଟେରୀ ନାହିଁ କି ଏହାକୁ ଚାର୍ଜ କରିବାର ଆବଶ୍ୟକତା ପଡ଼ିନଥାଏ।

ସ୍ମାର୍ଟ ହେଲମେଟ୍ ପ୍ରସ୍ତୁତ କରିବା ସହଜ ନଥିଲା। ନୁବିଜ ଭଳି କେତେକ କମ୍ପାନୀ ପାଖରେ ଭଲ ପ୍ରଡକ୍ଟ ଥିଲା କିନ୍ତୁ ବଜାରରେ ଏହା ଚାଲି ନଥିଲା। ଏହାକୁ କିଣିବାପାଇଁ ଲୋକେ ଭାବି ପାରୁନଥିଲେ।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.