ଦମଦାର୍ ମାଇଲେଜ୍ ସହ ଆରାମଦାୟକ ହୋଇଥାଏ ଏହି ସବୁ ସ୍କୁଟି, ଜାଣନ୍ତୁ ଦାମ୍ ଓ ଫିଚର୍ସ

Published By : Prameya-News7 Bureau | October 20, 2020 IST

ନୂଆଦିଲ୍ଲୀ, ୨୦/୧୦:   ଗତ କିଛି ଦିନ ଧରି ସ୍କୁଟିର ଲୋକପ୍ରିୟତା ଭାରତୀୟ ବଜାରରେ ବୃଦ୍ଧି ପାଇବାରେ ଲାଗିଛି । ସହରାଞ୍ଚଳରେ ସ୍କୁଟିର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ତେବେ ସ୍କୁଟିର ମାଇଲେଜ ଭଲ ନୁହେଁ ବୋଲି କେହିକେହି କହିଥାନ୍ତି । ତେବେ ହୋଣ୍ଡା ଆକ୍ଟିଭାରୁ ନେଇ ଟିଭିଏସ ଜୁପିଟର ଯାଏଁ ଏପରି ଅନେକ ସ୍କୁଟି ରହିଛି ଯାହାର ମାଇଲେଜ ବହୁତ ଭଲ ।

ଟିଭିଏସ ପେପ୍ ପ୍ଲସ- ଏହି ସ୍କୁଟିର ଦାମ୍ ହେଉଛି ୫୨୫୫୪ । ଏହାର ଇଞ୍ଜିନର କ୍ଷମତା ହେଉଛି ୮୭.୮ ସିସି । ଏହାର ମାଇଲେଜ ହେଉଛି ଲିଟର ପିଛା ୬୫ କିମି ।

{"id":348033,"width":563,"height":317,"sizeSlug":"large"}

ଟିଭିଏସ ସ୍କୁଟି ଜେଷ୍ଚ ୧୧୦- ଏହି ସ୍କୁଟିର ଇଞ୍ଜିନର କ୍ଷମତା ୧୧୦ ସିସି । ଏଥିରେ ଏଲଇଡି, ଡିଆରଏଲଏସ, ୧୯ ଲିଟର ଟ୍ୟାଙ୍କ୍ ରହିଛି । ଏହା ୭.୮୧ ପିଏସର ପାଓ୍ୱାର ଜେନେରେଟ କରିଥାଏ । ଏହାର ମାଇଲେଜ ହେଉଛି ଲିଟର ପିଛା ୬୨ କିମି । ଏହାର ଦାମ୍ ରହିଛି ୬୧୪୨୫ ।

{"id":348034,"sizeSlug":"large"}

ଟିଭିଏସ ଜୁପିଟର- ଏହି ୧୦୯ ସିସିର ସ୍କୁଟି ହୋଣ୍ଡା ଆକ୍ଟିଭାକୁ ଟକ୍କର ଦେଉଛି । ଏହାର ଦାମ୍ ହେଉଛି ୬୩୧୦୨ ଟଙ୍କା । ଏହା ଲିଟର ପିଛା ୬୨ କିମି ମାଇଲେଜ ଦେଇଥାଏ ।

ହୋଣ୍ଡା ଆକ୍ଟିଭା ୬ଜି- ଏହି ସ୍କୁଟିର ଦାମ୍ ୬୫,୪୧୯ ଟଙ୍କା । ଏହି ସ୍କୁଟି ଦୁଇଟି ଭାରିଏଣ୍ଟରେ ଉପଲବ୍ଧ । ଏଥିରେ ୧୦୯.୫୧ ସିସିର ଇଞ୍ଜିନ ରହିଛି । ଯାହା ୮.୭୯ ଏନଏମର ଟର୍କ ଜେନେରେଟ୍ କରିଥାଏ । ଏହାର ମାଇଲେଜ୍ ହେଉଛି ଲିଟର ପିଛା ୬୦ କିମି ।

{"id":348036,"sizeSlug":"large"}

ହୋଣ୍ଡା ଆକ୍ଟିଭା ୧୨୫- ଏହି ସ୍କୁଟି ଆକାରରେ ଅପେକ୍ଷାକୃତ ବଡ । ଏଥିରେ ଫୁଏଲ  ପିଲର କ୍ୟାପ୍, ଲାଇଟ୍ ସ୍ୱିଚ୍ ପାସ୍ ରହିଛି । ଏହି ସ୍କୁଟିର ଏକ୍ସ ସୋରୁମ୍ ଦାମ୍ ୬୮ ହଜାର ଟଙ୍କାରୁ ୭୫୯୯୭ ଟଙ୍କା ।

{"id":348037,"width":533,"height":300,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.