ଅପପୁଷ୍ଟିରୁ ରକ୍ଷା ପାଇବା ନିମନ୍ତେ ସବୁଠାରୁ ଭଲ ଉପାୟ : ଦାନାଦାର ଶସ୍ୟ ଖାଆନ୍ତୁ ସ୍ବାସ୍ଥ୍ୟ ବନାନ୍ତୁ

Published By : Prameya-News7 Bureau | September 04, 2018 IST

ନୂଆଦିଲ୍ଲୀ ୪/୯:ଅପପୁଷ୍ଟିରୁ ରକ୍ଷା ପାଇବା ନିମନ୍ତେ ସବୁଠାରୁ ଉତ୍କୃଷ୍ଟ ଉପାୟ ହେଉଛି ଦାନାଦାର ଶସ୍ୟର ସେବନ। ଦାନାଦାର ଶସ୍ୟ ମଧ୍ୟରେ ଚଣା,ଯଅ,ବାଜରା,ମକା,ରାଗି ଅନ୍ୟତମ।ଦରଦାମ୍ ଦୁନିଆରେ ଗରିବଙ୍କ ପାଇଁ ପୈାଷ୍ଟିକ ଭୋଜନର ଆବଶ୍ୟକତା ପୂରଣ କରିବା ନିମନ୍ତେ ଏଗୁଡ଼ିକ ସକ୍ଷମ ଅଟେ। ସମସ୍ତେ ଦାମୀ ଫଳ,ଶୁଖିଲା ବାଦାମ ଏବଂ ଭିଟାମିନ କିଣିପାରିବେ ନାହିଁ।ଆଗ କାଳରେ ମାଆମାନେ ଶିଶୁମାନଙ୍କୁ ଯଅ ଏବଂ ମକାର ଘୋଳ ପିଆଉ ଥିଲେ,ଏହା ସେମାନଙ୍କ ପାଇଁ ପୁଷ୍ଟିସାର ସାବ୍ୟସ୍ତ ହେଉଥିଲା। ଏହା ଛଡ଼ା ଯଅ ଏବଂ ମକାର ପାମ୍ପଡ଼ ଅତ୍ୟନ୍ତ ସ୍ବାସ୍ଥ୍ୟପ୍ରଦ।ସ୍ବାଧୀନତା ପରେ କୃଷି ନୀତି ବଦଳିବାପରେ ଲୋକମାନେ ଗହମ ଏବଂ ଧାନ ଫସଲ ଉପରେ ନିର୍ଭରଶୀଳ ହୋଇପଡ଼ିଲେ। ଏହାଛଡ଼ା ବଜାରୀକରଣର ପ୍ରଭାବ ବଢ଼ିବା ଫଳରେ ଲୋକମାନଙ୍କର ଦାନାଦାର ଶସ୍ୟ ଖାଦ୍ୟପ୍ରତି ମୋହ ଭଙ୍ଗ ହୋଇଗଲା। ଦାନାଦାର ଶସ୍ୟର ଉପକାରିତା: -ସହଜରେ ପଚି ଯାଉଥିବା ଫାଇବର ଛଡ଼ା କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟସ୍ -ଲୋ ସାଚ୍ୟୁରେଟେଡ୍ କାର୍ବନ ସହ ହୃଦଘାତ ସମ୍ବନ୍ଧୀୟ ରୋଗର ଆଶଙ୍କକୁ କମ୍ କରିଥାଏ। -କ୍ୟାଲସିୟମ୍,ଜିଙ୍କ୍,ଲୈାହ,ମାଗ୍ନେସିୟମ୍,ଭିଟାମିନ୍-ବି ଭରପୂର ମାତ୍ରାରେ ରହିଛି। - ଡାଇବେଟିସ୍ ପୀଡ଼ିତଙ୍କ ପାଇଁ ଏହା ସ୍ବାସ୍ଥ୍ୟପ୍ରଦ। ଯଅ: ଏହି ଶସ୍ୟରେ ଆଲକୋହଲ୍ ଥାଏ । ଏହା କୋଲେଷ୍ଟ୍ରୋଲକୁ କମ୍ କରି ଗ୍ଲୁକୋଜ୍ ବଢ଼ାଇଥାଏ। ମାଗ୍ନେସିୟମ୍ ସହିତ ଆଣ୍ଟିଅକ୍ସିଡାଣ୍ଟ୍ ମଧ୍ୟ ଥାଏ। ବାଜରା:-ଏହା ଏକ ଗରମ ଜାତୀୟ ଶସ୍ୟ। ବାଜରା ପ୍ରୋଟିନର ଭଣ୍ଡାର। -ଏହା ସେମାନଙ୍କ ପାଇଁ ଫାଇଦାଯୁକ୍ତ ଯେଉଁମାନେ ଗହମ ଖାଆନ୍ତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.