Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ବିଏସଏନଏଲର ଦମଦାର୍ ପ୍ଲାନ, ୬୦ ଏମବିପିଏସ୍ ସ୍ପିଡରେ ମିଳିବ ୩୩୦୦ ଜିବି ଡାଟା

12/11/2020 at 11:58 AM

ନୂଆଦିଲ୍ଲୀ, ୧୨|୧୧: ବିଏସଏନଏଲ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର । କମ୍ପାନୀ ହାଇସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରୁଥିବା ପ୍ଲାନ୍‌ର ଚାହିଦାକୁ ନଜରରେ ରଖି ୫୯୯ ଟଙ୍କାର ଏକ ନୂଆ ପ୍ଲାନ୍ ଲଞ୍ଚ୍ କରିଛି । କମ୍ପାନୀ ଏହି ବ୍ରଡ୍ ବ୍ରାଣ୍ଡ୍ ପ୍ଲାନର ନାଁ ଫାଇବର୍ ବେସିକ୍ ପ୍ଲସ୍ ଦେଇଛି । ବିଏସଏନଏଲର ଏହି ଲାଟେଷ୍ଟ ବ୍ରଡବ୍ରାଣ୍ଡ୍ ପ୍ଲାନ୍ ଏୟାରଟେଲର ୪୯୯ ଟଙ୍କାର ଏକ୍ସଟ୍ରିମ୍ ଫାଇବର୍ ପ୍ଲାନକୁ ଟକ୍କର ଦେବ । ଆସନ୍ତୁ ଜାଣିବା ଏହି ପ୍ଲାନ୍ ବିଷୟରେ ।

ବିଏସଏନଏଲର ଏକି ସ୍ୱତନ୍ତ୍ର ପ୍ଲାନରେ ୬୦ ଏମବିପିଏସ ସ୍ପିଡରେ ୩୩୦୦ ଜିବି ଡାଟା ମିଳିବ । କମ୍ପାନୀ ଏହାକୁ ଅନଲିମିଟେଡ୍ ଡାଟା ବେନିଫିଟ୍ ପ୍ଲାନ୍ ଭାବେ ପ୍ରମୋଟ କରୁଛି । ଡାଟା ଲିମିଟ୍ ଶେଷ ହେବା ପରେ ପ୍ଲାନରେ ମିଳୁଥିବା ଇଣ୍ଡରନେଟ୍ ସ୍ପିଡ୍ ୨ ଏମବିପିଏସକୁ ଖସି ଆସିବ ।

ଏହି ପ୍ଲାନରେ ୟୁଜରଙ୍କୁ ଦେଶରେ ଯେ କୌଣସି ନେଟଓ୍ୱର୍କକୁ ୨୪ ଘଣ୍ଟାର ଅନଲିମିଟେଡ୍ କଲ୍ ବେନିଫିଟ୍ ମିଳିବ । ଏହି ପ୍ଲାନ ସହ ଫ୍ରି ଓଟିଟି ସବସ୍କ୍ରିପସନ୍ ମିଳିବ ନା ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ସେହିପରି କମ୍ପାନୀ ନିଜର ୪୪୯ ଟଙ୍କାର ଫାଇବର ବେସିକ୍ ପ୍ଲାନକୁ ରିଭାଇଜ୍ କରୁଛି । ଆମ୍ଡାମାନ-ନିକୋବର ବ୍ୟତୀତ ଏହି ପ୍ଲାନକୁ ସମସ୍ତ ସହରରେ ଉପଲବ୍ଧ କରାଯାଇଛି । ଆରମ୍ଭରେ କମ୍ପାନୀ କିଛି ନିର୍ଦ୍ଦିଷ୍ଟ ସହରରେ ଏହି ପ୍ଲାନକୁ ଉପଲବ୍ଧ କରିଥିଲା । ଏହି ପ୍ଲାନରେ ୩୦ ଏମବିପିଏସ ସ୍ପିଡରେ ୩୩୦ ଜିବି ଡାଟା ମିଳିଥାଏ ।

   Related Posts