Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗମ୍ଭୀର ବାଛିଲେ କୋହଲିଙ୍କ ଶ୍ରେଷ୍ଠ ଇନିଂସ, ଯେତେବେଳେ ପାକିସ୍ତାନୀ ବୋଲରଙ୍କ ହଜି ଯାଇଥିଲା ନିଦ

1/08/2020 at 5:19 PM

ନୂଆଦିଲ୍ଲୀ, ୦୧|୦୮: ଭାରତୀୟ ଦଳର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ବିରାଟ କୋହଲିଙ୍କ ସର୍ବଶ୍ରେଷ୍ଠ ଇନିଂସ ବାବଦରେ କହିଛନ୍ତି । ବିରାଟ୍ ପାକିସ୍ତାନ ବିପକ୍ଷରେ ୨୦୧୨ ଏସିଆ କପ୍ ମ୍ୟାଚରେ ଖେଳିଥିବା ୧୮୩ ରନ୍‌ର ପାଳି ସର୍ବଶ୍ରେଷ୍ଠ ବୋଲି ଗମ୍ଭୀର କହିଛନ୍ତି । ଏହି ମ୍ୟାଚରେ ଭାରତକୁ ବିଜୟ ପାଇଁ ୩୩୦ ରନ୍ ଆବଶ୍ୟକ ଥିବା ବେଳେ କୋହଲି ଆକର୍ଷଣୀୟ ଇନିଂସ ଖେଳିଥିଲେ ।

ଏହି ମ୍ୟାଚରେ ବିରାଟ ୧୪୮ଟି ବଲରୁ ୨୨ ଚୌକା ଓ ଗୋଟିଏ ଛକା ଲଗାଇ ୧୮୩ ରନ୍ କରିଥିଲେ । ଫଳରେ ଭାରତ ୬ ଓ୍ୱିକେଟରେ ବିଜୟ ହାସଲ କରିଥିଲା । ତେବେ ଏହି ମ୍ୟାଚରେ ଗମ୍ଭୀର ଖାତା ମଧ୍ୟ ଖୋଲିପାରି ନଥିଲେ ।  ବିରାଟଙ୍କ ଇନିଂସ ନେଇ ଗମ୍ଭୀର କହିଛନ୍ତି ଯେ, କୋହଲି ସମସ୍ତ ଫର୍ମାଟରେ ଭଲ ଖେଲିଥାନ୍ତି । ସେ ଅନେକ ଅବିଶ୍ୱସନୀୟ ଇନିଂସ ମଧ୍ୟ ଖେଳିଛନ୍ତି । ତେବେ ୧୮୩ ରନ୍‌ର ଇନିଂସ ସବୁଠାରୁ ଶ୍ରେଷ୍ଠ ।

ସେ ଆହୁରି କହିଛନ୍ତି ଯେ, ବାରତ ୩୩୦ ରନ୍‌ର ପିଛା କରୁଥିଲା । ଦଳ ବିନା କୌଣସି ରନ୍‌ରେ ପ୍ରଥମ ଓ୍ୱିକେଟ ହରାଇଥିଲା । ସେହି ସମୟରେ ବିରାଟଙ୍କ ପାଖରେ ସେତେଟା ଅନୁଭବ ନଥିଲା । କିନ୍ତୁ ସେ ଏକାକି ୧୮୩ ରନ୍ କରିଥିଲେ । ପାକିସ୍ତାନ ଦଳରେ ମହମ୍ମଦ ହାଫିଜ, ଉମର ଗୁଲ, ଏଜାଜ୍ ଚିମାଙ୍କ ଭଳି ବୋଲର ଥିଲେ । କିନ୍ତୁ ବିରାଟଙ୍କୁ କେହି ଅଟକାଇପାରି ନଥିଲେ ।

   Related Posts