ଉଚ୍ଚ ରକ୍ତଚାପ ରୋଗୀ ଖାଆନ୍ତୁ ଏହି ଜିନିଷ, ଗ୍ରୀଷ୍ମ ଋତୁରେ ହେବ ନାହିଁ କୌଣସି ସମସ୍ୟା

Published By : Prameya-News7 Bureau | April 08, 2021 IST

ଭୁବନେଶ୍ୱର ୦୮/୦୪: ଶରୀରର ସ୍ନାୟୁ ଉପରେ ଚାପ ପଡିବା ହେତୁ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଦେଇଥାଏ । ଏହି ରୋଗୀମାନଙ୍କୁ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଇବା ପିଇବାର ବିଶେଷ ଯତ୍ନ ନେବା ଉଚିତ୍ । ତେବେ ଚାଲନ୍ତୁ ଜାଣିବା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କିଛି ଉତ୍ତମ ଖାଦ୍ୟ ଯାହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ଗରମରେ ହେଉଥିବା ସମସ୍ୟାରୁ ମୁକ୍ତି ମଧ୍ୟ ମିଳିବ ।

{"width":617,"height":411}
PunjabKesari

ବେରି :

ବେରିରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ସହିତ ପୋଷକ ତତ୍ତ୍ୱ ଭରପୂର ରହିଥାଏ । ଏହାକୁ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ସହିତ ଉନ୍ନତ ମାନସିକ ଏବଂ ଶାରୀରିକ ବିକାଶରେ ସାହାଯ୍ୟ କରିଥାଏ ।

{"width":621,"height":465}
This is why you are made to eat dahi-cheeni before starting anything  important! - Times of India

ଦହି :

ଉଚ୍ଚ ରକ୍ତଚାପ ରୋଗୀମାନେ ଦହି ଖାଇବା ଜରୁରୀ । ଏଥିରେ ଭିଟାମିନ୍ B6, B12, ପ୍ରୋଟିନ୍, କ୍ୟାଲସିୟମ୍, ଗୁଡ୍ ବ୍ୟାକ୍ଟେରିୟା ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ସହିତ ଆପଣ ଦିନସାରା ଏନର୍ଜୀଟିକ୍ ଅନୁଭବ କରିବେ ।

{"width":619,"height":442}
Watermelon | SNAP-Ed

ତରଭୁଜ :

ତରଭୁଜରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଜଳ ରହିଥାଏ । ଏହା ରକ୍ତଚାପ ନିୟନ୍ତ୍ରଣ କରିବା ସହିତ ଡିହାଇଡ୍ରେସନ୍ ରୁ ମୁକ୍ତି ଦେଇଥାଏ । ଏଥିସହ ଏହାର ମଞ୍ଜିରେ ମ୍ୟାଗ୍ନେସିୟମ୍ ରହିଥିବାରୁ ଏହାକୁ ମଞ୍ଜି ସହିତ ଖାଇବା ଲାଭଦାୟକ ହୋଇଥାଏ ।

{"width":619,"height":413}
PunjabKesari

ପଇଡ ପାଣି :

ନଡ଼ିଆ ପାଣିରେ ଭିଟାମିନ୍ ସି, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଗ୍ରୀଷ୍ମ ଋତୁରେ ଏହାକୁ ପିଇବା ଦ୍ୱାରା ଜଳ ଅଭାବ ସହିତ ରକ୍ତଚାପ କମିଥାଏ ।

{"width":615,"height":411}
What's the advantage of lemon water? - Quora

ଲେମ୍ବୁ ପାଣି :

ଲେମ୍ବୁରେ ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ନିୟମିତ ଭାବେ ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଶରୀରରେ ଫ୍ରି ରେଡିକାଲକୁ ଦୂର କରି ରକ୍ତଚାପ କମ୍ କରିବାରେ ସାହାଯ୍ୟ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.