Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କରୋନା ସଙ୍କଟରେ ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ତେବେ ନିଜ ନିତିଦିନିଆ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ଜିନିଷ

24/07/2020 at 9:54 AM

ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ଶରୀର ଅସୁସ୍ଥ ରହିଲେ କାହାକୁ ବି କାମ କରିବାକୁ ମନ ହୁଏ ନାହିଁ। ଆଜିକାଲି ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଅଭ୍ୟାସ ଯୋଗୁଁ ବିଭିନ୍ନ ପ୍ରକାର ରୋଗର ଆଶଙ୍କା ରହିଥାଏ। ଆଜି ଆମେ କେତେକ ଜିନିଷ ବିଷୟରେ କହିବୁ ଯେଉଁଗୁଡ଼ିକୁ ଡାଏଟ୍ ପ୍ଲାନରେ ସାମିଲ କରିବା ଆବଶ୍ୟକ। ଏହି ଜିନିଷଗୁଡ଼ିକ ଡାଏଟ୍ ପ୍ଲାନରେ ସାମିଲ କରିବା ଦ୍ବାରା ରୋଗରୁ ବର୍ତ୍ତି ହେବ। ଆସନ୍ତୁ ଜାଣିବା ସୁସ୍ଥ ରହିବା ପାଇଁ କେଉଁ ଜିନିଷକୁ ଡାଏଟ୍ ପ୍ଲାନରେ ସାମିଲ କରିବା ଉଚିତ୍…

୧.ଲେମ୍ବୁ: ଲେମ୍ବୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଲେମ୍ବୁରେ ଭିଟାମିନ୍ ସି ମଧ୍ୟ ପ୍ରଚୁର ମାତ୍ରାରେ ଥାଏ,ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ସହାୟକ ହୋଇଥାଏ। ଲେମ୍ବୁ ସେବନ କରିବା ଦ୍ବାରା ଦୁର୍ବଳତା ମଧ୍ୟ ଦୂର ହୋଇଥାଏ। ସୁସ୍ଥ ରହିବା ପାଇଁ ଲେମ୍ବୁକୁ ନଖ ଉଷୁମ ପାଣିରେ ଚିନି କିମ୍ବା ଲୁଣ ମିଶାଇ ପିଅନ୍ତୁ।

୨.କଦଳୀ : କଦଳୀ ଶରୀରକୁ ସୁସ୍ଥ କରିବାରେ ସହାୟକ ହୋଇଥାଏ। ପ୍ରତିଦିନ କଦଳୀ ସେବନ କରିବା ଦ୍ବାରା ରୋଗରୁ ବର୍ତ୍ତି ହେବ। କଦଳୀରେ ପ୍ରଚୁର ମାତ୍ରାରେ ଫାଇବର ଥାଏ ଯାହା ପାଚନ କ୍ରିୟାକୁ ଠିକ୍ କରିଥାଏ। କଦଳୀରେ ଆଇରନ୍ ମଧ୍ୟ ପ୍ରଚୁର ମାତ୍ରାରେ ଥାଏ।

୩. ଅଁଳା : ଅଁଳା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଅଁଳାରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ସହାୟକ ହୋଇଥାଏ। ଅଁଳାରେ ଆକ୍ସି ଅକ୍ସିଡାଣ୍ଟ ଗୁଣ ମଧ୍ୟ ଥାଏ ଯାହା କ୍ୟାନସର ସେଲ୍ସକୁ ବଢ଼ିବାରୁ ରୋକିଥାଏ।

୪.ଘିଅ: ଘିଅ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ପ୍ରତିଦିନ ଘିଅ ସେବନ କରିବା ଦ୍ବାରା ହୃଦୟ ସୁସ୍ଥ ରହିଥାଏ। ଓଜନ ବଢ଼ାଇବା ପାଇଁ ପ୍ରତିଦିନ ଘିଅ ସେବନ କରିବା ଉଚିତ୍। ଘିଅରେ ଭିଟାମିନ୍ କେ୨ ପ୍ରଚୁର ମାତ୍ରାରେ ଥାଏ ଯାହା ହାଡ଼ ଯାଏଁ କ୍ୟାଲସିୟମକୁ ପହଞ୍ଚାଇବାରେ ସହାୟକ ହୋଇଥାଏ।

୫. ତୁଳସୀ : ତୁଳସୀ ଔଷଧୀୟ ଗୁଣରେ ଭରପୂର ରହିଥାଏ। ତୁଳସୀ ସର୍ଦ୍ଦି,କାଶ,ଜ୍ବରର ରାମବାଣ ଚିକିତ୍ସା। ତୁଳସୀର ସେବନ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

   Related Posts