ଶୀତ ଦିନରେ ଖାଆନ୍ତୁ ଏଭଳି ଖାଦ୍ୟ; ସ୍ୱାଦ ସାଙ୍ଗକୁ ପାଇବେ ଉଷ୍ମତା

Published By : Prameya-News7 Bureau | November 26, 2018 IST

ଭୁବନେଶ୍ୱର ୨୬/୧୧ : ଶୀତ ଦିନରେ ପରିବା ବଜାରକୁ ଗଲେ ଭଳି କି ଭଳି ପରିବା ଦେଖିବାକୁ ମିଳିଥାଏ | ବିଭିନ୍ନ ପ୍ରକାର ପରିବା, ଶାଗ ଆଦି ମନକୁ ଛୁଇଁଥାଏ | ସେଥିପାଇଁ ଶୀତ ଦିନକୁ ଖାଇବା ଦିନ ବୋଲି ମଧ୍ୟ କେହି କେହି କହିଥାନ୍ତି | ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରିବାର ସ୍ୱତନ୍ତ୍ରତା ରହିଛି | ଶୀତ ଦିନରେ ବହୁ ପ୍ରକାରର ଶାଗ ମଧ୍ୟ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ | ଆସନ୍ତୁ ନଜର ପକାଇବା କିଛି ସ୍ୱତନ୍ତ୍ର ଖାଇବା ଉପରେ ଏବଂ ଘରେ ପ୍ରସ୍ତୁତ କରିବା : କାଶ୍ମିରୀ ପୁଲାଉ - କାଶ୍ମୀରକୁ ଦେଶର ସ୍ୱର୍ଗର ମାନ୍ୟତା ମିଳିଛି | କାଶ୍ମୀରରେ ପାଣିପାଗ ସବୁବେଳେ ଥଣ୍ଡା ରହେ | ଏଠାକାର ସ୍ୱତନ୍ତ୍ର ଖାଦ୍ୟ ମଧ୍ୟରେ କାଶ୍ମିରୀ ପୁଲାଉ ଅନ୍ୟତମ | ତେବେ ସାଧାରଣ ପୁଲାଉ ଠାରୁ ଏହାର ସ୍ୱାଦ ଟିକିଏ ଭିନ୍ନ | ଏଥିରେ ଅଳ୍ପ ମାତ୍ରା ଚିନି ପଡିଥାଏ ଯେଉଁଥିପାଇଁ ଏହି ପୁଲାଉ ସାମାନ୍ୟ ମିଠା ଲାଗିଥାଏ | ଏଥିରେ ସମସ୍ତ ପ୍ରକାର ଡ୍ରାଇ ଫ୍ରୁଟ ଏବଂ କିଛି ଫଳ ମଧ୍ୟ ପଡି ତିଆରି ହୋଇଥାଏ | ଯାହା ଫଳରେ ଏହା ଶରୀରକୁ ଗରମ ପ୍ରଦାନ କରିଥାଏ | ବାଜରା ରୁଟି - ବାଜରା ଗ୍ଲୁଟେନ ମୁକ୍ତ ହୋଇଥାଏ | ସେଥିପାଇଁ ଶୀତ ଦିନରେ ବାଜରା ରୁଟିର ଚାହିଦା ଅଧିକ | ଏହି ରୁଟିକୁ ଯେକୌଣସି ତରକାରୀ ସଂଗେ ଖିଆଯାଇପାରିବ | ଏହି ରୁଟି ଗରମ ଗରମ ଖାଇବାରେ ଯେମିତି ସ୍ୱାଦିଷ୍ଟ ଲାଗିଥାଏ ହାଣ୍ଡା ଖାଇଲେ ମଧ୍ୟ ସ୍ୱାଦିଷ୍ଟ ଲାଗିଥାଏ | ହରିୟାଣା, ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜରାଟରେ ଲୋକେ ବାଜରା ରୁଟି ବହୁତ ପସନ୍ଦ କରନ୍ତି | ଶାଗ ପନିର - ଶାଗ ଖାଇବାକୁ ବହୁତ ଲୋକ ଭଲ ପାଆନ୍ତି | ତେବେ ଶୀତ ଦିନରେ ବହୁ ପ୍ରକାର ଶାଗ ମିଳିଥାଏ | ସେଠି ମଧ୍ୟରୁ ପାଳଙ୍ଗ ଅନ୍ୟତମ | ପାଳଙ୍ଗ ଶାଗ ଖାଇବାକୁ ଯେମିତି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ | ଶାଗକୁ ଆହୁରି ହେଲଦି କରିବାକୁ ହେଲେ ପାଳଙ୍ଗ ଶାଗରେ ପନିର ମିଶାଇ ଆପଣ ପାଲକ ପନିର ପ୍ରସ୍ତୁତ କରିପାରିବେ | ଏହା କେବଳ ଶୀତ ଦିନରେ ହିଁ ରୋଷେଇ ହୋଇପାରିବ ଏବଂ ଏହା ସ୍ୱାସ୍ଥ୍ୟକର ମଧ୍ୟ | ଚଣା ଶାଗ - ମଧ୍ୟ ପ୍ରଦେଶରେ ଶୀତ ଦିନରେ ଚାଉଳରେ ତିଆରି ରୁଟି ସାଙ୍ଗକୁ ଚଣା ଶାଗ ବହୁତ ପ୍ରସିଦ୍ଧ | ଚଣା ଶାଗ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭବାନ ପ୍ରମାଣିତ ହୋଇଥାଏ | ଗାଜର ହାଲୱା - ରାଜସ୍ଥାନ ଲୋକ ଶୀତ ଦିନରେ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇଥାନ୍ତି | ତେଣୁ ସେମାନେ ଗାଜର ହାଲୱା ଖାଇବା ପସନ୍ଦ କରିଥାନ୍ତି | ସାକରକନ୍ଦା କ୍ଷୀରି - ଶୀତ ଦିନରେ ରାବିଡି, ଜିଲାପି, କ୍ଷୀରି ଆଦି ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି | ଶୀତ ଦିନରେ ସାକରକନ୍ଦା ମିଳିଥାଏ | ଏଥିରେ ଚାଟ, କ୍ଷୀରି ତଥା ରାବିଡି ପ୍ରସ୍ତୁତ କରାଯାଇଥାଏ | ଏଥିରେ ପ୍ରଚୁର ପରିମାଣରେ ଫାଇବର, ଭିଟାମିନ-ଏ ଏବଂ ଭିଟାମିନ-ସି, ମ୍ୟାଗନେସିୟମ, କ୍ୟାଲସିୟମ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ | ଚାରୁ - ଶୀତରେ ଚାରୁ ଶରୀରକୁ ତୁରନ୍ତ ଉଷ୍ମତା ପ୍ରଦାନ କରିଥାଏ | ସ୍ୱାଦରେ ଏହା ଟିକେ ଖଟା ଏବଂ ରାଗ | ଶୀତ ଦିନରେ ଥଣ୍ଡାରୁ ମୁକ୍ତି ପାଇଁ ଏହା ସର୍ବୋତମ ଘରୋଇ ଉପଚାର | ଏଥିରେ ଜିରା, ରସୁଣ, ଗୋଲ ମରିଚ ଏବଂ ହଳଦୀ ପଡ଼ିଥିବାରୁ ଏହା ଥଣ୍ଡାରୁ ମୁକ୍ତି ଦେଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.