ସାମ୍ନାକୁ ଆସିଲା ଦେଶର ସବୁଠାରୁ ଲୋକପ୍ରିୟ ଅଭିନେତାଙ୍କ ଲିଷ୍ଟ, ଟପ୍‌ ୫ରେ ଏହି ୧୦ ଜଣ ଅଭିନେତାଙ୍କୁ ମିଳିଲା ସ୍ଥାନ

Published By : Prameya-News7 Bureau | October 23, 2019 IST

ମୁମ୍ବାଇ୨୨|୧୦: ଭାରତର ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଅଭିନେତାଙ୍କ ତାଲିକା ଏବେ ସାମ୍ନାକୁ ଆସିଛି। ତେବେ ଆସନ୍ତୁ ଜାଣିବା କେଉଁ ଅଭିନେତା ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି ।

{"id":173511}

୧- ଏହି ତାଲିକାରେ ବଲିଉଡର ଭାଇଜାନ ସଲମାନ ଖାନ ପ୍ରଥମରେ ରହିଛନ୍ତି । ସଲମାନ ହେଉଛନ୍ତି ଦେଶର ସର୍ବାଧିକ ଲୋକପ୍ରିୟ ସିନେଷ୍ଟାର । ଭାଇଜାନ୍‌ଙ୍କ ପ୍ରଶଂସକ ବା ଫ୍ୟାନ ଫଲୋରସ୍‌ଙ୍କ ସଂଖ୍ୟା ଭାରତର ସବୁଠୁ ଅଧିକ । ସେଥିପାଇଁ ସଲମାନଙ୍କୁ ଭାରତର ନମ୍ବର ୱାନ ଅଭିନେତା ଭାବେ ଘୋଷଣା କରାଯାଇଛି।

{"id":173512}

୨- ଭାରତର ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଅଭିନେତାଙ୍କ ଲିଷ୍ଟରେ ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କୁ ଦ୍ବିତୀୟ ସ୍ଥାନ ମିଳିଛି। ନିକଟରେ ଅକ୍ଷୟଙ୍କର ଫିଲ୍ମ ମିଶନ ମଙ୍ଗଲ ରିଲିଜ ହୋଇଥିଲା ଯାହା ଦର୍ଶକ ଖୁବ ପସନ୍ଦ କରିଥିଲେ।

{"id":173513}

୩- ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଅଭିନେତାଙ୍କ ଲିଷ୍ଟରେ ଦୀପିକା ପାଦୁକୋନଙ୍କ ସ୍ବାମୀ ରଣବୀର ସିଂହଙ୍କ ନାଁ ତୃତୀୟ ସ୍ଥାନରେ ରହିଛି। ରଣବୀର ତାଙ୍କର ଗତ ୨ଟି ଫିଲ୍ମ ପାଇଁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି।

{"id":173514}

୪- ଏହି ଲିଷ୍ଟରେ ଚତୁର୍ଥ ସ୍ଥାନରେ ୪ଟି ଅଭିନେତାଙ୍କୁ ସ୍ଥାନ ମିଳିଛି। ସେମାନେ ହେଉଛନ୍ତି ଅମିତାଭ ବଚ୍ଚନ, ଅଜୟ ଦେବଗନ, ରଣବୀର କପୁର ଓ ଶାହରୁଖ ଖାନ।

{"id":173515,"width":587,"height":359}

୭୭ ବର୍ଷ ବୟସ୍କ ଅମିତାଭ ବଚ୍ଚନ ଏହି ଲିଷ୍ଟରେ ସାମିଲ ଅଛନ୍ତି ଯାହା କିଛି ଛୋଟ କଥା ନୁହେଁ।

{"id":173516}

୫- ପଞ୍ଚମ ସ୍ଥାନରେ ଅଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଅଭିନେତା ପ୍ରଭାସ ଯିଏ ଭାରତୀୟ ସ୍କ୍ରିନରେ ଧମାଲ କରନ୍ତି।

{"id":173517}

ଏହା ବ୍ୟତୀତ ବଲିଉଡ ଇଣ୍ଡଷ୍ଟ୍ରିର ପଞ୍ଚମ ସ୍ଥାନରେ ଅଛନ୍ତି ଆକ୍ସନ ହିରୋ ଟାଇଗର ଶ୍ରଫ ଓ ଅଭିନେତା ଶାହିଦ କପୁର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.