Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତ ବ୍ୟତୀତ ଏହି ୭ଟି ଦେଶରେ ହିନ୍ଦୀ କହିଥାଆନ୍ତି ଲୋକେ : ଜାଣନ୍ତୁ କେଉଁଠି

16/04/2019 at 2:49 PM

ଭାରତ ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟରୁ ଗୋଟିଏ। ଏଠାରେ ସବୁଠୁ ଅଧିକ ହିନ୍ଦୀ ଭାଷାଭାଷୀ ଲୋକ ରହିଥାଆନ୍ତି। ଏହା ଆମ ରାଷ୍ଟ୍ରଭାଷା। କିନ୍ତୁ ଆପଣ ଜାଣିଛନ୍ତି କି ବିଶ୍ବରେ ଏପରି ଅନେକ ଦେଶ ରହିଛି ଯେଉଁଠି ଲୋକ ସବୁଠୁ ଅଧିକ ହିନ୍ଦୀ ଭାଷାରେ କଥା ହୋଇଥାଆନ୍ତି। ତେବେ ଆସନ୍ତୁ ଜାଣିବା ସେହି ଦେଶଗୁଡ଼ିକ ବିଷୟରେ

୧.ନେପାଳ: ନେପାଳର ରାଷ୍ଟ୍ର ଭାଷା ନେପାଳୀ କିନ୍ତୁ ନେପାଳରେ ନେପାଳୀ ବ୍ୟତୀତ ମୈଥିଳୀ,ଭୋଜପୁରୀ ଏବଂ ହିନ୍ଦୀ ଭାଷାର ପ୍ରଚଳନ ସବୁଠୁ ଅଧିକ ।

୨.ଫିଜି: ଏହା ଏକ ଛୋଟ ଦେଶ କିନ୍ତୁ ଏହି ଦେଶରେ ୪ଟି ଆନୁଷ୍ଠାନିକ ଭାଷା ରହିଛି ଏବଂ ସେଥିମଧ୍ୟରୁ ହିନ୍ଦୀ ଗୋଟିଏ।

୩. ପାକିସ୍ତାନ : ପାକିସ୍ତାନରେ ଇଂରାଜୀ ଏବଂ ଉର୍ଦ୍ଦୁ ଭାଷାକୁ ଆନୁଷ୍ଠାନିକ ଭାଷାର ମାନ୍ୟତା ମିଳିଛି। କିନ୍ତୁ ଏଠାରେ ଲୋକେ ପଞ୍ଜାବୀ,ସିନ୍ଧି,ପାସ୍ତୋ,ବଲୁଚି ଏବଂ ହିନ୍ଦିକୋ ଭାଷାରେ କଥା ହୋଇଥାଆନ୍ତି।

୪. ତ୍ରିନିଦାଦ ଏବଂ ଟବାଗୋ: ତ୍ରିନିଦାଦ ଏବଂ ଟୋବାଗୋର ସରକାରୀ ଭାଷା ହେଉଛି ଇଂରାଜୀ। ଏଠାରେ ଫ୍ରେଞ୍ଚ,ସ୍ପେନିଶ,ହିନ୍ଦୀ ଏବଂ ଭୋଜପୁରୀ ଭାଷା ମଧ୍ୟ ବହୁଳଭାବେ ପ୍ରଚଳିତ।

୫.ବାଙ୍ଗଲାଦେଶ: ବାଙ୍ଗଲାଦେଶ ମୁଖ୍ୟତଃ ବଙ୍ଗାଳୀମାନଙ୍କର ଦେଶ । ଏଠାରେ ବଙ୍ଗଳା ହେଉଛି ସରକାରୀ ଭାଷା। ତେବେ ଏଠାରେ ଇଂରାଜୀ ଓ ହିନ୍ଦୀ ମଧ୍ୟ କୁହାଯାଇଥାଏ।

୬.ସିଙ୍ଗାପୁର: ସିଙ୍ଗାପୁରର ଆନୁଷ୍ଠାନିକ ଭାଷା ଇଂରାଜୀ ଏବଂ ମାଲେ । ଏଠାରେ ତାମିଲ,ମେଣ୍ଡେ୍ରନ ଏବଂ ହିନ୍ଦୀ ଭାଷାରେ କୁହାଯାଇଥାଏ।

୭.ସାଉଥ ଆଫ୍ରିକା: ସାଉଥ ଆଫ୍ରିକାରେ ଆନୁଷ୍ଠାନିକ ଭାଷା ଇଂରାଜୀ ଏବଂ ଆଫ୍ରିକାନ୍। ଏଠାରେ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ସହ ହିନ୍ଦୀ ଭାଷା ମଧ୍ୟ କୁହାଯାଇଥାଏ।   

   Related Posts