Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଧର୍ମେନ୍ଦ୍ରଙ୍କ ବ୍ୟତୀତ ଏହି ସୁପରଷ୍ଟାରମାନେ ଥିଲେ ଡ୍ରିମଗାର୍ଲଙ୍କ ଦିଓ୍ବାନା : ଏହି ଅଭିନେତାଙ୍କୁ କରିଥାଆନ୍ତେ ନିର୍ବନ୍ଧ

7/04/2019 at 3:48 PM

ମୁମ୍ବାଇ ୭/୪: ବଲିଉଡ ଅଭିନେତ୍ରୀ ଓ ସାଂସଦ ହେମା ମାଳିନୀଙ୍କୁ ଫିଲ୍ମ ‘ଡ୍ରିମଗାର୍ଲ’ ପରେ ଡ୍ରିମଗାର୍ଲ ଆଖ୍ୟା ମିଳିଥିଲା। ୭୦ଦଶକରେ ଅଧିକାଂଶ ଯୁବକ ହେମା ମାଳିନୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। ତାଙ୍କ ସୈାନ୍ଦର୍ଯ୍ୟକୁ ଦେଖି ଲୋକେ ପାଗଳ ହୋଇଯାଉଥିଲେ। କିନ୍ତୁ ହେମା କେବଳ ଜଣଙ୍କ ଆଗରେ ମୁଣ୍ଡ ନୁଆଁଇଥିଲେ। ସେ ହେଉଛନ୍ତି ଧର୍ମେନ୍ଦ୍ର। ହେମା ଧର୍ମେନ୍ଦ୍ରଙ୍କୁ ବହୁତ ଭଲ ପାଉଥିଲେ କିନ୍ତୁ ଧର୍ମେନ୍ଦ୍ରଙ୍କ ବ୍ୟତୀତ କେତେକ ସୁପରଷ୍ଟାର ଥିଲେ ଯେଉଁମାନେ ହେମାଙ୍କୁ ପାଇବା ପାଇଁ ପାଗଳ ଥିଲେ। ଜଣେ ଅଭିନେତା ତାଙ୍କୁ ନିର୍ବନ୍ଧ ଏବଂ ବିବାହ କରିବାକୁ ସବୁ ପ୍ରସ୍ତୁତି କରି ସାରିଥିଲେ।

ବଲିଉଡର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ହେମା ମାଳିନୀ ୧୯୮୦ମସିହାରେ ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ। ଧର୍ମେନ୍ଦ୍ର ତାଙ୍କଠୁ ୧୫ବର୍ଷ ବଡ଼। କିନ୍ତୁ ଭଲ ପାଇବା ଆଗରେ ଜାତି,ଧର୍ମ,ବର୍ଣ୍ଣ ଏସବୁ କିଛିର ଫରକ ପଡ଼େ ନାହିଁ। କିନ୍ତୁ ଏହା ପୂର୍ବରୁ ୩ଜଣ ଅଭିନେତା ଥିଲେ ଯେଉଁମାନେ ହେମାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ। ଆସନ୍ତୁ ଜାଣିବା

୧.ରାଜ କୁମାର : ‘କୁଦରତ’,‘ଲାଲ ପଥର’,‘ଏକ ନଇ ପହେଲି’,‘ଶରାରା’,‘ଗଲିୟୋଁ କା ବାଦଶାହ’,ଦେଶ କା ଦୁଶମନ’ ଆଦି ଫିଲ୍ମରେ ଏକାଠି କାମ କରିଥିବା ରାଜ କୁମାର ମଧ୍ୟ ହେମାଙ୍କ ଦିଓ୍ବାନା ତାଲିକାରେ ଥିଲେ। ରାଜ କୁମାର ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ହେମା ମାଳିନୀ ତାଙ୍କ ପ୍ରସ୍ତାବକୁ ଅସ୍ବୀକାର କରିଥଲେ କାରଣ ହେମା ତାଙ୍କୁ ପସନ୍ଦ କରୁନଥିଲେ।

୨.ସଞ୍ଜୀବ କୁମାର: ‘ଶୋଲେ’,ସୀତା ଔର ଗୀତା’,‘ଧୂପ ଛାଁଓ’,‘ତ୍ରିଶୂଲ’ ଏବଂ ହୀରାସତ ଭଳି ଫିଲ୍ମରେ ସଞ୍ଜୀବ କୁମାର, ହେମା ମାଳିନୀଙ୍କ ସହ କାମ କରିଥିଲେ। ସଞ୍ଜୀବ ତାଙ୍କୁ ପାଗଳ ଭଳି ଭଲ ପାଉଥିଲେ। କିନ୍ତୁ ହେମା,ଧର୍ମେନ୍ଦ୍ରଙ୍କୁ ଭଲ ପାଉଥିଲେ। ସଞ୍ଜୀବ କୁମାର ତାଙ୍କ ବାପା ମାଆଙ୍କ ସହ ହେମାଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲେ କିନ୍ତୁ ହେମା ତାଙ୍କୁ ବିବାହ କରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏପରି କୁହାଯାଉଥିଲା ଯେ ହୃଦୟରେ ଆଘାତ ଲାଗିବା ଯୋଗୁଁ ମାତ୍ର ୪୬ ବର୍ଷ ବୟସରେ ସେ ହୃଦଘାତରେ ମୃତ୍ୟୁବରଣ କରିଥିଲେ।

୩.ଜିତେନ୍ଦ୍ର : ‘ଦୁଲହନ’,‘ଓ୍ବାରିସ’,‘ଖୁସବୁ’,ମେରି ଆଓ୍ବାଜ ସୁନୋ’,‘ଜ୍ୟୋତି’,‘ଗହରା ଚାଲ’,‘କୈଦୀ’,‘ଜାନ ହଥେଲି ପର’,‘ଭାଇ ହୋ ତୋ ଐସା’,‘ହମ ତେରେ ଆଶିକ’,‘ଜଷ୍ଟିସ ଚୈାଧୁରୀ’,‘ଫର୍ଜ’ ଏବଂ ‘କାନୁନ’ ଭଳି ଫିଲ୍ମରେ ଏକାଠି କାମ କରିଥିବା ଜିତେନ୍ଦ୍ର ଏବଂ ହେମା ମାଳିନୀଙ୍କ ଯୋଡ଼ି ଲୋକଙ୍କ ପ୍ରିୟ ଯୋଡ଼ି ଥିଲା। ଜିତେନ୍ଦ୍ର ମଧ୍ୟ ହେମାଙ୍କୁ ଭଲ ପାଉଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଜିତେନ୍ଦ୍ରଙ୍କ ବାପା ହେମାଙ୍କ ସହ ବିବାହ କରିବା ଲାଗି ବିବାହ ତାରିଖ ମଧ୍ୟ ଘୋଷଣା କରିଦେଇଥିଲେ ଏବଂ ନିର୍ବନ୍ଧ ହେବାକୁ ଥିବାବେଳେ ଧର୍ମେନ୍ଦ୍ର ସେହି ମୂହୂର୍ତ୍ତରେ ଆସି ଜିତେନ୍ଦ୍ରଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏହାପରେ ହେମା ବାପା ମାଆଙ୍କ ବିରୁଦ୍ଧରେ ଯାଇ ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ। ଏହା ପରେ ଜିତେନ୍ଦ୍ର ଶୋଭା କପୁରଙ୍କୁ ବିବାହ କରିଥିଲେ।

   Related Posts