Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କାର୍ ଚଲାଇଥିବା ବିଶ୍ବର ପ୍ରଥମ ମହିଳା, ସ୍ବାମୀଙ୍କୁ ନକହି ୧୦୬କି.ମି. କରିଥିଲେ ଲଙ୍ଗ୍ ଡ୍ରାଇଭ୍

2/01/2021 at 1:44 PM

ନୂଆଦିଲ୍ଲୀ ୨।୧: ସମସ୍ତେ ଜାଣନ୍ତି ଯେ ଫର୍ଡ ମଡେଲ ବିଶ୍ବର ପ୍ରଥମ ବଡ ଏବଂ ଶସ୍ତା କାର୍ ଥିଲା । ହେଲେ କମ୍ ଲୋକ ଜାଣିଥିବେ ମର୍ସିଡିଜ୍ ବେଞ୍ଜ କାର୍ ର ସଂସ୍ଥାପକ କାର୍ଲ ବେଞ୍ଜ ପ୍ରଥମ ଥର କାମ କରୁଥିବା କାର୍ ପ୍ରସ୍ତୁତ କରିଥିଲେ । ଯାହାକୁ ପେଟେଣ୍ଟ ମୋଟରଯାନ ମଡେଲ III ର ନାମ ଦିଆଯାଇଥିଲା । କାର୍ ର ୪ଟି ଚକ ନଥିଲା ବରଂ ୩ଟି ଚକ ଥିଲା । ଏହି କାର୍ ର ପ୍ରଥମ ଚାଳକ ଥିଲେ ଜଣେ ମହିଳା ।

କାର୍ଲ ବେଞ୍ଜଙ୍କ ପତ୍ନୀ ବର୍ଥା ବେଞ୍ଜ ସ୍ବାମୀଙ୍କ ବିନା ଅନୁମତିରେ ତାଙ୍କ ଦ୍ବାରା ପ୍ରସ୍ତୁତ ପ୍ରଥମ କାର୍ କୁ ୧୦୬ କିଲୋମିଟର ଚଲାଇଥିଲେ । କାର୍ ପ୍ରସ୍ତୁତ କରିବାର ୩ ବର୍ଷ ପର୍ଯ୍ୟନ୍ତ କାର୍ ବିକ୍ରି ହୋଇନଥିଲା । ବର୍ଥାଙ୍କୁ ସେଇଠୁ ଏମିତି ଧାରଣା ଆସିଥିଲା ଯେ, କାର୍ ବିକ୍ରି କରିବା ପାଇଁ କାର୍ ନୂଆ କାର୍ କୁ ବ୍ୟବହାକ କରି ଦେଖାଇବାକୁ ପଡିବ ।

୧୮୮୮ ମସିହାରେ ବର୍ଥା ବେଞ୍ଜ ମଡେଲ III କୁ ସ୍ବାମୀ ଏବଂ ଅଧିକାରୀଙ୍କ ଅନୁମତି ବିନା ଚଲାଇଥିଲେ । ସେ ଏହି କାର୍ କୁ ୧୦୬ କିମି ପର୍ଯ୍ୟନ୍ତ ଚଲାଇଥିଲେ । ସେ ମ୍ୟାନ୍ ହୋମ୍ ରୁ ଫ୍ରୋଜେମ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଯାହା ସେହି ସମୟରେ ଅବୈଧ ଥିଲା । ଏହି ଯାତ୍ରା ସହ ବର୍ଥା ସାରା ବିଶ୍ବରେ ଦୂର ଯାତ୍ରା କରିଥିବା ପ୍ରଥମ ମହିଳା ଭାବେ ଗଣା ହୋଇଥିଲେ ।

ବର୍ଥା ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚି ସ୍ବାମୀଙ୍କୁ ଟେଲିଗ୍ରାମ ମାଧ୍ୟମରେ ଯାତ୍ରା ନେଇ ସୂଚନା ଦେଇଥିଲେ । ତାଙ୍କ ମିଶନ ଥିଲା ସ୍ବାମୀଙ୍କ ଅବିଷ୍କାରକୁ ଏକ ମହତ୍ବପୂର୍ଣ୍ଣ ଆବିଷ୍କାର ଭାବେ ଗଣନା କରିବା । କାର୍ ର ଯାତ୍ରା ସଫଳ ଥିଲା । ଏହାପରେ ଏହାର ବିକ୍ରି ବୃଦ୍ଧି ପାଇଥିଲା । ଉଲ୍ଲେଖଯୋଗ୍ୟ ଯେ, କାର୍ଲ ବେଞ୍ଜ ଡେମଲର ଗୋଟଲିବଙ୍କ ସହ ମିଶି ମର୍ସିଡିଜ୍ ବେଞ୍ଜ୍ ସ୍ଥାପନ କରିଥିଲେ । ଉଭୟ ଏଥିରେ ଅଧିକ ନିବେଶ ମଧ୍ୟ କରିଥିଲେ ।

   Related Posts