Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

Forbes billionaire ସୂଚୀରେ ପୁଣି ତଳକୁ ଖସିଲେ ଏଲନ ମସ୍କ, ରହିଲେ ତୃତୀୟ ସ୍ଥାନରେ

6/03/2021 at 7:31 PM

ନ୍ୟୁଜର୍ସି : ଫୋର୍ବସ୍‌ ରିୟଲ ଟାଇମ୍‌ ବିଲିୟନେର ସୂଚୀରେ ଟେସ୍ଲା କାର ଓ ସ୍ପେସ୍‌ ଏକ୍ସ ସିଇଓ ଏଲନ ମସ୍କ ଆହୁରି ତଳକୁ ଖସିଛନ୍ତି। ୨ ସପ୍ତାହ ପୂର୍ବେ ମସ୍କ ବିଶ୍ୱର ଧନିକଙ୍କ ସୂଚୀର ୧ ନମ୍ବର ସ୍ଥାନରେ ଥିଲେ। ତେବେ ଦେଖୁ ଦେଖୁ ସେ ସୂଚୀର ତୃତୀୟ ସ୍ଥାନକୁ ଚାଲିଆସିଛନ୍ତି।

ଚଳିତ ସପ୍ତାହରେ ଏଲନ ମସ୍କଙ୍କ କମ୍ପାନୀ ସେୟାର ମୂଲ୍ୟରେ ଭାରି ହ୍ରାସ ଦେଖା ଯାଇଛି। ମାତ୍ର ସପ୍ତାହକରେ ତାଙ୍କର ୨୭ ବିଲିୟନ ଡଲାର କ୍ଷତି ହୋଇଥିବା ବେଳେ ମାର୍କେଟ୍‌ କ୍ୟାପ୍‌ ମଧ୍ୟ ଖସିଛି। ଶୁକ୍ରବାର ଶେଷ ହୋଇଥିବା ସପ୍ତାହରେ ଏଲନ ମସ୍କଙ୍କ କମ୍ପାନୀ ସେୟାର ନେସଡେକ୍‌ ୧୦୦ ସୂଚୀରେ ତଳକୁ ଖସିବା ଯୋଗୁ ମସ୍କ ମଧ୍ୟ ତଳକୁ ଓହ୍ଲାଇଛନ୍ତି।

ଏବେ ମସ୍କଙ୍କ ସ୍ଥାନରେ ଫରାସୀ ବ୍ୟବସାୟୀ ବର୍ଣ୍ଣାଡ ଅର୍ଣ୍ଣଲ୍ଟ ବିଶ୍ୱର ଦ୍ୱିତୀୟ ଧନିକ ବ୍ୟକ୍ତିର ମାନ୍ୟତା ହାସଲ କରିଛନ୍ତି। ଗତବର୍ଷ ଅର୍ଥାତ ୨୦୨୦ରେ ଟେସ୍ଲା ସେୟାର ମୂଲ୍ୟ ୭୪୩ ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ହୋଇଥିଲା। ଫଳରେ ମସ୍କଙ୍କ ସମ୍ପତ୍ତି ମଧ୍ୟ ସେହି ଅନୁପାତରେ ବଢିଥିଲା। ଫଳରେ ମସ୍କ ଜାନୁୟାରୀ ୨୦୨୧ରେ ବିଶ୍ୱର ଶ୍ରେଷ୍ଠ ଧନିକ ଜେଫ ବେଜୋସ୍‌ଙ୍କୁ ପଛରେ ପକାଇ ୧ ନମ୍ବର ସ୍ଥାନକୁ ଉନ୍ନିତ ହୋଇଥିଲେ। ଜାନୁୟାରୀରେ ମସ୍କଙ୍କ ସମ୍ପତ୍ତି ୨୧୦ ବିଲିୟନ ଡଲାରରେ ଅଙ୍କା ଯାଇଥିଲା। ଏବେ ତାଙ୍କ ସମ୍ପତ୍ତିରେ ୬.୨ ବିଲିୟନ ଡଲାରର ହ୍ରାସ ହୋଇଛି।

ତେବେ ମସ୍କଙ୍କ ଏପରି ଅଚାନକ ପତ୍ତନ ପଛରେ ବିଟ୍‌ କଏନର ହାତ ମଧ୍ୟ ରହିଛି। ଯେତେବେଳେ ବଜାରରେ ଟେସ୍ଲା ସେୟାର ମୂଲ୍ୟ ବଢୁଥିଲା ମସ୍କଙ୍କ ବିଟ୍‌ କଏନ ନିବେଶ ତାଙ୍କୁ ଧନିରୁ ଆହୁରି ଧନୀ କରିଦେଇଥିଲା। ନିକଟରେ ମସ୍କ ବିଟ୍‌ କଏନରେ ୧.୫ ବିଲିୟନ ଡଲାର ନିବେ କରିଥିବାର ଘୋଷଣା କରିଥିଲେ। ଏହାର ୨ ସପ୍ତାହ ପରେ ବିଟ୍‌ କଏନର ମୂଲ୍ୟ ହ୍ରାସ ତାଙ୍କୁ ୧୫ ବିଲିୟନ ଡଲାରର ଝଟକା ଦେଇଥିଲା।  

   Related Posts