ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲର କନିଷ୍ଠ କିରାଣୀ

Published By : Prameya-News7 Bureau | September 17, 2019 IST

ବ୍ରହ୍ମପୁର ୧୭।୯: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଏମକେସିଜି ମେଡିକାଲର କନିଷ୍ଠ କିରାଣୀ । କନିଷ୍ଠ କିରାଣୀ ଅଜିତ୍ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

ଆମ୍ବପୁଆସ୍ଥିତ ବାସଭବନ, ଗଜପତିନଗର ୭ମ ଲାଇନ୍‌ରେ ଥିବା ଘର, ଲାଞ୍ଜିପଲ୍ଲୀ ଘର, ଲାଞ୍ଜିପଲ୍ଲୀ ଠାରେ ଥିବା ଚନ୍ଦନ ଟ୍ରେଡର୍ସ ଏବଂ ମେଡିକାଲ କଲେଜ ଅଫିସରେ ଚଢାଉ ଜାରି ରହିଛି  । ସ୍ବତନ୍ତ୍ର ଭିଜିଲାନ୍ସ ଜର୍ଜଙ୍କ ସର୍ଚ୍ଚ ୱାରେଣ୍ଟ୍ ବଳରେ ଚଢାଉ ଚାଲିଛି । ଏନେଇ ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.