ବ୍ରହ୍ମପୁରର ଏହି ଯୁବକ ହେଲେ କ୍ୟାପଟେନ୍ କୋହଲିଙ୍କ ସବୁଠୁ ବଡ ପ୍ରଶଂସକ : କ’ଣ ଏମିତି କଲେ ଯେ, କୋହଲି ତାଙ୍କୁ ବିଶାଖପାଟଣାରେ କୁଣ୍ଢେଇ ପକାଇବା ସହ ହେଲେ ଆଶ୍ଚର୍ଯ୍ୟ ଜଣନ୍ତୁ…

Published By : Prameya-News7 Bureau | October 03, 2019 IST

ବ୍ରହ୍ମପୁର ୩|୧୦: ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍‌ କୋହଲିଙ୍କ ନମ୍ବର ଓ୍ବାନ୍‌ ଫ୍ୟାନ୍‌ ପିଣ୍ଟୁ । ଦେଶରେ ବିରାଟଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଥିବା ବେଳେ ଗଞ୍ଜାମର ପିଣ୍ଟୁ ବେହେରାଙ୍କୁ ନେଇ ଯୋର ଧରିଛି ଚର୍ଚ୍ଚା । ସାଉଥ୍‌ ଆଫ୍ରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ବିଶାଖପାଟଣାରେ ପିଣ୍ଟୁଙ୍କୁ ଭେଟିଥିଲେ ବିରାଟ କୋହଲି ।

{"id":165836}

 ପିଣ୍ଟୁଙ୍କ ଶରୀରରେ ୧୪ଟି ଟାଟୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିରାଟଙ୍କର ଏକ ବଡ ଛବି ନିଜ ଛାତିରେ ଆଙ୍କି ଥିବା ବେଳେ ପିଠିରେ ଆଙ୍କିଛନ୍ତି ଜର୍ସି ନମ୍ବର ଲେଖିଥିଲେ ପିଣ୍ଟୁ । ଯାହାକୁ ଦେଖି ଖବୁ ଆଶ୍ଚର୍ଯ୍ୟ ହେବା ସହ ନିଜର ଫ୍ୟାନ୍‌ ପିଣ୍ଟୁଙ୍କୁ କୋଳେଇ ନେଇଥିଲେ କ୍ୟାପ୍‌ଟେନ୍‌ କୋହଲି ।

{"id":165837}

ଇଣ୍ଡିଆନ୍‌ କ୍ରିକେଟ୍‌ ଟିମ୍‌ର ଅନ୍‌କୁଲ୍‌ କ୍ୟାପଟେନ୍‌ ବିରାଟ୍‌ କୋହଲିଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କୁ ଆପଣ ଦେଖିଥିବେ । ହେଲେ ସେମାନଙ୍କ ଭିତରୁ ଏମିତି ଜଣେ ଫ୍ୟାନ୍‌ଙ୍କୁ ଦେଖି ନିଜେ ବିରାଟ୍‌ ଯେ, ଆଶ୍ଚର୍ଯ୍ୟ ହୋଇଯିବେ ସେମିତି କେବେ ଦେଖିବାକୁ ମିଳିନଥିଲା ।

{"id":165838}

ବିଶାଖାପାଟଣା ଷ୍ଟାଡିୟମରେ ଜଣେ ଫ୍ୟାନ୍‌ଙ୍କ ଦେହରେ ବିରାଟ୍‌ଙ୍କ ୧୫ଟି ଟାଟୁ ଦେଖି ତାଜୁବ୍‌ ହୋଇଯାଇଥିଲେ ଖୋଦ୍‌ ବିରାଟ୍‌ କୋହଲି । ଆଉ ତାଙ୍କର ସେଇ ଜବରଦସ୍ତ ଫ୍ୟାନ୍‌ଙ୍କୁ ଆଲିଙ୍ଗନ କରିବାକୁ ଭୁଲିନଥିଲେ । ଛାତି ପେଟ ପିଠିରେ କୋହଲିଙ୍କ ଏଭଳି ଟାଟୁ କରି ତାଙ୍କ ପ୍ରସଂସକଙ୍କ ଭିତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିବା ଏହି ଫ୍ୟାନ୍‌ଜଣକ ହେଲେ ଓଡ଼ିଶା ବ୍ରହ୍ମପୁରରୁ ପିଣ୍ଟୁ ବେହେରା ।

{"id":165839}

କ୍ୟାପ୍‌ଟେନ୍‌ କୋହଲିଙ୍କ ପାଇଁ ପିଣ୍ଟୁ ପୂରା ପାଗଳ । ୨୦୧୨ରୁ କୋହଲିଙ୍କୁ ଫଲୋ କରି ଆସୁଛନ୍ତି ପିଣ୍ଟୁ । କୋହଲିଙ୍କୁ ଭଗବାନ ଭଳି ପୂଜା କରୁଥିବା ପିଣ୍ଟୁ ବିରାଟଙ୍କର ଟିକିଏ ଝଲକ ପାଇବା ପାଇଁ ଷ୍ଟାଡିୟମରୁ ଷ୍ଟାଡିୟମ ଘୂରି ବୁଲିଛନ୍ତି । ଦୀର୍ଘ ଦିନର ପ୍ରତୀକ୍ଷା ପରେ ବିରାଟଙ୍କୁ ଭେଟିବାକୁ ସୁଯୋଗ ପାଇଥିଲେ ପିଣ୍ଟୁ । ଦକ୍ଷିଣ-ଆଫ୍ରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ବିଶାଖପାଟଣାରେ ପିଣ୍ଟୁଙ୍କୁ ଭେଟିଥିଲେ ବିରାଟ କୋହଲି ।

{"id":165840}

କ୍ୟାପଟେନ୍‌ କୋହଲିଙ୍କ ଆଲିଙ୍ଗନ ପରେ ତାଙ୍କର ଜବଦସ୍ତ ଫ୍ୟାନ୍‌ ଭାବେ ପିଣ୍ଟୁଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ହେଲେ ପିଣ୍ଟୁଙ୍କ ଦେହରେ କୋହଲିଙ୍କ ଏସବୁ ଟାଟୁ ଆଙ୍କିଥିବା ଟାଟୁ ମାଷ୍ଟର ଗଣେଶ ରାଓଙ୍କୁ ହୁଏତ ଅନେକ ଜାଣିନଥିବେ ।

{"id":165841}

ଗଲା ୪ବର୍ଷ ହେଲା ବ୍ରହ୍ମପୁରରେ ଯୁବପୀଡ଼ୀଙ୍କ ଭିତରେ ଖୁବ୍‌ ଆଦର ସାଉଣ୍ଟିଥିବା ଗଣେଶ ମଧ୍ୟ ବିରାଟ୍‌ ଓ ପିଣ୍ଟୁଙ୍କ ମିଳନକୁ ନେଇ ଖୁବ୍‌ ଖୁସି । ତାଙ୍କ ଦ୍ବାରା ପିଣ୍ଟୁଙ୍କ ଦେହରେ ବିରାଟ୍‌ଙ୍କ ଟାଟୁ ଖୋଦ୍‌ ବିରାଟ୍‌ଙ୍କୁ ଆକର୍ଷିତ କରିପାରିଲା ସେଥି ପାଇଁ ସେ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି ।

{"id":165842}

ପିଣ୍ଟୁଙ୍କ ପାଇଁ ୭ବର୍ଷର ତପସ୍ୟା ସଫଳ ହୋଇଛି । କ୍ୟାପ୍‌ଟେନ୍‌ କୋହଲିଙ୍କର ତ ଏମିତି ଦେଶ ବିଦେଶରେ ଅନେକ ପ୍ରଶଂସକ ଅଛନ୍ତି । ତେବେ ଜଣେ ଓଡ଼ିଆ ପୁଅ  ଭାବେ ପିଣ୍ଟୁଙ୍କୁ ଖୋଦ୍‌ କୋହଲିଙ୍କ ପ୍ରଶଂସା ଆଉ ଆଲିଙ୍ଗନକୁ ନେଇ ଓଡ଼ିଶାରେ ମଧ୍ୟ ଯୋରଧରିଛି ଚର୍ଚ୍ଚା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.