ବ୍ରହ୍ମପୁର ୨୫|୭: ଭୁଶୁଡିଲା ହଷ୍ଟେଲ ଛାତ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାବେରୀ ହଷ୍ଟେଲର ଛାତ ଭୁଶୁଡି ପଡିଛି । ଛାତ ଭୁଶୁଡିବା ଫଳରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ସାବେରୀ ହଷ୍ଟେଲର ସମସ୍ତ ଅନ୍ତେବାସିନୀଙ୍କୁ ଚିଲିକା ଛାତ୍ରୀନିବାସକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ପରେ ବିଶ୍ବବିଦ୍ୟାଳୟର ଅନ୍ୟ ହଷ୍ଟେଲର ଯାଞ୍ଚ ପାଇଁ କୁଳସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି ।
{"id":137207}ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାବେରୀ ହଷ୍ଟେଲରେ ଥିବା ଛାତ୍ରୀମାନେ କ୍ଲାସରେ ଥିବା ସମୟରେ ହଷ୍ଟେଲର ଛାତ ଭୁଶୁଡି ପଡିଛି । ଫଳରେ ଅନ୍ତେବାସୀଙ୍କର କୌଣସି କ୍ଷୟକ୍ଷୟ ହୋଇନଥିବା ସୂଚନା ମିଳିଛି । ହଷ୍ଟେଲଟି ବହୁ ପୁରୁଣା ଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି । ଗତ ଖରା ଛୁଟିରେ ହଷ୍ଟେଲର ଯାଞ୍ଚ କରାଯାଇ ମରାମତି କରାଯାଇଥିଲା । ସାବେରୀ ଛାତ୍ରୀନିବାସରେ ୧୦୪ଜଣ ଛାତ୍ରୀ ରହୁଥିଲେ । ଛାତ ଭୁଶୁଡିବା ପରେ ସାବେରୀ ହଷ୍ଟେଲର ଛାତ୍ରୀମାନଙ୍କୁ ଚିଲିକା ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଛି ।