Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ +୩ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶିତ, ପାସ୍ ହାର ୯୧.୭୩ %

29/08/2020 at 6:25 PM

ବ୍ରହ୍ମପୁର, ୨୯|୦୮:   ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ କରୋନା ଭାଇରସ ଓ ଲକଡାଉନ୍ ପାଇଁ ପରୀକ୍ଷାରେ କିଛିଟା ବିଭ୍ରାଟ ଉପୁଜିଥିଲା । ଏପରିକି ଖାତା ଦେଖା ମଧ୍ୟ ପ୍ରଭାବିତ ହୋଇଥିଲା ।

ତେବେ ସବୁ ସତ୍ତ୍ୱେ ଶନିବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ୍ ପାସ୍ ହାର ରହିଛି ୯୧.୭୩ ପ୍ରତିଶତ ।

କଳା,  ବିଜ୍ଞାନ,  ବାଣିଜ୍ୟ ତିନୋଟି ବିଭାଗର ମୋଟ ୨୦୭୦୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୮୯୯୧ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । କଳାରେ ୧୪୦୭୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୨୦୭ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଥିବା ଜଣାପଡିଛି । ବିଜ୍ଞାନରେ ପାସ୍ ହାର ୮୬.୬୬ ପ୍ରତିଶତ । ଏଥିରେ ୫୫୪୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୮୦୨ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ସେହିପରି ବାଣିଜ୍ୟରେ ୧୦୮୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୮୨ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ଜଣାପଡିଛି ।

ଏଥର କଳାରେ ମୋଟ୍ ୯୩.୮୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ବିଜ୍ଞାନରେ ୮୬.୬୬ ଓ ବାଣିଜ୍ୟରେ ୯୦.୧୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

   Related Posts