ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ; ସାଇନ୍-ଏ-ଡାଏ ଘୋଷଣା
6/10/2018 at 9:29 AM

ଗଞ୍ଜାମ ୬|୧୦: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସାଇନ୍-ଏ-ଡାଏ ଘୋଷଣା କରାଯାଇଛି । ଛାତ୍ର ସଂସଦ ନିର୍ବାଚନକୁ ନେଇ ଅଶାନ୍ତି ଦେଖାଯିବା ପରେ ନିର୍ବାଚନ ବାତିଲ କରି ଦିଆଯାଇଛି । ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗତକାଲି ଭଞ୍ଜବିହାର ବିଶ୍ବବିଦ୍ୟାଳୟରେ ଉତ୍ତେଜନା ଦେଖାଯାଇଥିଲା । ଭିସିଙ୍କ କାର୍ଯ୍ୟାଳୟ ଆଗରେ ଛାତ୍ରମାନେ ଧାରଣା ଦେଇଥିଲେ । ପରିସ୍ଥିତିକୁ ନଜରରେ ରଖି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ କରିଥିଲେ । ତେବେ ସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହେବାରୁ ବିଶ୍ଵବିଦ୍ୟାଳୟକୁ ସାଇନ୍-ଏ-ଡାଏ କରି ଦିଆଯାଇଛି । ସକାଳ ୧୦ଟା ସୁଦ୍ଧା ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ କ୍ୟାମ୍ପସରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି ।
Related Posts
ଗୁଣିଗାରେଡି ସନ୍ଦେହରେ ପିଟି ପିଟି ହତ୍ୟା ଘଟଣା, ୭ ଗିରଫ
20 May 2022