ଏନଆଇଏର ସୂଚନା ପରେ ରେଳ ଷ୍ଟେସନରେ ହାଇ ଆଲର୍ଟ, କେତେ ସୁରକ୍ଷିତ ବ୍ରହ୍ମପୁର ରେଳ ଷ୍ଟେସନ ?

Published By : Prameya-News7 Bureau | October 16, 2019 IST

ବ୍ରହ୍ମପୁର ୧୬|୧୦: ଏନଆଇଏର ସୂଚନା ପରେ ଉପକୂଳବର୍ତ୍ତୀ ଓଡିଶା କେତେ ସୁରକ୍ଷିତ ସେ ନେଇ ବାସ୍ତବ ସ୍ଥତି ପରଖିଥିଲା ନ୍ୟୁଜ୍ ୭ । ଓଡିଶା ପୋଲିସ ରାଜ୍ୟର କେତୋଟି ବଡ ରେଳ ଷ୍ଟେସନକୁ ସତର୍କତା କରାଇଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନରେ କେତେ ସୁରକ୍ଷିତ ଆମେ ପରଖିଥିଲୁ ସ୍ଥିତି । ରାତିର ଅବସ୍ଥା ନକହିବା ଭଲ ।

{"id":170657}

ବ୍ରହ୍ମପୁର ରେଳଓ୍ବେ ଷ୍ଟେସନ ଭିତର ହେଉ କି ବାହାର ହେଉ, ଲୋକେ ଜମାଇଛନ୍ତି ଆସ୍ଥାନ। କିଏ କେଉଁଆଡେ ଯାଉଛନ୍ତି କିଏ କେଉଁଠାରୁ ଆସୁଛନ୍ତି,  କିଏ କ’ଣ ତାହା ଜାଣିବା ମୁସ୍କିଲ୍ । ଜିଆରପିରେ ମୋଟ୍ ୨୦ ଜଣ କର୍ମଚାରୀ କାମ କରୁଥିବା ବେଳେ ରାତିରେ ମାତ୍ର ୩ ଜଣ କର୍ମଚାରୀ ନିୟୋଜିତ ଥିବା ଜଣାପଡିଛି । ହେଲେ ଷ୍ଟେସନ ପରିସରରେ କେହି ଜଣେ ବି  ପୋଲିସ କର୍ମଚାରୀ ନିୟୋଜିତ ଥିବା ଦେଖାଯାଇନଥିଲା । କେମିତି ତାଲିଛି ସୁରକ୍ଷା ବ୍ୟବସ୍ଥା ଏହାକୁ ଅନୁମେୟ କରିଲେ ଭଲଭାବେ ଜଣାପଡୁଛି ।

{"id":170658}

ମୁକୁଳା ପଡିଛି ବ୍ରହ୍ମପୁର ରେଳୱେ ଷ୍ଟେସନ । ଷ୍ଟେସନ ଭିତର ୪ଟି ପ୍ଲାଟଫର୍ମରେ ଲାଗିଛି ଯାତ୍ରୀଙ୍କ ଗହଳ ଚହଳ । ହେଲେ ସୁରକ୍ଷାକର୍ମୀଙ୍କ ଦେଖା ନାହିଁ । ଜିଆରପି ପୋଲିସ ଥାନାରେ ୨୦ଜଣ କର୍ମଚାରୀ ଥିବାବେଳେ ରାତିରେ ଜଣେ ଏଏସଆଇ, ଦୁଇଜଣ କନେଷ୍ଟବଳଙ୍କ ଡ୍ୟୁଟି ଥିଲା । ହେଲେ ପ୍ଲାଟଫର୍ମରେ କାହାର ବି ଦେଖା ମିଳିନଥିଲା । ନା ଜିଆରପିର ଦେଖାଥିଲା  ନା  ଆରପିଏଫର ଦେଖାଥିଲା । କାହାର ବି ଦେଖାନଥିଲା । ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଜଣେ ସନ୍ଧିଗ୍ଧ ବ୍ୟକ୍ତି ଭିନ୍ନ ଢଙ୍ଗରେ ବସିଥିବା ଦେଖାଯାଇଥିଲା । ତଥାପି କେହି ଯାଞ୍ଚ କରିବାର ଚିତ୍ର ଦେଖିବାକୁ ମିଳିନଥିଲା । ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଢିଲା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.