Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଆହାର କେନ୍ଦ୍ରରେ ଖାଇଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ, ପରିଷ୍କାର ପରିଚ୍ଛନ୍ନତା ନଥିବା ନେଇ କଲେ କ୍ଷୋଭ ପ୍ରକାଶ

15/10/2019 at 4:19 PM

ବ୍ରହ୍ମପୁର ୧୫।୧୦: ରାଜ୍ୟର ସରକାରୀ ହସ୍ପିଟାଲ ଓ ଥାନାକୁ ନେଇ ଚାରିଆଡ଼େ ହଲ୍ଲାବୋଲ୍‌ ଚାଲିଥିବା ବେଳେ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡରେ ଥିବା ଆହାର କେନ୍ଦ୍ରରେ ପହଞ୍ଚିଥିଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ ।

ଗରିବଗୁରୁବାଙ୍କ ପାଇଁ ୫ଟଙ୍କିଆ ଆହାର କେନ୍ଦ୍ର ଖୋଲିଛନ୍ତି ସରକାର । ୫ ଟଙ୍କାରେ ଭାତ ଡାଲମା ଖାଇ ପାରୁଥିବା ଲୋକେ ଏଥିପାଇଁ ସରକାରଙ୍କୁ ଭାରି ପ୍ରଶଂସା କରୁଛନ୍ତି । କିନ୍ତୁ  ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡରେ ଥିବା ଏହି ଆହାର କେନ୍ଦ୍ରର ଅବସ୍ଥା ଶୋଚନୀୟ । ଏଠି ଖାଦ୍ୟ ପରସା ଯାଉଛି, ଆଉ ୟାକୁ ଲୋକେ ବି ଖାଉଛନ୍ତି । ଖାଲି କ’ଣ ଲୋକେ ଆଜି ଖୋଦ୍‌ ବ୍ରହ୍ମପୁର ସାଂସଦ ଓ ବିଧାୟକ ମହାଶୟ ବି ପହଞ୍ଚିଛନ୍ତି ଆହାର ଖାଇବାକୁ । ଆହାର କେନ୍ଦ୍ରରେ ହାତ ଧୁଆ ପାଣିରେ ଭାସୁଛି ଚଟାଣ । ସେଇ ପାଣିରେ ଠିଆ ହୋଇ ଲୋକେ ଖାଉଛନ୍ତି । ଏଭଳି ଅବସ୍ଥା ନିଇତି ଏଠି ଦେଖିବାକୁ ମିଳେ । ଲୋକଙ୍କ ସୌଭାଗ୍ୟ ଆଜି ସେମାନଙ୍କ ସହ ସ୍ବୟଂ ସାଂସଦ ଏବଂ ଖୋଦ୍‌ ବିଧାୟକ ସାମିଲ ହୋଇଛନ୍ତି ।

ଆହାର କେନ୍ଦ୍ରର ଏଭଳି ଅବସ୍ଥାକୁ ଦେଖି ସାଂସଦ ଓ ବିଧାୟକ କହିଥିଲେ ଖାଦ୍ୟର ମାନ ଠିକ୍‌ ଅଛି । ସାଂସଦ ଓ ବିଧାୟକଙ୍କ ଆହାର ଉପରେ କିଛି କମ୍ପଲେନ୍‌ ନାହିଁ । କେବଳ ଦରକାର କେନ୍ଦ୍ରରେ ପରିସ୍କାର ଓ ପରିଚ୍ଛନ୍ନତା । ସେଥିପାଇଁ ତାଗିଦ୍‌ କରିଛନ୍ତି । ଆଗକୁ ଆଉ ଲୋକଙ୍କୁ ଅଇଁଠା ପାଣିରେ ଠିଆ ହୋଇ ଆହାର ଖାଇବାକୁ ପଡ଼ିବ ନାହିଁ ବୋଲି କହିଥିଲେ ।

   Related Posts