ଗୋମାତା ସୁରକ୍ଷା ଚିନ୍ତା : ବ୍ରହ୍ମପୁର ସହରକୁ ପଲିଥିନ୍ ମୁକ୍ତ କରିବା ପାଇଁ ସଚେତନତାର ବାର୍ତ୍ତା ଦେଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ, ଛାତ୍ରଛାତ୍ରୀ ସାମିଲ

Published By : Prameya-News7 Bureau | November 10, 2019 IST

ବ୍ରହ୍ମପୁର ୧୦।୧୧: ବ୍ରହ୍ମପୁର ସହର ହେବ ପଲିଥିନ୍ ମୁକ୍ତ । ଗୋମାତାଙ୍କୁ ସୁରକ୍ଷା ଦେବାକୁ ପଡ଼ିବ । ଏଥିପାଇଁ ବ୍ରହ୍ମପୁର ସାଂସଦ ଏବଂ ବିଧାୟକ ଦେଇଛନ୍ତି ସଚେତନତାର ବାର୍ତ୍ତା । ଛାତ୍ରଛାତ୍ରୀ ବି ଶୋଭାଯାତ୍ରାରେ ସହର ପରିକ୍ରମା କରି ଲୋକଙ୍କୁ କରିଛନ୍ତି ସଚେତନ ।

{"id":182004}

ବ୍ରହ୍ମପୁର ସହରକୁ ପଲିଥିନ୍ କବଳରୁ ମୁକ୍ତ କରିବା। ସମସ୍ତେ ସଚେତନ ହେଲେ ଏହା ସମ୍ଭବ ହେବ। ପଲିଥିନ୍ ବଦଳରେ କପଡା ବ୍ୟାଗ୍ କିମ୍ବା ଅନ୍ୟ ବ୍ୟାଗ୍ ବ୍ୟବହାର କରିବା। ଏହା ହେଲେ ସହରର ସ୍ବଚ୍ଛତା ଆସିବ ଆଉ ସୁନ୍ଦର ସହର ଗଠନ ହୋଇପାରିବ ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ବିଧାୟକ ବିକ୍ରମ ପଣ୍ଡା।

{"id":182005}

ସ୍ବଚ୍ଛତା ସହ ଗୋମାତାର ମଧ୍ୟ ସୁରକ୍ଷା ହୋଇପାରିବ ବୋଲି ଉଭୟେ ନେତା କହିଛନ୍ତି। ବିଭିନ୍ନ ସମୟରେ ସହରରେ ପଡି ରହିଥିବା ପଲିଥିନ୍ କୁ ଗାଈଗୋରୁ ଖାଇ ବିଭିନ୍ନ ସମସ୍ୟାରେ ପଡୁଥିବା ନଜରକୁ ଆସିଛି ।

{"id":182006}

ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଲୋକଙ୍କୁ ସଚେତନ କରିଥିଲେ । ସହରର ବହୁ ବୁଦ୍ଧିଜୀବୀ, ସମାଜସେବୀ ଏଥିରେ ଯୋଗ ଦେଇ ପଲିଥିନ୍ ବ୍ୟବହାରକୁ ତ୍ୟାଗ କରିବାକୁ ଅନୁରୋଧ କରିଥିଲେ ଲୋକଙ୍କୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.