ବିଧାୟକଙ୍କ ମାନବିକତା, ଅସହାୟ ବୃଦ୍ଧାଙ୍କୁ ଘରେ ଛାଡିଲେ

Published By : Prameya-News7 Bureau | October 12, 2020 IST

ବ୍ରହ୍ମପୁର ୧୨।୧୦: ବ୍ରହ୍ମପୁର ବିଧାୟକ ଦେଖାଇଲେ ମାନବିକତା । ରାସ୍ତାରେ ପଡିଥିବା ଅର୍ଦ୍ଧ ପାଗଳି ବୃଦ୍ଧାଙ୍କୁ ନେଇ ଅଟୋ ସାହାଯ୍ୟରେ ଘରେ ଛାଡିଲେ । ଦୀର୍ଘ ଦିନ ଧରି ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳ ବୁଲି ଭିକ ମାଗିବା ସହ ରାସ୍ତା ଉପରେ ଶୋଇ ରହୁଥିଲେ ବୃଦ୍ଧା । ଶେଷରେ ବୃଦ୍ଧା ଜଣକ ବିଧାୟକଙ୍କ ନଜରରେ ପଡିଥିଲେ । ବିଧାୟକ ବିକ୍ରମ ପଣ୍ଡା କୌଣସି କାମରେ ବାହାରକୁ ଯାଉଥିବା ବେଳେ ଗଜପତିନଗର ମୁଖ୍ୟ ରାସ୍ତାରେ ବୃଦ୍ଧା ଜଣଙ୍କ ଭୋକିଲା ଭାବେ ରାସ୍ତାରେ ପଡିଥିଲେ ।

ବିଧାୟକ ଏହା ଦେଖି ତୁରନ୍ତ ଗାଡିରୁ ଓହ୍ଲାଇ ବୃଦ୍ଧାଙ୍କ ନିକଟକୁ ଯାଇ ପଚରାଉଚରା କରିଥିଲେ । ବୃଦ୍ଧା ଜଣଙ୍କ ଥଙ୍ଗ ଥଙ୍ଗ ହୋଇ ପରିଚୟ ଦେଇଥିଲେ । ତୁରନ୍ତ ବିଧାୟକ ଏକ ଅଟୋ କରି ବୃଦ୍ଧାଙ୍କୁ ଜଣେ କର୍ମୀଙ୍କ ଜରିଆରେ ତାଙ୍କ ଘର କୁକୁଡାଖଣ୍ଡି ଦୀପଲ ନଗରଙ୍କୁ ନେଇ ଛାଡିଥିଲେ । ବିଧାୟକ ବିକ୍ରମ ପଣ୍ଡା ଏଭଳି ପୂର୍ବରୁ ମଧ୍ୟ ଅନେକ ଥର ମାନବିକତାର ପରିଚୟ ଦେଇଥିବା ନଜରକୁ ଆସିଛି । ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗରୀବର ବନ୍ଧୁ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.