୫ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ବ୍ରହ୍ମପୁର ପୁଲିସ୍‌କୁ ମିଳିଲା ସଫଳତା ; ଅଭିଯୁକ୍ତ ଲୁଟେରା ଗିରଫ

Published By : Prameya-News7 Bureau | September 07, 2018 IST

ବ୍ରହ୍ମପୁର ୭/୯ : ବ୍ରହ୍ମପୁର ଗୋସାଣିନୁଆଁ ଗାଁ ଥାନା ଅନ୍ତର୍ଗତ ସନ୍ତୋଷୀ ମାଁ ମନ୍ଦିର ରାସ୍ତାରେ ଗତ ମାସ ୯ ତାରିଖରେ ଲୁଟ୍ ହୋଇଥିବା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଆସିକା ଅଞ୍ଚଳର ଏ.ରମେଶ। ଗିରଫ ବେଳେ ୧ ଲକ୍ଷ ୮୦ ହଜାର ଟଙ୍କା ସହ ଗୋଟିଏ ମୋବାଇଲ୍ ଫୋନ୍ ଓ ଗୋଟିଏ ମୋଟର ସାଇକେଲ୍ ଜବତ କରିଥିବା ପୁଲିସ୍ କହିଛି। ସୁଚନା ଅନୁଯାୟୀ ଏକ ଠିକା ସଂସ୍ଥାରେ କାମ କରୁଥିବା ଜଗଦିଶ ପାତ୍ର ନାମକ ଜଣେ ଯୁବକ ଅନ୍ଧପସରା ରୋଡ ଠାରେ ଥିବା ଆନ୍ଧ୍ରବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଫେରୁଥିଲେ। ହେଲେ ପ୍ରାୟ୨ଟା ସମୟରେ ସନ୍ତୋଷୀ ମାଁ ମନ୍ଦିର ରାସ୍ତାରେ ଦୁଇଜଣ ଦୁର୍ବୁତ୍ତ ମୋଟର ସାଇକଲରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ୫ ଲକ୍ଷ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣା ର ଛାନଭିନ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟତମ ଅଭିଯୁକ୍ତ ଫରାର ଥିବାବେଳେ ଅତିଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୁଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.