Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ରହ୍ମପୁରରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟାକୁ ନେଇ ଆଲୋଡନ

18/08/2018 at 6:54 AM

ଗଂଜାମ ୧୮/୮ : ମହିଳା ଡାକ୍ତରଙ୍କ ଅପମୃତ୍ୟୁକୁ ନେଇ ଆଲୋଡନ । ଗଞ୍ଜାମ ସୁନ୍ଦୁରପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ଡାକ୍ତର ଅର୍ଚ୍ଚନା ଦାଶଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଛତ୍ରପୁର ନିକଟ ରେଳଧାରଣାରୁ ଶୁକ୍ରବାର ଉଦ୍ଧାର କରାଯାଇଥିଲା । ତେବେ ସେ ସ୍ବାମୀ ଏବଂ ଶାଶୁଘରର ନିର୍ଯାତନା ଯୋଗୁଁ ଆତ୍ମହତ୍ୟା କରିଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ବାପଘର ଲୋକଙ୍କ ଅଭିଯୋଗରୁ ଜଣାଯାଇଛି,ମୃତ ଡାକ୍ତର ଅର୍ଚ୍ଚନା ଦାଶ ଙ୍କ ଘର ତରାଇ ପାଟପୁର ଅଞ୍ଚଳରେ । ସେ ୪ବର୍ଷ ତଳେ ଭୁବନେଶ୍ବର ଗାଡ଼କଣ ଅଂଚଳର ଡାକ୍ତର ଅଞ୍ଜନ ଦାଶଙ୍କୁ ବିବାହ କରିଥିଲେ । କିନ୍ତୁ ଅନେକ ସମୟରେ ପାରିବାରିକ କଳହ ଯୋଗୁଁ ସେ ମାନସିକ ଚିନ୍ତାରେ ରହୁଥିଲେ । ତାଙ୍କର ଏପରି ଅପମୃତ୍ୟୁ ଲାଗି ତାଙ୍କ ସ୍ବାମୀ ଡାକ୍ତର ଅଞ୍ଜନ ଦାଶ ଓ ଶାଶୁ- ଶ୍ବଶୁର ଦାୟୀ ବୋଲି ଅଭିଯୋଗ କରିଛନ୍ତି ଅର୍ଚ୍ଚନାଙ୍କ ବାପା ରଘୁନାଥଦାଶ । ସେ ଦର୍ଶାଇଛନ୍ତି, ଜ୍ବାଇଁ ଅଞ୍ଜନ ସବୁବେଳେ ଅର୍ଚ୍ଚନାଙ୍କ ସହ କଳିଝଗଡା କରୁଥିଲେ । ଅଲଗା ହେବାକୁ ଅରଚ୍ଚନା ଚାହୁଁ ନଥିଲେ। କିନ୍ତୁ ବିବାହ ବିଚ୍ଛେଦ ପାଇଁ ଅର୍ଚ୍ଚନାଙ୍କୁ କୋର୍ଟ ନୋଟିସ ପଠାଇଥିଲେ ଅଞ୍ଜନ । ଏଥିଯୋଗୁଁ ଅର୍ଚ୍ଚନା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଏତଲାରେ ଲେଖିଛନ୍ତି ମୃତ ଅର୍ଚ୍ଚନାଙ୍କ ବାପା । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

   Related Posts