ଶିଳ୍ପ ତାଲିମ୍ କେନ୍ଦ୍ରର ଛାତ୍ରଛାତ୍ରୀ ସ୍କ୍ରାପରୁ ତିଆରି କଲେ ୭୦ଫୁଟ ଉଚ୍ଚା ବାଦ୍ୟଯନ୍ତ୍ର- ଗୀଟାର, ଗିନିଜ୍ ବୁକ୍ରେ ସ୍ଥାନ ପାଇବା ନେଇ ଆଶାବାଦୀ
19/07/2019 at 12:43 PM

ବ୍ରହ୍ମପୁର (ସୁରଜିତ ପଣ୍ଡା) ୧୯|୭: ଆମେ ଯାହାକୁ ଅରକାରୀ ଭାବି ଫିଙ୍ଗିଦେଉ ବେଳେ ବେଳେ ସେସବୁ ଅଦରକାରୀ ଜିନିଷ ବି ବହୁତ କାମରେ ଲାଗେ । ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନେ ଏଭଳି କିଛି ଅଦରକାରୀ ଜିନିଷ ବ୍ୟବହାର କରି ଏକ ୭୦ଫୁଟ୍ ଉଚ୍ଚର ଗିଟାର୍ ତିଆରି କରିଛନ୍ତି । ଯାହା ଗିନିଜ୍ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇବ ବୋଲି ସେମାନେ ଆଶା ରଖିଛନ୍ତି । କେମିତି ଚାଲନ୍ତୁ ଦେଖିବା ।

ଆପଣ ଗିଟାର ତ ଦେଖିଥିବେ ନିଶ୍ଚୟ । ହେଲେ ୭୦ଫୁଟ୍ ଉଚ୍ଚର ଗିଟାର । ଶୁଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଏତେ ବଡ଼ ଗିଟାର କୋଉଠି ଆଉ କେମିତି ତିଆରି ହୋଇଛି । ହଁ ଆପଣ ଦେଖୁଥିବା ଏହି ୭୦ଫୁଟ୍ର ଏହି ଗିଟାରଟିକୁ ତିଆରି କରିଛନ୍ତି ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନେ ।

ବିଭିନ୍ନ ସ୍କ୍ରାପ୍ ଯାହାକୁ ଅଦରକାରୀ ଭାବି ଲୋକେ ଫିଙ୍ଗି ଦିଅନ୍ତି କିମ୍ବା କବାଡ଼ିବାଲାକୁ ବିକ୍ରି କରିଦିଅନ୍ତି ସେ ସବୁକୁ ବ୍ୟବହାର କରି ବ୍ରହ୍ମପୁର ଆଇଟିଆଇର ଏହି ପିଲାମାନେ ଏହି ବୃହତ୍ତ ଗିଟାରଟିକୁ ତିଆରି କରିଛନ୍ତି ।

ଅଦରକାରୀ ସରଞ୍ଜାମ ସବୁକୁ ବ୍ୟବହାର କରି ୩୫ଜଣ ଛାତ୍ରଛାତ୍ରୀ ଏହି ଗିଟାରଟିକୁ ତିଆରି କରିଛନ୍ତି । ଏଥି ପାଇଁ ଏମାନଙ୍କୁ ପାଖାପାଖି ଦେଢ଼ମାସର ସମୟ ଲାଗିଛି । କେବଳ ଗିଟାର କାହିଁକି ଏହି ଆଇଟିଆଇ କ୍ୟାମ୍ପସରେ ଆପଣ ଦେଖୁଥିବା ମାଛ, ଟ୍ୟାଙ୍କ୍, ବିଭିନ୍ନ ପଶୁପକ୍ଷୀଙ୍କ ପ୍ରତିକୃତି ସବୁ କିଛି ଏହି ଅବ୍ୟବହୃତ ସ୍କ୍ରାପ୍ରେ ହିଁ ତିଆରି କରିଛନ୍ତି ଛାତ୍ରଛାତ୍ରୀମାନେ । ଯାହାକୁ ଦେଖିଲା ଲୋକ କେବେ ବି ବିଶ୍ବାସ କରିପାରୁନାହାନ୍ତି ।
ବ୍ରହ୍ବପୁର ଆଇଟିଆଇ ର ଛାତ୍ରଛାତ୍ରୀ ମାନେ ତିଆରି କରିଥିବା ଏହି ଗିଟାର ଗିନିଜ୍ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ପାଇବ ବୋଲି ସେମାନେ ଆଶା ରଖିଛନ୍ତି ।