ବରମପୁର ଥାନାଧିକାରୀ ସମେତ ତିନି ଜଣ କୋଭିଡ୍-୧୯ ପଜିଟିଭ୍

Published By : Prameya-News7 Bureau | September 06, 2020 IST

ନୀଳଗିରି ୦୬/୦୯: ବାଲେଶ୍ଵର ଜିଲ୍ଲାର ବରମପୁର ଥାନାକୁ ମଧ୍ୟ ମାଡି ଆସିଛି କରୋନା ସଂକ୍ରମଣ। ଥାନାଧିକାରୀ ସମେତ ଆଉ ଦୁଇ କର୍ମଚାରୀଙ୍କୁ କରୋନା ହୋଇଥିବା ଜଣାପଡିଛି। ନୀଳଗିରିରେ ଏବେ ବହୁ ପଞ୍ଚାୟତ ସମେତ ନୀଳଗିରି ଏନଏସିରେ କରୋନା ରୋଗୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନୀଳଗିରି ଥାନା ଅଧିକାରିଣୀ ସମେତ ଜଣେ ଏଏସଆଇ ଓ ୬ ଜଣ ଏପିଆର ଫୋର୍ସଙ୍କୁ କରୋନା ଚିହ୍ନଟ ପରେ ସମସ୍ତେ ହୋମ କ୍ୟାରାଣ୍ଟାଇନରେ ରହିଛନ୍ତି।

ହେଲେ ଆଜି ବରମପୁର ଥାନାଅଧିକାରୀ ପ୍ରଭଞ୍ଜନ ବେହେରାଙ୍କୁ କରୋନା ହୋଇଥିବା ଜଣାପଡିଛି। ସେହିପରି ଆଉ ଦୁଇ ପୋଲିସ କର୍ମଚାରୀଙ୍କୁ ମଧ୍ୟ କରୋନା ଚିହ୍ନଟ ହୋଇଛି। ସେହିପରି ତହସିଲ ଅଫିସରେ ଜଣେ କର୍ମଚାରୀ ମଧ୍ୟ କରୋନା ଚିହ୍ନଟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.