ଓଏଏସ ପରୀକ୍ଷାରେ ୧୫ତମ ସ୍ଥାନ ହାସଲ କଲେ କୁକୁଡାଖଣ୍ଡି ଗାଆଁର ଇଂଜିନିୟର ସ୍ନେହଲତା; ସମ୍ବର୍ଦ୍ଧନା ଜଣାଇଲେ ଗାଁଲୋକେ

Published By : Prameya-News7 Bureau | December 25, 2018 IST

ବ୍ରହ୍ମପୁର ୨୫/୧୨ : ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଅସମ୍ଭବ କାମ ସମ୍ଭବପର ହୋଇପାରେ। ଇଞ୍ଜିନିୟରିଂ ଭାବେ ଘରୋଇ ଉଦ୍ୟୋଗରେ କାମ କରୁଥିଲେ ମଧ୍ୟ ମନ ଥିଲା ପ୍ରଶାସନିକ ଅଧିକାରୀ ହେବା। ଏହି ମନ ହିଁ ଚାକିରୀ ଛାଡିବାକୁ ବାଧ୍ୟ କରି ପ୍ରଶାସନିକ ସେବା ପରୀକ୍ଷା ଆଡକୁ ଟାଣି ଆଣିଥିଲା। ଆଉ ଶେଷରେ ସଫଳତା ମଧ୍ୟ ପାଇଲେ। ନାଁ ଯେମିତି କାମ ବି ସେମିତି। ତୁଳସୀ ଦୁଇ ପତ୍ରରୁ ବାସେ। ଠିକ୍ ସେହିପରି କୁକୁଡାଖଣ୍ଡି ଗାଆଁର ଏ.ସ୍ନେହଲତାଙ୍କ କ୍ୟାରିୟର୍। ପ୍ରଥମ ଶ୍ରେଣୀରୁ ହିଁ ସଫଳତା ପାଇଛନ୍ତି।

{"id":67092}

ପିଲାଟି ଦିନରୁ ପାଠ ପଢା ସହ ସବୁଥିରେ ନିଷ୍ଠା ଓ ଏକାଗ୍ରତାର ସହ କାମ କରିଥାନ୍ତି ଏ.ସ୍ନେହଲତା। କୁକୁଡାଖଣ୍ଡି ଗାଆଁରେ ହାଇସ୍କୁଲ ପାଠ ପଢା ପରେ ବି.ଟେକ୍ କରି ଇଞ୍ଜିନିୟରିଂ ହୁଅନ୍ତି ଏ.ସ୍ନେହଲତା। ହେଲେ ଏତିକିରେ ସେ ସନ୍ତୁଷ୍ଟ ନଥିଲେ। ମନ ବଳିଥିଲା ଓ.ଏ.ଏସ୍ ହେବା ପାଇଁ। ଓ.ଏ.ଏସ୍ ହେବି ସାଧାରଣ ଲୋକଙ୍କ କାମ କରିବି। ଶେଷରେ ସେୟା ହିଁ ହେଲା। ୨୦୧୮ ଓ.ଏ.ଏସ୍ ପରୀକ୍ଷାରେ ୧୫ ତମ ସ୍ଥାନ ହାସଲ କରି ଓ.ଏ.ଏସ୍ ପାଇଛନ୍ତି ସ୍ନେହଲତା। ସ୍ବପ୍ନ ପୂରଣ ହେଲା। ହେଲେ ଓ.ଏ.ଏସ୍ ଅଫିସରଙ୍କ ପ୍ରତି ଲୋକଙ୍କ ବିଶ୍ବାସ ଭାଜନ ହେବା ପାଇଁ ନିଷ୍ଠାର ସହ କାମ କରି ଲୋକଙ୍କୁ ସାହାର୍ଯ୍ୟ ସହଯୋଗ କରିବା ଏକ ମାତ୍ର ଲକ୍ଷ୍ୟ ବୋଲି କହିଛନ୍ତି ସ୍ନେହଲତା। ଝିଅର ଏପରି ସଫଳତାରେ ପରିବାରବର୍ଗ ମଧ୍ୟ ବେଶ୍ ଖୁସି ବୋଲି କହିଛନ୍ତି। ସ୍ନେହଲତା ଦିନେ ବଡ ଲୋକ ହେବ ବୋଲି ଭାବିଥିଲୁ। ତାହା ହୋଇଥିବାରୁ ବହୁତ ଖୁସି ବୋଲି କହିଛନ୍ତି ସ୍ନେହଲତାଙ୍କ ବାପା, ମାଆ।

{"id":67093}

ପିଲା ଟି ଦିନରୁ ସ୍ନେହଲତା ବେଶ୍ ମେଧାବୀ ଥିଲେ। ସ୍କୁଲରେ ପାଠ ପଢିବା ସମୟରେ ସବୁ ପ୍ରଶ୍ନର ଉତ୍ତର ଫଟାପଟ୍ ଦେଉଥିଲେ। କ୍ଳାସ୍‌ରେ ଶିକ୍ଷକ ପାଠ ପଢାଇବା ସମୟରେ ସ୍ନେହଲତା ବିଭିନ୍ନ ପ୍ରଶ୍ନ ପଚାରି ଶିକ୍ଷକଙ୍କୁ ଏକ ପ୍ରକାର ନୟାନ୍ତ କରାଉଥିଲେ ବୋଲି କହିଛନ୍ତି ହାଇସ୍କୁଲ ଶିକ୍ଷକ। ସ୍ନେହଲତାଙ୍କ ଏଭଳି ସଫଳତା ସ୍କୁଲ, ଗାଆଁ, ଜିଲ୍ଲା ପାଇଁ ଗୌରବ ଆଣିଦେଇଛି। ବେଶ୍ ଖୁସି ବୋଲି କହିଛନ୍ତି ସ୍ନେହଲତାଙ୍କୁ ପାଠ ପଢାଉଥିବା ସଂସ୍କୃତ ଶିକ୍ଷକ। କେବଳ ଶିକ୍ଷକ ନୁହେଁ। ଗ୍ରାମବାସୀ ମଧ୍ୟ ବେଶ୍ ଖୁସି ହୋଇପଡିଛନ୍ତି। ଏଭଳି ସଫଳତା କୁକୁଡାବ୍ଳକ୍ ପାଇଁ ନିଶ୍ଚିତ ଭାବେ ଖୁସି ବୋଲି କହିଛନ୍ତି କୁକୁଡାଖଣ୍ଡି ସରପଞ୍ଚ। ସେପଟେ ଗାଆଁ ଝିଅର ସଫଳତା ପାଇଁ ବେଲମା କୁଳ ପକ୍ଷରୁ ସ୍ନେହଲତା ଏବଂ ତାଙ୍କ ପରିବାରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

{"id":67094}

ସଫଳତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିବା ସ୍ନେହଲତାଙ୍କ ଭବିଷ୍ୟତ ଜୀବନ ଆହୁରି ଉଜ୍ଜ୍ବଳମୟ ହେଉ ଏବଂ ଲୋକଙ୍କ ଉତ୍ତମ ସେବା ପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ଆର୍ଶୀବାଦ ଦିଅନ୍ତୁ ଏହା ହିଁ ଭଗବାନଙ୍କ ନିକଟରେ ନ୍ୟୁଜ୍ ୭ର କାମନା ------।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.