Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||
  • ଲମତାପୁଟ : ଚୋରା ଚାଲାଣ ରୋକିବାକୁ ପଦକ୍ଷେପ, ଅପରେସନ୍ ଗ୍ରୀନ୍ କ୍ଲିନ୍ ଜରିଆରେ ଗଞ୍ଜେଇ ଚାଷ ନଷ୍ଟ
  • ||
  • କରଞ୍ଜିଆ : ନିଖୋଜର ୨ ଦିନ ପରେ ମିଳିଲା ମୃତଦେହ, ଗାଧୋଇବା ବେଳେ ନଦୀରେ ଭାସିଯାଇଥିଲେ ଶ୍ରମିକ
  • ||

‘ଲଭ୍ ଜିହାଦ’ ଜାଲରେ ବ୍ରହ୍ମପୁର ଝିଅ ! ଜବରଦସ୍ତି ବିବାହ କରି ବନ୍ଧକ ରଖିଛି କାଶ୍ମୀର ଯୁବକ

11/07/2021 at 9:31 AM

ବ୍ରହ୍ମପୁର,୧୧/୦୭: ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କ ଝିଅକୁ କାଶ୍ମୀରର ଜଣେ ଯୁବକ ଜବରଦସ୍ତ ବିବାହ କରି ବନ୍ଧକ ରଖିବା ଆଶଙ୍କା । ଝିଅର ସ୍ଥିତି ଜାଣିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟରେ ମାତା ପିତାଙ୍କ ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନ (ହେବିଅସ କର୍ପସ) ବିଚାର କରି ବିଚାରପତି ଅଜୟ ରାସ୍ତୋଗୀ ଓ ବିଚାରପତି ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଜାମ୍ମୁ କାଶ୍ମୀର, ଓଡ଼ିଶା ଓ ଚଣ୍ଡିଗଡ଼ ପ୍ରଶାସନଠାରୁ ଜବାବ ତଲବ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୦କୁ ଧାର୍ଯ୍ୟ ହୋଇଛି । ଝିଅକୁ ‘ଲଭ୍‌ ଜିହାଦ’ରେ ଫସାଯାଇଥିବା ଅଭିଯୋଗ କରିବା ସହ ଝିଅକୁ ନ୍ୟାୟାଳୟରେ ହାଜର କରି ଘଟଣାର ସତ୍ୟାସତ୍ୟ ଜାଣିବାକୁ ମାତାପିତା ନିବେଦନ କରିଛନ୍ତି । ଏଥିସହ ଅଭିଯୁକ୍ତ କାଶ୍ମିରୀ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ତଥା ଝିଅର ସୁରକ୍ଷା ସୁନିଶ୍ଚିତ କରିବାକୁ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଗଣମାଧ୍ୟମ ସୂଚନା ପ୍ରକାରେ, ବ୍ରହ୍ମପୁରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଝିଅ ସହର ଉପକଣ୍ଠ ଏକ ଫାର୍ମାସୀ କଲେଜରେ ଏମ୍‌.ଫାର୍ମା ପଢ଼ିବା ପରେ ପରିବାର ସହମତି ପ୍ରକାରେ ଲକ୍ଷ୍ନୌ ଯାଇଥିଲେ । ସେଠାରେ ପଢ଼ୁଥିବା ସମୟରେ ଜଣେ ମୁସଲିମ୍‌ ସଂପ୍ରଦାୟର ଯୁବକଙ୍କ ସହ ତାଙ୍କର ସମ୍ପର୍କ ଗଢ଼ିଉଠିଥିଲା । ପ୍ରଥମେ ବନ୍ଧୁତା ପରେ ପ୍ରେମ ଏବଂ କିଛି ଦିନ ପରେ ସେମାନେ ବିବାହ କରିଥିଲେ । ଯୁବକଙ୍କ ପିଏଚ୍‌ଡି ସରିଥିବା ବେଳେ ଯୁବତୀ ଜଣକ ପିଏଚ୍‌ଡି ପାଇଁ ଆବେଦନ କରିଥିଲେ ଏବଂ ଚଣ୍ଡିଗଡ଼ରେ ଏକ ପ୍ରୋଜେକ୍ଟରେ ଉଭୟେ ଚାକିରି କରୁଛନ୍ତି । ଗତବର୍ଷ ଯୁବତୀ ଜଣକ ଘରକୁ ବୁଲିବାକୁ ଆସିଥିଲେ । ଏଠାରେ କିଛି ଦିନ ରହିବା ପରେ ବାପା-ମାଆ ଝିଅକୁ ଛାଡ଼ିବା ପାଇଁ ଚଣ୍ଡିଗଡ଼ ଯାଇଥିଲେ ।

ସେଠାରେ ଝିଅର ଚାଲିଚଳନ ଦେଖି ସେ ଅନ୍ୟ ଧର୍ମକୁ ଆପଣାଇଥିବା ଜାଣିଥିଲେ ଏବଂ ଝିଅର ପ୍ରେମ ବିବାହ ସମ୍ପର୍କରେ ମଧ୍ୟ ଜଣାପଡ଼ିଥିଲା । ଝିଅକୁ ସେଠାରୁ ଆଣିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇ ବ୍ରହ୍ମପୁର ଫେରି ଆସିଥିଲେ । କିଛି ଦିନ ଝିଅ ସହ କଥାବାର୍ତ୍ତା ମଧ୍ୟ ହୋଇପାରିନଥିଲା । ଇଛା ବିରୋଧରେ ଧର୍ମାନ୍ତରୀକରଣ କରାଯାଇ ସଂଖ୍ୟାଲଘୁ ସଂପ୍ରଦାୟ ଯୁବକ ତାଙ୍କ ଝିଅକୁ ବିବାହ କରିଛନ୍ତି ଏବଂ ଝିଅ ସହ କଥା ହେବାକୁ ଚାହୁଁଥିଲେ ମଧ୍ୟ ଯୁବକ ଜଣକ ବାଧା ସୃଷ୍ଟି କରୁଛନ୍ତି । ଝିଅର ସୁରକ୍ଷା ଏବଂ ଝିଅକୁ ଦେଶ ବିରୋଧୀ କାର୍ଯ୍ୟରେ ନିୟୋଜିତ କରିବା ସନ୍ଦେହ ହେବା ପରେ ସେ ସୁପ୍ରିମ୍‌ କୋର୍ଟରେ ମାମଲା ଦାୟର କରିଥିଲେ । ଯୁବତୀଙ୍କ ବାପା କହିଛନ୍ତି, ଝିଅର ସ୍ଥିତାବସ୍ଥା ଜାଣିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲି । ବର୍ତ୍ତମାନ ଝିଅ ସହ ଫୋନ୍‌ରେ କଥାବାର୍ତ୍ତା ହୋଇଛି ବୋଲି ସେ କହିଛନ୍ତି ।

   Related Posts