ଗଞ୍ଜାମରେ ପୁଣି ଗୁଳିକାଣ୍ଡ ; ଜଣେ ମୃତ
4/05/2018 at 12:18 PM

ଗଞ୍ଜାମରେ ପୁଣି ଗୁଳିକାଣ୍ଡ। ଗୁଳିକାଣ୍ଡ ଘଟିଛି ବଡଗଡ ରାସ୍ତା ଉପରେ। ସନିଆ ଭାଇର ବାହାଘର ଭୋଜି ପାଇଁ ଜିନିଷ ଆଣିବାକୁ ଯାଇଥିବା ବେଳେ କେତେକ ଦୁର୍ବୁତ୍ତ ଗୁଳିକାଣ୍ଡ କରିଥିବା ଅଭିଯୋଗ ହୋଇଛି। ଗୁଳିକାଣ୍ଡ ପରେ ସନିଆ ରାସ୍ତା ଉପରେ ଟଳି ପଡିବା ପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ବୋମାଡିଙ୍ଗ୍ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳବାସୀ ସନିଆକୁ ଗୁରୁତର ଅବସ୍ଥାରେ ପ୍ରଥମେ ଶେରଗଡ ଏବଂ ପରେ ବ୍ରହ୍ମପୁର ବଡ ମେଡିକାଲ୍କୁ ସ୍ଥାନାନ୍ତର କରିଥିଲେ। ଶେରଗଡରେ ହିଁ ସନିଆଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସନିଆ ବି.ଜେ.ଡିର ଜଣେ ସମର୍ଥକ ବୋଲି କହିଛନ୍ତି ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ। ପରିବାରବର୍ଗ, ସ୍ଥାନୀୟ ଅଞ୍ଚଳବାସୀ ଏବଂ ସୋରଡା ବିଧାୟକ ବ୍ରହ୍ମପୁର ମେଡିକାଲ୍ରେ ଉପସ୍ଥିତ ଥିଲେ। ୪ ଜଣ ଯୁବକ ଦୁଇଟି ମୋଟରସାଇକେଲ୍ରେ ଆସି ଗୁଳିକାଣ୍ଡ କରିଥିବା ମୃତକଙ୍କ ଭାଇ କହିଛନ୍ତି। ପୂର୍ବରୁ ୪ଥର ହତ୍ୟା ଧମକ ଦେଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ କରାଯାଇଥିବା କୁହାଯାଉଛି। ଗାଙ୍ଗପୁର ଅଞ୍ଚଳର ତିନିଜଣ ଏବଂ ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ବୁ ତାରିଣୀର ସହଯୋଗୀ ହତ୍ୟା କରିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ବଡଗଡ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।