Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଛାତ ଉପରେ ଝିଅ, ତଳୁ ଦଉଡ଼ିରେ ବାନ୍ଧି ଖାଦ୍ୟ ଓ ପାଣି ପଠାଉଛନ୍ତି ବାପା: ଶାଶୂଘରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ଡାକ୍ତରଙ୍କ ପତ୍ନୀ

9/03/2021 at 6:48 PM

ବ୍ରହ୍ମପୁର ୦୯/୦୩ : ଶାଶୁ ଘରେ ବୋହୂକୁ ନିର୍ଯାତନା। ବ୍ରହ୍ମପୁରରେ ଡାକ୍ତରଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଶାଶୂଘର ଲୋକେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଛନ୍ତି। ଖାଇବାକୁ ନଦେଇ ଘରେ ବନ୍ଦୀ କରି ରଖିଥିବା ବଖାଣିଛନ୍ତି। ଯେତେବେଳେ କି ବାପଘର ଲୋକେ ଝିଅକୁ ଦଉଡିରେ ଉପର ମହଲାକୁ ଖାଦ୍ୟ ଓ ପାଣି ପଠାଇବା ଭିଜୁଆଲ ମଧ୍ୟ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇ ଚର୍ଚ୍ଚା ସେହି ସମୟରେ ଆସିଛି ଯେତେବେଳେ ଘରୋଇ ହିଂସାକୁ ନେଇ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। 

ଡାକ୍ତର ସ୍ବାମୀ , ବ୍ୟାଙ୍କର ଶ୍ବଶୂର, ଶିକ୍ଷୟତ୍ରୀ ଶାଶୁ। ଉଚ୍ଚ ଶିକ୍ଷିତା ବୋହୁ।  ହେଲେ ଘରକଥା ଏରୁଣ୍ଡି ଡେଇଁ ଥାନା ଫାଣ୍ଡିଯାଏଁ ଗଲାଣି। ଚାରିଆଡ଼େ ଭିଡିଓ ବୁଲିଲାଣି । ଛାତ ଉପରେ ଝିଅ।  ତଳେ ଦଉଡ଼ିରେ ଖାଇବା-ପିଇବା ପଠାଉଛନ୍ତି ବାପା।  ବୋହୁକୁ କୁଆଡେ ସ୍ବାମୀ, ଶାଶୁ, ଶ୍ବଶୁର ଓ ପରିବାରର ଅନ୍ୟ ସଦସ୍ୟ ଘରେ ତାଲା ପକାଇ ଦେଇଛନ୍ତି। ବୋହୁ ଘରୁ ବାହାରକୁ ନଯାଇପାରି ଉପର ମହଲାରେ ଏକୁଟିଆ ରହୁଛନ୍ତି। ଡାକ୍ତର ଶାନ୍ତି ଭୂଷଣ ପାଠୀଙ୍କ ସହ ୨୦୧୫ ଫେବୃୟାରୀ ୨ରେ ନିବେଦିତା ସାହୁଙ୍କ ବିବାହ ହୋଇଥିଲା । ବିବାହର କିଛି ବର୍ଷ ପରେ ତାଙ୍କୁ ନିର୍ଯାତନା ଦିଆଯଉଥିବା ସେ ଅଭିଯୋଗ କରିଛନ୍ତି। ପୋଲିସ, ପ୍ରଶାସନ ଓ ମହିଳା କମିଶନଙ୍କ ବି ଦ୍ବାରସ୍ଥ ହୋଇଛନ୍ତି।  ଗତକାଲି ମହିଳା ଦିବସରେ ନ୍ୟାୟ ପାଇଁ ନିବେଦିତା ଶାଶୁ ଘର ବାରଣ୍ଡାରେ ଧାରଣା ଦେଇଥିଲେ ।  ଆଜି ଶାଶୁ ଘର ଲୋକେ ତାଙ୍କୁ ସେଠାରୁ ଉଠାଇ  ତାଲା ପକାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ନିବେଦିତାଙ୍କ ବାପା ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ତାଙ୍କ ଶାଶୁ ଶ୍ବଶୁରଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ।

ଯୌତୁକ, ବଧୁନିର୍ଯାତନା ମାମଲା ଥାନା ଡେଇଁ କୋର୍ଟ କଚେରୀ ଯାଏଁ ଯିବା ବାରମ୍ବାର ଘଟୁଛି। ତେବେ ସୁପ୍ରିମକୋର୍ଟ ଆଜି ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। ଶାଶୂ ଘରେ ମହିଳାଙ୍କ ବିରୋଧରେ ମାରପିଟ୍ ଭଳି କୌଣସି ହିଂସା ହେଲେ ଏଥିପାଇଁ ଦାୟୀ ରହିବେ ସ୍ବାମୀ। କୌଣସି ଶାରିରୀକ କିମ୍ବା ମାନସିକ ନିର୍ଯାତନା ଦିଆଯଉଥିବା ବେଳେ ସ୍ବାମୀ ସିଧାସଳଖ ଏଥିରେ ସଂପୃକ୍ତ ନଥିଲେ ବି ତାଙ୍କୁ ଏଥିପାଇଁ  ଦାୟୀ କରାଯିବ । ଲୁଧିଆନାର ଜଣେ ମହିଳା ଶାଶୂ ଘରେ ନିର୍ଯାତନା ଅଭିଯୋଗର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏହି ରାୟ ଦେଇଛନ୍ତି ।

ଭାରତରେ ପ୍ରତି ୩ ଜଣରେ ଜଣେ ମହିଳା ଘରୋଇ ହିଂସାର ଶିକାର ହୁଅନ୍ତି । ଏହାକୁ ରୋକିବାକୁ ୨୦୦୫ ରେ ଘରୋଇ ହିଂସା ବିରୋଧରେ ସ୍ବତନ୍ତ୍ର ଆଇନ ପ୍ରଣୟନ ହୋଇଛି । ହେଲେ ବି ଦେଶରେ ଅନେକ ମହିଳା ନିର୍ଯାତନାର ଶିକାର ହେଉଛନ୍ତି

   Related Posts